Home Coronavirus Outbreak କରୋନା ମହାମାରୀ ଯୋଗୁ କୌଣସି ହୋଟେଲ ବା ରେଷ୍ଟୁରାଣ୍ଟ ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ ବନ୍ଦ...

କରୋନା ମହାମାରୀ ଯୋଗୁ କୌଣସି ହୋଟେଲ ବା ରେଷ୍ଟୁରାଣ୍ଟ ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ କୌଣସି ପତ୍ର ଜାରି କରିନାହାନ୍ତି

1056

ନୂଆ ଦିଲ୍ଲୀ ୨୨-୪ (ଓଡ଼ିଆ ପୁଅ) ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମଣ ଯୋଗୁ କୌଣସି ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବ ନାହିଁ ବୋଲି ଏକ ଗୁଜବ ପର୍ଯ୍ୟଟନ ମନ୍ତ୍ରଣାଳୟ ଦୃଷ୍ଟିକୁ ଆସିଛି। ମନ୍ତ୍ରଣାଳୟ ନାଁରେ ଏ ସଂକ୍ରାନ୍ତରେ ଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ଏହା ସମଗ୍ର ପର୍ଯ୍ୟଟନ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଛି। ଏପରି କୌଣସି ଚିଠି ଜାରି କରାଯାଇ ନାହିଁ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସ୍ପଷ୍ଟ କରିବା ସହ ଲୋକମାନେ ଏଭଳି ମିଥ୍ୟା ଖବରକୁ ବିଶ୍ୱାସ ନ କରିବାକୁ କୁହାଯାଇଛି।

ପର୍ଯ୍ୟଟନ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦେବା ସହ ମୁମ୍ବାଇ ପୁଲିସର ସାଇବର ଅପରାଧ ଶାଖାରେ ଅଭିଯୋଗ ଦାଖଲ ମଧ୍ୟ କରିଛି। ପତ୍ର ସୂଚନା କାର୍ଯ୍ୟାଳୟର ଫାକ୍ଟ ଚେକ ୟୁନିଟ ମଧ୍ୟ କିଛି ଦିନ ପୂର୍ବେ ଏ ଖବର ସତ ନୁହେଁ ବୋଲି ଜଣାଇବା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ମିଥ୍ୟା ଅପପ୍ରଚାର କରାଯାଉଛି। ପିଆଇବି ଫାକ୍ଟ ଚେକ ୟୁନିଟ ଏପରି ଖବର ମିଥ୍ୟା ବୋଲି ପୁନଃ ସ୍ପଷ୍ଟୀକରଣ ଦେଇଛି। ଏହି ଦୃଷ୍ଟିରୁ ଏଭଳି ଖବରକୁ ବିଶ୍ୱାସକୁ ନନେଇ କେବଳ ସରକାରୀ ଭାବେ ଦିଆଯାଇଥିବା ସୂଚନାକୁ ବିଶ୍ୱାସ କରିବାକୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.