Home Top News SBIର ନୂତନ ନିୟମ ଜାରି : ଲୋ ବାଲାନ୍ସ ଥିଲେ ଏଟିଏମରୁ ଟଙ୍କା ଉଠାଇଲେ ଜରିମାନା...

SBIର ନୂତନ ନିୟମ ଜାରି : ଲୋ ବାଲାନ୍ସ ଥିଲେ ଏଟିଏମରୁ ଟଙ୍କା ଉଠାଇଲେ ଜରିମାନା ଦେବାକୁ ପଡିବ

139

ନୂଆ ଦିଲ୍ଲୀ ୬-୨ (ଓଡ଼ିଆ ପୁଅ/ମନୋସ୍ୱିନୀ ପ୍ରଙରାଜ) : ଆପଣଙ୍କ ସହ ଅନେକ ଥର ଏପରି ଘଟଣା ଘଟିଥିବ, ଯେତେବେଳେ ଆପଣ ଏଟିଏମରୁ ନଗଦ ଟଙ୍କା ଉଠାଇବାକୁ ଚେଷ୍ଟା କରିଛନ୍ତି, କିନ୍ତୁ କମ୍ ବାଲାନ୍ସ ହେତୁ ତାହା ବିଫଳ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୁଲକୁ ଛାଡ଼ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଯଦି ଆପଣ ଏସବିଆଇ ଏଟିଏମରୁ ନଗଦ ଟଙ୍କା ଉଠାଇବାରେ ପୁନର୍ବାର ଏଭଳି ଭୁଲ କରନ୍ତି, ତେବେ ଏହା ଆପଣଙ୍କୁ ଭାରୀ ପଡ଼ିବ। ଜରିମାନା ଦେବାକୁ ପଡ଼ିବ।

SBI ର ନୂତନ ନିୟମ ଜାଣନ୍ତୁ

ଏସବିଆଇର ନୂତନ ନିୟମ ଅନୁଯାୟୀ, ଯଦି ଆପଣ ଆକାଉଣ୍ଟରେ ଜମା ହୋଇଥିବା ପରିମାଣଠାରୁ ଅଧିକ ଟଙ୍କା ଏସବିଆଇ ଏଟିଏମରୁ ଉଠାଇବାକୁ ଚେଷ୍ଟା କରନ୍ତି, ତେବେ ଆପଣଙ୍କୁ ୨୦ ଟଙ୍କା ସହ ଜିଏସଟି ଜରିମାନା ଆକାରରେ ଦେବାକୁ ପଡିବ। ଯଦିଓ ଏହା ଭୁଲରେ ହୋଇଥିବ ମାତ୍ର ଏହି ଭୁଲ୍ ଆପଣଙ୍କୁ ଭାରୀ ପଡ଼ିବ। ଯଦି କମ୍ ବାଲାନ୍ସ ବ୍ୟତୀତ ଅନ୍ୟ କୌଣସି କାରଣରୁ କାରବାର ବିଫଳ ହୁଏ, ତେବେ ଏସବିଆଇ ଚାର୍ଜ କରିବ ନାହିଁ।

ଜରିମାନାରୁ କିପରି ରକ୍ଷା ପାଇବେ

ଜରିମାନାରୁ ରକ୍ଷା ପାଇବା ପାଇଁ ପ୍ରଥମ ଉପାୟ ହେଉଛି ଆପଣଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶି ବିଷୟରେ ସୂଚନା ରଖିବା। ଯଦି କୌଣସି ସୂଚନା ନାହିଁ, ତେବେ ଆକାଉଣ୍ଟ ବାଲାନ୍ସ ଜାଣିବା ପାଇଁ SBI ର ବାଲାନ୍ସ ଚେକ୍ ସର୍ଭିସ୍ ବ୍ୟବହାର କରନ୍ତୁ, ଯାହା ଟ୍ୱିଟ୍ ମାଧ୍ୟମରେ SBI ଦ୍ୱାରା ପ୍ରଦାନ କରାଯାଇଛି। କଷ୍ଟମର କେୟାରକୁ କଲ୍ କରି ମଧ୍ୟ ବାଲାନ୍ସ ଜାଣିପାରିବ। ଏଟିଏମରୁ ନଗଦ ଟଙ୍କା ଉଠାଇବା ପୂର୍ବରୁ ମଧ୍ୟ ବାଲାନ୍ସ ଯାଞ୍ଚ କରାଯାଇପାରିବ। ଯଦି ଆପଣ ଅନଲାଇନ୍ SBI ବ୍ୟବହାର କରନ୍ତି, ତେବେ ସେଠାରୁ ସୂଚନା ମଧ୍ୟ ନିଆଯାଇପାରେ। ଏହା ବ୍ୟତୀତ ଗୁଗୁଲ୍ ପେ କିମ୍ବା ଫୋନ୍ ପେ ଆପରେ ମଧ୍ୟ ବାଲାନ୍ସ ଯାଞ୍ଚ କରାଯାଇ ପାରିବ। ଯଦିଓ ଏହା ନୂଆ ନୁହେଁ ତଥାପି ଏଟିଏମ୍ ବ୍ୟବହାର ବିଷୟରେ ଆଉ ଏକ କଥା କହିରଖୁଛୁ ଯେ, ଏସବିଆଇ ମେଟ୍ରୋ ସିଟି ଗ୍ରାହକମାନେ ମାସକୁ ୮ଟି ମାଗଣା ଏଟିଏମ୍ ବ୍ୟବହାର ର ସୁବିଧା ପାଆନ୍ତି। ଏସବିଆଇ ଏଟିଏମରୁ ୫ ଟି ଏବଂ ୩ ଟି ଅନ୍ୟ ବ୍ୟାଙ୍କ ଏଟିଏମରୁ। ମାତ୍ର ମେଟ୍ରୋ ନଥିବା ଗ୍ରାହକଙ୍କ ପାଇଁ ୧୦ ଟି ମାଗଣା ଏଟିଏମ୍ ବ୍ୟବହାର ରହିଛି। ଏସବିଆଇ ଏଟିଏମରୁ ୫ଟି ଏବଂ ଅନ୍ୟ ବ୍ୟାଙ୍କର ଏଟିଏମରୁ ୫ ଟି। ଏହି ସୀମାରୁ ଅଧିକ କାରବାର ପାଇଁ ବ୍ୟାଙ୍କ ଚାର୍ଜ କରେ।

ଗତ ବର୍ଷ ମଧ୍ୟ ବଡ ନିୟମ ବଦଳା ଯାଇଥିଲା

ସେପ୍ଟେମ୍ବର -୨୦୨୦ ରେ SBI ମଧ୍ୟ ଏକ ନିୟମ ବଦଳାଇଲା। ଏହା ଥିଲା ଯେ, ଯଦି ଆପଣଙ୍କୁ ଏସବିଆଇ ଏଟିଏମରୁ ୧୦ ହଜାର କିମ୍ବା ଅଧିକ ଟଙ୍କା ଉଠାଇବାକୁ ପଡେ, ତେବେ କେବଳ ଏକ ପିନ୍ ପ୍ରବେଶ କରିବା ଯଥେଷ୍ଟ ହେବ ନାହିଁ ଆପଣଙ୍କୁ ବ୍ୟାଙ୍କରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ୱାନ୍ ଟାଇମ୍ ପାସୱାର୍ଡ (OTP) ମଧ୍ୟ ଏଟିଏମରେ ପ୍ରବେଶ କରିବାକୁ ପଡିବ, ଏହି କରିବା ପରେ ହିଁ ଟଙ୍କା ଉଠାଯାଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.