Home Top News ଓଡ଼ିଶା ବିଜେପିରେ ଝଡ଼ ସୃଷ୍ଟି କରିବ ଏମ୍ଏମ୍ଏସ୍!

ଓଡ଼ିଶା ବିଜେପିରେ ଝଡ଼ ସୃଷ୍ଟି କରିବ ଏମ୍ଏମ୍ଏସ୍!

142

ଭୁବନେଶ୍ୱର: ମନମୋହନ ସାମଲ ଓଡ଼ିଶା ବିଜେପିର ନୂତନ ରାଜ୍ୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କଲେ। ସଭାପତି ପରିବର୍ତ୍ତନ ପରେ ରାଜ୍ୟ ଟିମ୍ ପରିବର୍ତ୍ତନ ଏକ ସ୍ବଭାବିକ ପ୍ରକ୍ରିୟା। ମନମୋହନ ତାଙ୍କ ନୂଆ ଟିମ୍ ଘୋଷଣା କରିବା କଥା। ୪ ମାସ ବିତିଗଲା। କିନ୍ତୁ, ଏ’ ପର୍ଯ୍ୟନ୍ତ ମନମୋହନ ସାମଲ ଘୋଷଣା କରିନାହାଁନ୍ତି ତାଙ୍କ ନୂଆ ଟିମ୍। କାଲି କାଲି କହିକହି ଗଡ଼ୁଛି ଦିନ ବୋଲି ଦଳ ଭିତରେ ଆଲୋଚନା ଚାଲିଛି। କିନ୍ତୁ, ସୂଚନା ଅନୁଯାୟୀ ଖୁବ୍ ଶୀଘ୍ର ଏବଂ ଯେ କୌଣସି ମୁହୂର୍ତ୍ତରେ ହେବ ନୂଆ ଟିମ୍ ଘୋଷଣା। ଦଳରେ ହେବ ଆମୂଳଚୂଳ ପରିବର୍ତ୍ତନ! ଚାଟୁକାରୀ କରି ପୂର୍ବ ଟିମରେ ରହିଥିବା ଗୁଡ଼ାଏ ଅପଦାର୍ଥଙ୍କୁ ହଟାଇ ଟିମ୍ ପୂରା ନବକଳେବର କରାଯିବା ନେଇ ଯୋଜନା ସରିଛି। କେନ୍ଦ୍ରରୁ ମଧ୍ୟ ଏଥିନେଇ ଗ୍ରୀନ୍ ସିଗ୍ନାଲ୍ ମିଳିସାରିଛି। ଯାହାକୁ ଅବଶ୍ୟ କୁଆଡ଼େ ଗ୍ରହଣ କରି ପାରୁନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଯାଏଁ ନିଜକୁ ଓଡ଼ିଶା ବିଜେପିର ମୁଣ୍ଡିଆଳ ବୋଲାଇ ଆସୁଥିବା ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ସମର୍ଥକ ଗୋଷ୍ଠୀ ଏହାକୁ ଆଦୌ ହଜମ୍ କରିପାରୁ ନାହାଁନ୍ତି। ନୂତନ ଟିମ୍ ଘୋଷଣା ଦିଗରେ ଆଡ଼ ସାଜିଛନ୍ତି ମନ୍ତ୍ରୀ। କିନ୍ତୁ ସେ ସବୁ କିଛି କାମ ଦେବନି!ଓଡ଼ିଶା ବିଜେପିର ହେବ ସଂପୂର୍ଣ୍ଣ ଓପନ୍ ହାର୍ଟ ସର୍ଜରୀ! ନବ କଳେବର ହେବ ଓଡ଼ିଶା ବିଜେପି! ଦଳରେ ହେବ ଆମୂଳଚୂଳ ପରିବର୍ତ୍ତନ। ରାଜ୍ୟ କ’ଣ, ବଦଳିଯିବେ ଅନେକ ଗୁଡ଼ିଏ ଜିଲ୍ଲା ସଭାପତି। ପ୍ରଭାବ ହରାଇବେ ସ୍ୱୟଂ ମନ୍ତ୍ରୀ ଏବଂ ଦୀର୍ଘ ହେଲା ଦଳରେ ଆଧିପତ୍ୟ ବସାଇ ଆସିଥିବା ଏକ ବଡ଼ ଗୋଷ୍ଠୀ ଏବଂ ଓଡ଼ିଶା ବିଜେପିରେ ଏଣିକି ଖେଳ କରିବେ ଏମ୍ଏମ୍ଏସ୍! ଏମ୍ଏମ୍ଏସ୍ ଅର୍ଥାତ୍ ମନମୋହନ – ମାନସ – ସୁନୀଲ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ଏବଂ ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ। ଓଡ଼ିଶା ବିଜେପିକୁ କରାଯିବ ପୁନଃସଙ୍ଗଠିତ ଏବଂ ଓଡ଼ିଶା ବିଜେପିରେ ଝଡ଼ ସୃଷ୍ଟି କରିବେ ଏମ୍ଏମ୍ଏସ୍ (ମନମୋହନ – ମାନସ – ସୁନୀଲ) ଯୋଡ଼ି!
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.