Home ଛବିରେ ଖବର ନାଗ ଦେବତାଙ୍କ ମୁଣ୍ଡରେ ମଣି!ଭିଡିଓ ଭାଇରାଲ

ନାଗ ଦେବତାଙ୍କ ମୁଣ୍ଡରେ ମଣି!ଭିଡିଓ ଭାଇରାଲ

2612

ଭୁବନେଶ୍ୱର;୨୯,ଅକ୍ଟୋବର:ନାଗ ମୁଣ୍ଡରେ ମଣି!ଏପରି କଥା ଶୁଣିବାକୁ ମିଳିଥାଏ।ସାପ ଏକ ବିଷଧର ପ୍ରଜାତିର ସରୀସୃପ।କିନ୍ତୁ ସାପ ଭିତରେ ନାଗସାପକୁ ଭାରତରେ ବିଭିର୍ଣ୍ଣ ପ୍ରାନ୍ତରେ “ନାଗ ଦେବତା” ରୂପେ ପୂଜା କରନ୍ତି।”ନାଗ ଦେବତା”ଙ୍କ ପାଇଁ “ନାଗ ପଞ୍ଚମୀ” ଭଳି ପୂଜା,ବ୍ରତ ମଧ୍ୟ ରହିଛି।ନାଗକୁ ନେଇ ଅନେକ କାହାଣୀ ରହିଛି।ଚଳଚିତ୍ର ମଧ୍ୟ ପ୍ରସ୍ତୁତ ହୋଇଛି।ତା’ ଭିତରେ “ନାଗମଣୀ” ଭାବରେ କେତେକ ନାଗଙ୍କ ଫଣା/ମୁଣ୍ଡରେ ମଣି ରହିଛି ବୋଲି ଅନେକଙ୍କର ଏକ ବିଶ୍ୱାସ ରହିଛି।

ତେବେ ଏହି ପରି ଏକ “ନାଗମଣୀ” ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ଜଣେ ବ୍ୟକ୍ତି ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।ଭିଡିଓଟିରେ ଦେଖାଯାଉଛି ପାଖରେ ଏକ କୁକୁର ନାଗଟିକୁ ଦେଖି ଭୁକୁଛି।ନାଗଟିର ଫଣାରୁ ଲାଲ ରଙ୍ଗର କିରଣ ନଜର ଆସୁଛି।ତେବେ ବିଶେଷଜ୍ଞ ଏହାକୁ ଚମତ୍କାର ବୋଲି ମାନୁ ନାହାଁନ୍ତି।ସେମାନଙ୍କର କହିବା ଅନୁଯାୟୀ ସୂର୍ଯ୍ୟ କିରଣ ନାଗଟିର ଫଣାରେ ପଡ଼ି ପ୍ରତିଫଳନ ହେଉଛି।ଯାହା କି ନାଗଟିର ମୁଣ୍ଡରୁ କିରଣ ନିର୍ଗତ ହେଲା ପରି ପ୍ରତୟମାନ ହେଉଛି।ଘଟଣାଟି କର୍ଣ୍ଣାଟକ ହୋଲମାକି ଗ୍ରାମର।ଗ୍ରାମର ଜଣେ ବ୍ୟକ୍ତିଙ୍କ ପୋଷା କୁକୁରଟି ହଠାତ ଭୁକିବାକୁ ଲାଗିଲା।ବ୍ୟକ୍ତି ଜଣଙ୍କ ବାହାରକୁ ଆସି ଦେଖିଲେ କୁକୁର ପାଖରେ ନାଗସାପଟି ଫଣା ଟେକି ରହିଛି ଏବଂ ତା’ ଫଣାରୁ ଲାଲ ରଙ୍ଗର କିରଣ ନିର୍ଗତ ହେଉଛି।ଏହାକୁ ଚମତ୍କାର ଭାବି ସେଠି ପ୍ରବଳ ଜନ ସମାଗମ ହେବା ସହ ଲୋକ ପୂଜା କରିବାକୁ ଲାଗିଥିଲେ।/ଦେବଦତ୍ତ

https://youtu.be/Ea-IryQMubQ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.