Home Coronavirus Outbreak ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

141

ଭୁବନେଶ୍ୱର ୧୪-୫ (ଓଡ଼ିଆ ପୁଅ) – ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ। ଆସନ୍ତା ୧୭ ତାରିଖ ସନ୍ଧ୍ୟା ୫.୩୦ରେ ସର୍ବଦଳୀୟ ବୈଠକ ବସିବ। ଭିଡିଓ କନଫରେନସିଂ ଯୋଗେ ବିଧାୟକମାନେ ଯୋଡି ହେବେ। ଆଲୋଚନାରେ ସବୁ ଦଳର ବିଧାୟକମାନେ ଯୋଗ ଦେବେ। ରାଜ୍ୟର ସମସ୍ତ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।

ବୈଠକ ପାଇଁ ବିଧାନସଭାର ନୂତନ ସମ୍ମିଳନୀ କକ୍ଷ ଓ ଜିଲ୍ଲାସ୍ତରରେ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ସମସ୍ତ ବିଧାୟକ ବୈଠକରେ ନିଜ ଅଞ୍ଚଳର କୋଭିଡ ସ୍ଥିତି ସମ୍ପର୍କରେ ସୂଚନା ଦେବେ।

ବିଧାୟକମାନେ ନିଜ ଅଞ୍ଚଳରେ କୋଭିଡ୍ ମହାମାରୀର ସ୍ଥିତି, ସ୍ବାସ୍ଥ୍ୟସେବା, ଔଷଧ, ଡାକ୍ତର, ନର୍ସ, ଅକ୍ସିଜେନ୍ ସୁବିଧା ଆଦିର ଆବଶ୍ୟକତା ଏବଂ ବର୍ତ୍ତମାନର ସ୍ଥିତି ତଥା ଆସନ୍ତା ଦିନର ସାମ୍ଭାବ୍ୟ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିପାରିବେ। ଆଗକୁ କିପରି ଭଲଭାବରେ ସଫଳତାର ସହ ମହାମାରୀକୁ ସାମନା କରିହେବ, ସେ ନେଇ ସରକାରଙ୍କୁ ପରାମର୍ଶ ଦେବେ।

ସୂଚନାଯୋଗ୍ୟଯେ, ମହାମାରୀର ମୁକାବିଲା କରିବାପାଇଁ ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.