Home Coronavirus Outbreak ନୂଆ ନିୟମ: ଏଣିକି ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିପାରିବେ ଶ୍ରମିକ

ନୂଆ ନିୟମ: ଏଣିକି ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିପାରିବେ ଶ୍ରମିକ

546

ଭୁବନେଶ୍ୱର: କରୋନା ଭାଇରସ୍ କାରଣରୁ ଲକ୍ ଡାଉନ୍ ଘୋଷଣା ଯୋଗୁଁ ଆଗାମୀ ଦିନରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେବାର ଆଶଙ୍କା କରାଯାଉଛି। ଲୋକ ମାନଙ୍କର ରୋଜଗାର ଉପରେ ଗୁରୁତ୍ୱର ପ୍ରଭାବ ପଡ଼ିବା ନେଇ ମଧ୍ୟ ଆକଳନ କରାଯାଉଛି। ଏଥିନେଇ ଲୋକଙ୍କୁ ଆର୍ଥିକ ସ୍ୱାବଲମ୍ବି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି।

ତଦ୍ ଅନୁଯାୟୀ ଶ୍ରମିକମାନଙ୍କ ପାଇଁ ଅଧିକ ରୋଜଗାର ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି। ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଲାଗୁ ନୂଆ ନିୟମ ଅନୁଯାୟୀ, କାରଖାନାରେ ଏବେ ଶ୍ରମିକ ଅଧିକ ସମୟ କାମ କରି ପାରିବେ।

କାରଖାନାରେ ଏବେ ଜଣେ ଶ୍ରମିକ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା ପର୍ଯ୍ୟନ୍ତ କାମ କରିପାରିବେ। ପ୍ରତ୍ୟେକ ଦିନ ଜଣେ ଶ୍ରମିକ ୮ ଘଣ୍ଟାରୁ ଯେତିକି ଅଧିକ ସମୟ କାମ କରିବେ ସେଥିପାଇଁ ତାଙ୍କୁ ଓଭର ଟାଇମ ଦିଆଯିବ। ଏହିପରି ଭାବରେ ଜଣେ ଶ୍ରମିକ ଓଭର ଟାଇମକୁ ମିଶାଇ ଦିନକୁ ୧୨ ଘଣ୍ଟା ହିସାବରେ ସପ୍ତାହକୁ ୭୨ ଘଣ୍ଟା କାମ କରି ପାରିବେ। ପ୍ରତ୍ୟେକ ୬ ଘଣ୍ଟା କାମ କରିବା ପରେ ଅଧ ଘଣ୍ଟାର କାର୍ଯ୍ୟ ବିରତି ସହ ଦୈନିକ କାର୍ଯ୍ୟ ସମୟ ୧୩ ଘଣ୍ଟା ଭିତରେ ସୀମିତ ରହିବ। ତେବେ, ସରକାରଙ୍କ ସ୍ୱତନ୍ତ୍ର ଅନୁମତି ବିନା କୌଣସି କ୍ଷେତ୍ରରେ ମହିଳା ଶ୍ରମିକ ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କାମ କରିପାରିବେ ନାହିଁ। ସେହିପରି କାରଖାନା ଭିତରେ ସାମାଜିକ ଦୂରତା ବଜାୟ ରଖାଯିବା ସହିତ କୋଭିଡ୍- ୧୯ ସଂପର୍କିତ ସମସ୍ତ ନିୟମ କଡ଼ାକଡ଼ି ଭାବରେ ପାଳନ କରିବାକୁ ହେବ। ଏହି ସୁବିଧା ଏବଂ ନିୟମ ଅବରୋଧ କିମ୍ବା ହଟ୍ ସ୍ପଟ୍ ଘୋଷିତ ଅଞ୍ଚଳ ବ୍ୟତିତ ଅନ୍ୟ ସମସ୍ତ ଅଞ୍ଚଳରେ ଥିବା କାରଖାନା ମାନଙ୍କରେ ଆସନ୍ତା ତିନି ମାସ ଯାଏଁ ବଳବତ୍ତର ରହିବ ବୋଲି ଜଣାପଡ଼ିଛି। /-ଦେବଦତ୍ତ ରଥ

ଶ୍ରଦ୍ଧାଞ୍ଜଳୀ: ଜୀବନ ଯୁଦ୍ଧରେ ହାରିଗଲେ ସୁବାସ ଚୌହାନ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.