Home Top News ନ୍ୟାୟ ବ୍ୟବସ୍ଥାରେ ଠିକ୍ ସମୟରେ ଉପଯୁକ୍ତ ନ୍ୟାୟ ହେବା ଉଚିତ : ପିଏମ ମୋଦୀ

ନ୍ୟାୟ ବ୍ୟବସ୍ଥାରେ ଠିକ୍ ସମୟରେ ଉପଯୁକ୍ତ ନ୍ୟାୟ ହେବା ଉଚିତ : ପିଏମ ମୋଦୀ

43

ନୂଆଦିଲ୍ଲୀ ୬-୨ (ଓଡ଼ିଆ ପୁଅ/ମନୋସ୍ୱିନୀ ପ୍ରହରାଜ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟ ହାଇକୋର୍ଟର ହୀରକ ଜୟନ୍ତୀ କାର୍ଯ୍ୟକ୍ରମରେ ଏକ ସ୍ମାରକ ଡାକ ଷ୍ଟାମ୍ପ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଆମର ନ୍ୟାୟ ବ୍ୟବସ୍ଥା ଏପରି ହେବା ଉଚିତ ଯେପରିକି ଏହା ସମାଜର ଶେଷ ପର୍ଯ୍ୟାୟରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଠିକ୍ ସମୟରେ ନିଶ୍ଚିତ ନ୍ୟାୟ ହେବ। ଏହି ଦିଗରେ ନିଜର କର୍ତ୍ତବ୍ୟ ପାଳନ କରିବାକୁ ସରକାର ନିରନ୍ତର ଉଦ୍ୟମ ମଧ୍ୟ କରୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ନ୍ୟାୟପାଳିକା ଉପରେ ବିଶ୍ୱାସ ହିଁ ସାଧାରଣ ନାଗରିକଙ୍କ ମନରେ ଏକ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ଏହା ତାଙ୍କୁ ସତ୍ୟ ପାଇଁ ଛିଡ଼ା ହେବାକୁ ଶକ୍ତି ଦେଇଛି। ସ୍ୱାଧୀନତା ପରଠାରୁ ଦେଶ ଯାତ୍ରାରେ ନ୍ୟାୟପାଳିକାର ଅବଦାନ ବିଷୟରେ ଆଲୋଚନା କରିବା, ଯେଉଁଥିରେ ବାର୍ ର ଅବଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।”

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସମାଜରେ ରୁଲ୍ ଅଫ୍ ଲ ,ଶତାବ୍ଦୀ ଧରି ଭାରତୀୟ ସଭ୍ୟତା ଏବଂ ସାମାଜିକ ଚାଲି ଚଳଣି ର ଆଧାର ରହିଆସିଛି। ଆମର ପ୍ରାଚୀନ ଗ୍ରନ୍ଥଗୁଡ଼ିକରେ କୁହାଯାଇଛି ଯେ ନ୍ୟାୟହିଁ ସୁରାଜ୍ୟର ମୂଳ ଅଟେ। ଆମ ସମ୍ବିଧାନରେ କାର୍ଯ୍ୟପାଳିକା, ବିଧ୍ୟାୟିକା ଏବଂ ନ୍ୟାୟପାଳିକାକୁ ଦିଆଯାଇଥିବା ଦାୟିତ୍ଵ ଆମ ସମ୍ବିଧାନ ପାଇଁ ପ୍ରାଣବାୟୁ ସଦୃଶ। ଆମର ନ୍ୟାୟପାଳିକା ସମ୍ବିଧାନର ଜୀବନ ରକ୍ଷା କରିବାର ଦାୟିତ୍ବକୁ ଦୃଢତାର ସହ ପୂରଣ କରିଛି।

ସେ କହିଛନ୍ତି, ‘ଡିଜିଟାଲ ଇଣ୍ଡିଆ ମିଶନ ଆଜି ଆମର ନ୍ୟାୟ ବ୍ୟବସ୍ଥାକୁ ଅତି ଶୀଘ୍ର ଆଧୁନିକୀକରଣ କରୁଛି। ଆଜି ଦେଶରେ ୧୮, ୦୦୦ ରୁ ଅଧିକ କୋର୍ଟ କମ୍ପ୍ୟୁଟରୀକରଣ ହୋଇଛି। ଆଜି ଆମ ସୁପ୍ରିମକୋର୍ଟ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱରେ ସବୁଠାରୁ ଅଧିକ ଶୁଣାଣି କରିପାରିଛି। ଭାରତରେ ଆଗାମୀ ଦିନରେ ସୁପ୍ରିମକୋର୍ଟର ଇ-କମିଟି ଏହି ଦିଗରେ NIC ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି। ଭବିଷ୍ୟତ ପାଇଁ ଆମର ନ୍ୟାୟ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତା(AI) ବ୍ୟବହାର କରିବାର ସମ୍ଭାବନା ଅନୁସନ୍ଧାନ କରାଯାଉଛି।’

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜୁରାଟ ହାଇକୋର୍ଟ ଯେଉଁ ସତ୍ୟ ଏବଂ ନ୍ୟାୟ ପାଇଁ କାର୍ଯ୍ୟ କରିଛନ୍ତି, ଏହାର ସାମ୍ବିଧାନିକ କର୍ତ୍ତବ୍ୟ ପାଇଁ ପ୍ରସ୍ତୁତ ଉଭୟ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଏବଂ ଭାରତର ଗଣତନ୍ତ୍ରକୁ ମଜବୁତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.