Home Top News ଭାରତ Vs. ଇଂଲଣ୍ଡ: ମଧ୍ୟାହ୍ନ ଭୋଜନ ପୂର୍ବରୁ ଜୋ ରୁଟ୍‌ଙ୍କ ଅନେକ ରେକର୍ଡ

ଭାରତ Vs. ଇଂଲଣ୍ଡ: ମଧ୍ୟାହ୍ନ ଭୋଜନ ପୂର୍ବରୁ ଜୋ ରୁଟ୍‌ଙ୍କ ଅନେକ ରେକର୍ଡ

80

ଚେନ୍ନାଇ ୬-୨ (ଓଡ଼ିଆ ପୁଅ) ଆଜିକାଲି ଇଂଲଣ୍ଡର ଅଧିନାୟକ ଜୋ ରୁଟ୍ ସୁପର ଫର୍ମରେ ଅଛନ୍ତି। ସେ କରୋନା ପରେ ପଡ଼ିଆକୁ ଫେରିଛନ୍ତି, ସେ ନିଜ ବ୍ୟାଟିଂରେ କ୍ରମାଗତ ରନ୍ ବର୍ଷା କରୁଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଯେଉଁ ଚମତ୍କାର ଫର୍ମ ଦେଖେଇ ଥିଲେ ସେହି ଫର୍ମ କୁ ସେ ଟିମ୍ ଇଣ୍ଡିଆ ବିପକ୍ଷରେ ମଧ୍ୟ ଜାରି ରଖିଛନ୍ତି। ଚେନ୍ନାଇରେ ଭାରତ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ସେ ଦ୍ୱିତୀୟ ଦିନରେ ୧୯୦ ରନ୍ କରିଛନ୍ତି।

ରୁଟ୍ ୩୩୫ ବଲରେ ୧୯୦ ରନ୍ କରିଥିଛନ୍ତି, ଏହି ଇନିଂସରେ ସେ ୧୯ ଚୌକା ଓ ଗୋଟିଏ ଛକା ମାରିଥିଲେ। ଏହା ହେଉଛି କ୍ରମାଗତ ତୃତୀୟ ୧୫୦+ ସ୍କୋର। ସେ ଭାରତ ବିପକ୍ଷରେ ୧୫୦ ଛୁଇଁବା ମାତ୍ରେ ତାଙ୍କୁ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ପ୍ରସିଦ୍ଧ ସାର୍ ଡନ୍ ବ୍ରାଡମ୍ୟାନଙ୍କ ରନ୍‌ ବର୍ଷାର ସ୍ମରଣ କରାଯାଇଥିଲା।

ଚେନ୍ନାଇ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚରେ ଜୋ ରୁଟ୍ ଏକ ଶତକ ହାସଲ କରିଥିଲେ। ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସେ ୧୮୬ ରନ୍ ସଂଗ୍ରହ କରିଥିଲେ। ଏହି ଯୋସ୍ ରେ ବ୍ୟାଟିଂ କରି ସେ ଭାରତ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ୧୫୦ ରନ୍ ପୂରଣ କରିସାରିଛନ୍ତି। ସେ ଲଗାତାର ତିନିଥର ୧୫୦+ ସ୍କୋର କରିବାରେ ଷଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହା ପୂର୍ବରୁ ଡବ୍ଲୁଆର ହାମଣ୍ଡ, ଡନ୍ ବ୍ରାଡମ୍ୟାନ୍, ଜହିର ଅବ୍ବାସ, ମୁଦସିର ନାଜର, ଟିଡବ୍ଲୁଏମ୍ ଲାଥାମ୍ ଏହି କୀର୍ତ୍ତିମାନ କରିସାରିଛନ୍ତି। ୧୯୩୭ ମସିହାରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ପ୍ରସିଦ୍ଧ ତଥା ମହାନ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡମ୍ୟାନ୍ କ୍ରମାଗତ ତିନିଥର ୧୫୦+ ସ୍କୋର କରିଥିଲେ।

ବିଶେଷ କଥା ହେଉଛି ଉଭୟ ବ୍ରାଡମ୍ୟାନ୍ ଏବଂ ଜୋ ରୁଟ୍ ଅଧିନାୟକ ଭାବରେ ଏହି କୀର୍ତ୍ତିମାନ କରିଛନ୍ତି। ଶ୍ରୀଲଙ୍କାର ମହାନ କ୍ରିକେଟର କୁମାର ସାଙ୍ଗାକାରା ମଧ୍ୟ ଟେଷ୍ଟ ଫର୍ମାଟରେ କ୍ରମାଗତ ଭାବରେ ୧୫୦+ ସ୍କୋର କରିବାର ରେକର୍ଡ ରଖିଛନ୍ତି। ସେ ୨୦୦୭ ରେ କ୍ରମାଗତ ଚାରିଟି ଟେଷ୍ଟ ମ୍ୟାଚରେ ୧୫୦+ ସ୍କୋର କରିଥିଲେ।

ରୁଟ୍‌ଙ୍କ ବ୍ୟାଟିଂ ସହ ଇଂଲଣ୍ଡର ସ୍ଥିତି ଦୃଢ଼ ହୋଇଛି।

ଦ୍ୱିତୀୟ ଦିନର ପ୍ରଥମ ସେଶନରେ ଇଂଲଣ୍ଡ ଦଳ କୌଣସି ୱିକେଟ୍ ନ ହରାଇ ୯୨ ରନ ସ୍କୋର କରିଥିଲା, ଯାହା ପରେ ଏହାର ମୋଟ ସ୍କୋର ୪ ୱିକେଟ୍ ରେ ୪୨୫ ରହିଛି। ଏହାପୂର୍ବରୁ ଇଂଲଣ୍ଡ ଦଳ ପ୍ରଥମ ଦିନରେ ୩ ୱିକେଟ୍ ରେ ୨୬୩ ରନ୍ ସଂଗ୍ରହ କରି ସେଠାରୁ ଦ୍ୱିତୀୟ ଦିନ ଆଗକୁ ଖେଳିବା ଆରମ୍ଭ କରିଥିଲା। ମଧ୍ୟାହ୍ନ ଭୋଜନ ଖେଳ ଶେଷରେ କ୍ୟାପଟେନ ଜୋ ରୁଟ୍ ୧୫୬ ରନରେ ଅପରାଜିତ ରହିଥିବାବେଳେ ଷ୍ଟୋକ୍ସ ୬୩ ରନ୍ ସଂଗ୍ରହ କରିଥିଲେ।
ବର୍ତ୍ତମାନ ପର୍ଯ୍ୟନ୍ତ ଇଂଲଣ୍ଡର ସ୍କୋର ୪ ୱିକେଟ୍ ରେ ୪୨୫ ରହିଥିବା ବେଳେ ଜୋ ରୁଟ୍ ୧୯୦ ରନରେ ଅପରାଜିତ ରହି ଖେଳୁଛନ୍ତି।

– ମନୋସ୍ୱିନୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.