Home ଓଡ଼ିଶା ନବଜାତ କନ୍ୟାର ତିନି ପିତା !

ନବଜାତ କନ୍ୟାର ତିନି ପିତା !

811

କୋଲ୍‌କାତା, ୨୪/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ରବିବାର ଦିନ କୋଲ୍‌କାତାର ଏକ ଘରୋଇ ହସ୍ପିଟାଲରେ ଏକ ଅଣାରୁ ଘଟଣା ଦେଖିବାକୁ ମିଳିଛି।ଡାକ୍ତରଖାନାରେ ଜଣେ ମହିଳା ଝିଅଟିଏ ଜନ୍ମ କରିବା ପରେ ତିନି ଜଣ ବ୍ୟକ୍ତି ଆସି ଦାବି କରିଛନ୍ତି ଯେ ସେମାନେ ସେ ଝିଅର ବାପା।

ଶନିବାର ଦିନ ଆଇରିସ୍‌ହସ୍‌ପିଟାଲ୍‌କୁ ଜଣେ ୨୧ ବର୍ଷୀୟ ଆସନ୍ନପ୍ରସବା ମହିଳାଙ୍କୁ ଅଣାଯାଇଥିଲା। ତାଙ୍କ ସହ ଆସିଥିଲେ ତାଙ୍କର ମାଆ ଓ ଜଣେ ଲୋକ।

ପ୍ରସବ କରାଇବା ପାଇଁ ୨୧ ବର୍ଷୀୟ ମହିଳାଙ୍କୁ ଅପରେସନ୍‌ଥିଏଟର୍‌ନିଆଯାଇଥିଲା ଏବଂ ତା ପୂର୍ବରୁ ସେହି ବ୍ୟକ୍ତି ଜଣକ ଫର୍ମରେ ମହିଳାଙ୍କ ସ୍ୱାମୀ ବୋଲି ଉଲ୍ଲେଖ କରିଥିଲେ।

ସବୁ କଥା ସ୍ୱାଭାବିକ ଭାବେ ଚାଲିଥିବା ବେଳେ ଅନ୍ୟ ଦୁଇ ଜଣ ଲୋକ ଡାକ୍ତରଖାନାରେ ପହିଞ୍ଚି ମହିଳାଙ୍କ ସ୍ୱାମୀ ବୋଲି କହି ତାଙ୍କୁ ଭେଟିବାକୁ ଚାହିଁଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି।

ଅନ୍ୟ ପକ୍ଷରେ ପୁଲିସ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଉକ୍ତ ମହିଳାଙ୍କୁ ପଚରାଉଚୁରା କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.