Home ଓଡ଼ିଶା କାଶ୍ମୀରରେ ଆଂଶିକଭାବେ ଇଣ୍ଟରନେଟ ସେବା ବନ୍ଦ

କାଶ୍ମୀରରେ ଆଂଶିକଭାବେ ଇଣ୍ଟରନେଟ ସେବା ବନ୍ଦ

120

ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଶୁକ୍ରବାରଦିନ ସେନା ଅମରନାଥ ଯାତ୍ରା ମାର୍ଗ ନିକଟରେ ଥିବା ଆତଙ୍କବାଦୀମାନଙ୍କ ଆଡ୍ଡା ପାକିସ୍ତାନରେ ବନିଥିବା ବାରୁଦ ସୁଡ଼ଙ୍ଗ (ଲ୍ୟାଣ୍ଡମାଇନ) ଏବଂ ଆମେରୀକାର ସ୍ନାଇପର ଗନ ମିଳିବାର ଖୁଲାସା କରିଥିଲା। ଏହା ପରେ ଘାଟୀରେ ଆତଙ୍କବାଦୀ ଷଢ଼ଯନ୍ତ୍ରକୁ ଲକ୍ଷ ରଖି ସୁରକ୍ଷା ଦୃଷ୍ଟିରୁ ଅମରନାଥ ଯାତ୍ରାକୁ ରଦ୍ଦ କରିଦିଆଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କାଶ୍ମୀର ଘାଟୀ ଛାଡ଼ିବା ପାଇଁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଆଡଭାଇଜରୀ ଜାରୀ କରାଯାଇଛି। ଏପରିକି ପର୍ଯ୍ୟଟକମାନଙ୍କୁ ମଧ୍ୟ ଘାଟୀରୁ ଫେରି ଆସିବା ପାଇଁ ଆଡଭାଇଜରୀ ନିର୍ଦ୍ଦେଶ ଦିଆଯାଇଛି। ଇତି ମଧ୍ୟରେ କାଶ୍ମୀରରେ ଆଂଶିକଭାବେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.