Home Top News ଫୁଲଦେଇ: ଛୋଟ ପିଲାଙ୍କ ଏକ ନିଆରା ଗଣପର୍ବ ..

ଫୁଲଦେଇ: ଛୋଟ ପିଲାଙ୍କ ଏକ ନିଆରା ଗଣପର୍ବ ..

45

ଫୁଲଦେଇ ପର୍ବ ଉତ୍ତରାଖଣ୍ଡର ଏକ ପ୍ରସିଦ୍ଧ ତଥା ନିଆରା ଗଣପର୍ବ। ଏହା ମୁଖ୍ୟତଃ ଛୋଟ ପିଲାମାନଙ୍କ ଦ୍ୱାରା ପାଳନ କରାଯାଏ। ଫୁଲଦେଇ ପର୍ବ ପିଲାମାନଙ୍କ ଦ୍ୱାରା ପାଳନ କରାଯାଉଥିବାରୁ ଏହାକୁ ଲୋକ ବାଲ୍ ପର୍ବ ମଧ୍ୟ କୁହାଯାଇଥାଏ। ପ୍ରସିଦ୍ଧ ପର୍ବ ଫୁଲଦେଇ ଚୈତ୍ର ମାସର ପ୍ରଥମ ଦିବସରେ ପାଳନ କରାଯାଏ। ଅର୍ଥାତ୍ ପ୍ରତିବର୍ଷ ମାର୍ଚ୍ଚ ୧୪ କିମ୍ବା ୧୫ ତାରିଖରେ ଏହି ପର୍ବ ପାଳନ କରାଯାଏ। ଉତ୍ତରଖଣ୍ଡର ଭିନ୍ନ ଭିନ୍ନ ପ୍ରାନ୍ତରେ ଏହା ଭିନ୍ନଭିନ୍ନ ନାମରେ ପାଳନ କରାଯାଇଥାଏ। ପାହାଡ଼ିଆ ଅଞ୍ଚଳ ମାନଙ୍କରେ ଶୌର୍ଯ୍ୟ କ୍ୟାଲେଣ୍ଡର ବ୍ୟବହୃତ ହୁଏ। ସେଥିପାଇଁ ଏହି ଅଞ୍ଚଳରେ ହିନ୍ଦୁ ନୂତନ ବର୍ଷର ପ୍ରଥମ ଦିନ ମୀନ ସଂକ୍ରାନ୍ତି ଅର୍ଥାତ୍ ଫୁଲଦେହିରୁ ଆରମ୍ଭ ହୁଏ। ଚୈତ୍ର ମାସରେ ରୃତୁରାଜ ବସନ୍ତର ଆଗମନ ହୋଇଥାଏ। ପ୍ରକୃତି ଏହାର ସର୍ବୋତ୍ତମ ରୂପରେ ପ୍ରସ୍ପୁଟିତ ହେଉଥାଏ। ଏହି ସମୟରେ ବିଭିନ୍ନ ପ୍ରକାରର ଫୁଲରେ ପ୍ରକୃତି ତାର ସର୍ବୋତ୍ତମ ସୌନ୍ଦର୍ଯ୍ୟରେ ଶୋଭା ପାଉଥାଏ। ଛୋଟଛୋଟ ପିଲା ମାନେ ଫୁଲଦେଇ ପ୍ରଥମ ଦିନରେ ଜଙ୍ଗଲରୁ ତାଜା ଫୁଲ ତୋଳି ଆଣିଥାଆନ୍ତି। ଗୃହିଣୀ ମାନେ ସକାଳୁ ଉଠି ତାଜା ଗୋବର ଏବଂ ମାଟିରେ ଦୁଆର ମୁହଁ ଲିପାଲିପି କରନ୍ତି। ସକାଳେ ପିଲାମାନେ ନିଜ ନିଜ ଚାଙ୍ଗୁଡ଼ିରେ ଫୁଲ ଏବଂ ଚାଉଳ ରଖି ଘରଘରକୁ ଯାଆନ୍ତି। ସମସ୍ତଙ୍କ ଦ୍ୱାରରେ ଫୁଲ ଅର୍ପଣ କରି ଫୁଲଦେଇଙ୍କ ଗୀତ ଗାଆନ୍ତି। ସମସ୍ତଙ୍କ ଦ୍ୱାରରେ ଫୁଲ ରଖି ସୁଖ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତି। ଏହା ପ୍ରତିବଦଳରେ ଘରର ଗୃହିଣୀ ମାନେ ଚାଉଳ, ଗୁଡ଼ ଏବଂ ଟଙ୍କା ଦିଅନ୍ତି। ପିଲାମାନେ ଉପହାର ଗୁଡ଼ିକୁ ଫୁଲ ଚାଙ୍ଗୁଡ଼ିରେ ସ୍ନେହ ଓ ଆଶୀର୍ବାଦ ଆକାରରେ ଗ୍ରହଣ କରନ୍ତି। ଭିନ୍ନ ଭିନ୍ନ ଅଞ୍ଚଳରେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ। କେଦାରନାଥ ଅଞ୍ଚଳରେ ଏହିପର୍ବ ମାସ ପର୍ଯ୍ୟନ୍ତ ପାଳନ କରାଯାଏ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.