Home Top News ରାଜ୍ୟ ସମ୍ଭାଳିବା ପୂର୍ବରୁ ଆଗ ନିଜ ଜିଲ୍ଲା ସମ୍ଭାଳନ୍ତୁ ସଭାପତି ..

ରାଜ୍ୟ ସମ୍ଭାଳିବା ପୂର୍ବରୁ ଆଗ ନିଜ ଜିଲ୍ଲା ସମ୍ଭାଳନ୍ତୁ ସଭାପତି ..

59

ଭୁବନେଶ୍ୱର: ଓଡ଼ିଶା ବିଜେପି ଏବେ ଚରମ ବିଶୃଙ୍ଖଳା ଦେଇ ଗତି କରୁଛି। ଗୋଷ୍ଠୀବାଦ, ପରିବାରବାଦ, ପ୍ରିୟାପ୍ରୀତି ତୋଷଣରେ ଡୁବି ରହି ଦୟନୀୟ ଅବସ୍ଥାରେ ଥିବା ଓଡ଼ିଶା ବିଜେପିର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସଭାପତି ଦାୟିତ୍ୱ ନେଇଛନ୍ତି ମନମୋହନ ସାମଲ। ତେବେ, ଅଭିଜ୍ଞ ମନମୋହନ ଗୋଷ୍ଠୀବାଦ, ପରିବାରବାଦ, ପ୍ରିୟାପ୍ରୀତି ତୋଷଣ ଆଦିରୁ ମୁକ୍ତ କରି ଓଡ଼ିଶା ବିଜେପିକୁ ଅଧିକ ସଶକ୍ତ, ସଙ୍ଗଠିତ ଏବଂ ଶକ୍ତିଶାଳୀ କରିବେ ବୋଲି ଆଶା କରାଯାଉଛି। ତେବେ, ରାଜ୍ୟ ବିଜେପିକୁ ସୁଧାରିବା ପୂର୍ବରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପ୍ରଥମେ ନିଜ ଗୃହ ଜିଲ୍ଲା ଭଦ୍ରକ ବିଜେପିକୁ ସମ୍ଭାଳିବାକୁ ପଡ଼ିବ। ଭଦ୍ରକ ବିଜେପିକୁ ଏବେ ଗୋଷ୍ଠୀବାଦ, ପରିବାରବାଦ, ପ୍ରିୟାପ୍ରୀତି ତୋଷଣ ଆଦି ଗୁରୁତ୍ୱର ଭାବରେ ଗ୍ରାସ କରିଛି। ଦଳ ପ୍ରତି ନିଷ୍ଠା, ଦକ୍ଷତା, ଯୋଗ୍ୟତା ଆଦିକୁ ପଛରେ ପକାଇ ପରିବାରବାଦ ଏବଂ ପ୍ରିୟାପ୍ରୀତି ତୋଷଣରେ ଚାଲିଛି ଭଦ୍ରକ ବିଜେପି। ଜିଲ୍ଲା ସଭାପତିଙ୍କ ପତି – ପତ୍ନୀ ପଲଟିକ୍ସ ଠାରୁ ଆରମ୍ଭ କରି କେତୋଟି ନିର୍ବାଚନ ମଣ୍ଡଳୀରେ ବାପ ପରେ ପୁଅ ପରିବାର ରାଜନୀତି ଚରମ ସୀମାରେ ପହଞ୍ଚିଛି।ଏହି ବଂଶବାଦ ରାଜନୀତିକୁ ଯିଏ ନତମସ୍ତକ ହୋଇ ଗ୍ରହଣ କରୁଛି, ତାର ଯୋଗ୍ୟତା ଥାଉ ବା ନଥାଉ ସିଏ ଦଳରେ ତିଷ୍ଠି ରହୁଛି, ଦଳରେ ଗୁରୁତ୍ୱ ପାଉଛି। ଆଉ ଯିଏ ପରିବାରବାଦ ରାଜନୀତି ଆଗରେ ନତମସ୍ତକ ହୋଇ ଗ୍ରହଣ ନ’କରୁଛି, ତାର ଦଳ ପ୍ରତି ଯେତେ ନିଷ୍ଠା ଥାଉ ବା ତାର ଯେତେ ଯୋଗ୍ୟତା ଥାଉ, ତାର ଗୋଛି କାଟି ଦିଆଯାଉଛି। ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଥମେ ନିଜ ଗୃହ ଜିଲ୍ଲା ଭଦ୍ରକ ବିଜେପିକୁ ଗ୍ରାସ କରିଥିବା ବ୍ୟାଧି ଗୋଷ୍ଠୀବାଦ, ପରିବାରବାଦ, ପ୍ରିୟାପ୍ରୀତି ତୋଷଣରୁ ମୁକ୍ତ କରି ଜିଲ୍ଲାରେ ସଙ୍ଗଠନ ଆଧାରିତ ବିଜେପିକୁ ଠିଆ କରିବାକୁ ପଡ଼ିବ। ପ୍ରଥମେ ନିଜ ଗୃହ ଜିଲ୍ଲାକୁ ସଜାଡ଼ିଲା ପରେ ଯାଇ ରାଜ୍ୟ ବିଜେପିକୁ ସଜାଡ଼ିବା କଥା ମନମୋହନ ସାମଲଙ୍କୁ ଚିନ୍ତା କରିବାକୁ ପଡ଼ିବ।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.