Home ଓଡ଼ିଶା ୨୪ ଘଣ୍ଟାରେ, ପୁଣି ପାଖାପାଖି ୧୦ ହଜାର ନୂଆ କରୋନା ଆକ୍ରାନ୍ତ, ମୋଟ ଆକ୍ରାନ୍ତ ୨୬୬୫୯୮,...

୨୪ ଘଣ୍ଟାରେ, ପୁଣି ପାଖାପାଖି ୧୦ ହଜାର ନୂଆ କରୋନା ଆକ୍ରାନ୍ତ, ମୋଟ ଆକ୍ରାନ୍ତ ୨୬୬୫୯୮, ୭୪୬୬ ମୃତ

411

ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) ଦେଶରେ ଦିନକୁ ଦିନ କରୋନା ଭୂତାଣୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର, ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ବହୁ ସଂଖ୍ୟକ ନୂତନ ରୋଗୀ ଆସୁଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୯୮୭ କରୋନା ଆକ୍ରାନ୍ତ ରିପୋର୍ଟ ହୋଇଛି। ଏହିପରି ଭାବରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୫୯୮ ହୋଇଛି। ଦେଶରେ ମୋଟ ୭୪୬୬ ମୃତ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩୧ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟଯେ, ପ୍ରାୟ ଅଢେଇ ମାସ ବନ୍ଦ ରହିବା ପରେ ସୋମବାର ଠାରୁ ଦେଶରେ ସପିଂ ମଲ୍, ଧାର୍ମିକ ସ୍ଥାନ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲିଛି। ଏହି ସମୟ ମଧ୍ୟରେ, ନୂତନ ନିୟମ ଅନୁଯାୟୀ ପ୍ରବେଶ ପାଇଁ ଟୋକେନ୍ ସିଷ୍ଟମ୍ ଭଳି ବ୍ୟବସ୍ଥା ହେବ। ମନ୍ଦିରଗୁଡ଼ିକରେ ପ୍ରସାଦ ବଣ୍ଟନ ହେବ ନାହିଁ।

ଦେଶରେ ମୋଟ ସଂକ୍ରମଣ ସଂଖ୍ୟାରେ ୭୦ ପ୍ରତିଶତ ପାଞ୍ଚଟି ରାଜ୍ୟରୁ। ମହାରାଷ୍ଟ୍ରରେ ସର୍ବାଧିକ ୮୮୫୨୮ ସଂକ୍ରମଣ ହୋଇଛି। ତାମିଲନାଡୁରେ ୩୩୨୨୯, ଦିଲ୍ଲୀରେ ୨୯୯୪୩, ଗୁଜୁରାଟରେ ୨୦୫୪୫ଏବଂ ରାଜସ୍ଥାନରେ ୧୦୭୬୩ ଆକ୍ରାନ୍ତ ଅଛନ୍ତି। ଏହି ପାଞ୍ଚଟି ଖରାପ ପ୍ରଭାବିତ ରାଜ୍ୟ ପରେ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଆକ୍ରାନ୍ତ ସଂଖ୍ୟା ପ୍ରାୟ ଦଶ ହଜାର।

ପଶ୍ଚିମବଙ୍ଗ ଭଳି ରାଜ୍ୟରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସଂକ୍ରମିତ ଲୋକଙ୍କ ସଂଖ୍ୟା ୮୬୧୩ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.