Home ଓଡ଼ିଶା ଖେଲହେଲା କାଳ ଗଡ଼ିଆରେ ବୁଡି ନାବାଳକ ର ମୃତ୍ୟୁ

ଖେଲହେଲା କାଳ ଗଡ଼ିଆରେ ବୁଡି ନାବାଳକ ର ମୃତ୍ୟୁ

85

ପାଟଣା ୩୧-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ଥାନା ତ୍ତିଳବେଡା ଗାଁ ରେ ଘଟିଛି ଅଘଟଣ ଖେଳୁଥିବା ସମୟରେ ପୋଖରୀରେ ବୁଡି ଜଣେ ୪ ବର୍ଷର ନାବାଳକ ର ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ମୟୁରଭଞ୍ଜ ଜିଲା କରଞ୍ଜିଆ ଥାନା ଗ୍ରାମର ସନାତନ ବଦ୍ରା ଙ୍କ ୪ ବର୍ଷର ପୁଅ ବିକାଶ ବଦ୍ରା। ସେ ପାଟଣା ଥାନା ତ୍ତିଳବେଡା ରେ ବାପା ମା ଙ୍କ ସହ ମାମୁଁଘରେ ରହୁଥିଲେ। ଶୁକ୍ରବାର ଅପରାହ୍ନରେ ସେ ଖେଳୁଥିବା ସମୟରେ ଗାଡ଼ିଆରେ ପଡିଯାଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ସାହାରପଡା ଫାଣ୍ଡି ପୋଲିସ ପହଁଚି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.