Home Top News ମୋଦୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢ଼ୁଛି : ନଡ୍ଡା

ମୋଦୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢ଼ୁଛି : ନଡ୍ଡା

47

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା କହିଛନ୍ତି, “ଆଜି ମୋଦୀ ଜୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢ଼ୁଛି। ଯେଉଁମାନେ ୨୦୦ ବର୍ଷ ଧରି ଭାରତ ଉପରେ ଶାସନ କରିଥିଲେ, ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ୱର ୫ତମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି।” ନଡ୍ଡା କହିଛନ୍ତି, ମୁଁ ସେହି ରାଜ୍ୟ ପରିଦର୍ଶନ କରି ଖୁସି ଅନୁଭବ କରୁଛି ଯେଉଁଠାରେ ବହୁ ସଂଖ୍ୟାରେ ଆଦିବାସୀ ବାସ କରନ୍ତି ଏବଂ ଆମ ମାନନୀୟ ରାଷ୍ଟ୍ରପତି ମଧ୍ୟ ଏହି ସମ୍ପ୍ରଦାୟର ଅଟନ୍ତି। ନଡ୍ଡା ଆହୁରୀ କହିଛନ୍ତି, ଆଇଏମ୍ଏଫ୍ ଅନୁଯାୟୀ ଭାରତରେ ଅତ୍ୟଧିକ ଦାରିଦ୍ର୍ୟରେ ୧ ପ୍ରତିଶତରୁ ବି କମ୍ ହୋଇଛି। କରୋନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ୮୦ କୋଟି ଲୋକଙ୍କୁ ଖାଦ୍ୟ ଶସ୍ୟରେ ପରିପୂର୍ଣ୍ଣ ରଖିଥିଲେ, ଫଳସ୍ୱରୂପ ଏହା ସମ୍ଭବ ହୋଇପାରିଛି। ସେହିପରି ବିଜେଡି ସରକାରକୁ ଟାର୍ଗେଟ୍ କରି ନଡ୍ଡା ପ୍ରଶ୍ନ କରିଛନ୍ତି, ରତ୍ନ ଭଣ୍ଡାରକୁ ସୁରକ୍ଷିତ ରଖିବା କାମ କାହିଁକି କରାଯାଉନି? ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା? ନବୀନଙ୍କୁ ଜବାବ ଦେବାକୁ ହେବ। ନବୀନ କହିଥିଲେ ଓଡ଼ିଆ ୟୁନିଭର୍ସିଟି କରିବେ। ୪ ବର୍ଷ ପୂରିଲା କୁଆଡ଼େ ଗଲା ଏହି ସେହି ବିଶ୍ୱବିଦ୍ୟାଳୟ? ପ୍ରଦେଶ ହିତ କଥା କହୁଥିବା ନବୀନ ବାବୁ ୭୦ ଲକ୍ଷ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରୁଛନ୍ତି, ଏଭଳି ସରକାରକୁ ଏଠାରେ ରଖାଯିବା ଉଚିତ କି ବୋଲି ନଡ୍ଡା ପ୍ରଶ୍ନ କରିଥିଲେ। ଠିକ୍ ସମୟରେ ପଦ୍ମଫୁଲ ବଟମ ଦବାଇ ‘ଆୟୁଷ୍ମାନ ଭାରତ’କୁ ଓଡ଼ିଶାରେ ନିଶ୍ଚିତ କରିବାକୁ ନଡ୍ଡା ସମସ୍ତଙ୍କୁ ଅନୁରୋଧ କରିଥିଲେ।ସେହିପରି ମହିଳା ସୁରକ୍ଷା କଥା ଉଠାଇ ନଡ୍ଡା କହିଥିଲେ, ଏନସିଆରବି ରିପୋର୍ଟ ଅନୁସାରେ ମହିଳା ନିର୍ଯାତନା ଓଡ଼ିଶାରେ ଦ୍ୱିଗୁଣିତ। ସବୁଠାରୁ ଅଧିକ ମହିଳା ଚାଲାଣ ଓ ମାନବ ଚାଲାଣ ଓଡ଼ିଶାରୁ ହେଉଛି। ମହିଳା ଚାଲାଣରେ ଓଡ଼ିଶା ଦେଶରେ ସବୁଠାରୁ ଆଗରେ ରହିଛି। ଓଡ଼ିଶା ଏଭଳି ଏକ ପ୍ରଦେଶ, ଯେଉଁଠି କିଏ ସରକାର ଚଳାଉଛି ଜଣାପଡୁନି, ଏଭଳି ସରକାରକୁ ଛୁଟି କରିଦେବା ଦରକାର ବୋଲି ନଡ୍ଡା ଆହ୍ୱାନ୍ କରିଥିଲେ।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.