Home Coronavirus Outbreak କୋଭିଡ-19 ସମେତ 10.02 ଲକ୍ଷ ଦାବିର ସମାଧାନ କଲା କର୍ମଚାରୀ ଭବିଷ୍ୟନିଧି ସଂଗଠନ

କୋଭିଡ-19 ସମେତ 10.02 ଲକ୍ଷ ଦାବିର ସମାଧାନ କଲା କର୍ମଚାରୀ ଭବିଷ୍ୟନିଧି ସଂଗଠନ

758

– କୋଭିଡ-19ର 1, 954 କୋଟି ଟଙ୍କାର ଦାବି ସମେତ ମୋଟ ଦେୟ ପଇଠ 3, 600 କୋଟି ଟଙ୍କା
– ତ୍ଵରିତ ସମାଧାନ ପାଇଁ ତିଆରି କରାଯାଇଥିବା ସ୍ଵତନ୍ତ୍ର ସଫ୍ଟୱେର ଜରିଆରେ ମାତ୍ର 3 ଦିନ ମଧ୍ୟରେ ସମାଧାନ ହୋଇପାରିଛି ଶତକଡା 90 ଭାଗ କୋଭିଡ-19 ଦାବି

ନୂଆ ଦିଲ୍ଲୀ ୨୨-୪ (ଓଡ଼ିଆ ପୁଅ) ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧିନସ୍ଥ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ମାତ୍ର 15 ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ 6.06 ଲକ୍ଷ କୋଭିଡ-19 ଦାବି ସମେତ ମୋଟ 10.02 ଲକ୍ଷ ଦାବିର ସମାଧାନ କରିପାରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜ ଅଧିନସ୍ଥ 1, 954 କୋଟି ଟଙ୍କାର କୋଭିଡ-19 ଦାବି ସମେତ ସଂଗଠନ 3, 600.85 କୋଟି ଟଙ୍କାର ଦେୟ ପ୍ରଦାନ କରିଛି।

ଲକଡାଉନ ଯୋଗୁଁ ମାତ୍ର ଏକ ତୃତୀୟାଂଶ କର୍ମଚାରୀ କାର୍ଯ୍ୟରେ ଯୋଗଦେଇଥିବା ବେଳେ କୋଭିଡ-19 ଦାବି ଅନ୍ତର୍ଗତ ଶତକଡା 90 ଭାଗ ମାମଲା ମାତ୍ର 3ଟି କାର୍ଯ୍ୟକାରୀ ଦିବସ ମଧ୍ୟରେ ସମାଧାନ ହୋଇପାରିଛି। ବିକଶିତ ସ୍ଵତନ୍ତ୍ର ସଫ୍ଟୱେର ଯୋଗୁଁ ଏପରି ତ୍ଵରିତ ଦେୟ ପ୍ରଦାନ ସମ୍ଭବପର ହୋଇପାରିଛି।

କେନ୍ଦ୍ର ସରକାର ଗତ ମାସ 26 ତାରିଖ ଦିନ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ କୋଭିଡ ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ। ଇପିଏଫ ଯୋଜନାରେ କୋଭିଡ-19 ମହାମାରୀର ମୁକାବିଲା ପାଇଁ ଅର୍ଥ ଉଠାଣ ପାଇଁ ସରକାର ଘୋଷଣା କରିଥିଲେ। ଇପିଏଫ ଯୋଜନାର ସ୍ଵତନ୍ତ୍ର ଅନୁଚ୍ଛେଦ 68ଏଲ(3) ବଳରେ ଏକ ଜରୁରି ବିଜ୍ଞପ୍ତି ପ୍ରବର୍ତ୍ତନ କରାଯାଇ ଏହି ଅର୍ଥ ଉଠାଣ ପାଇଁ ଅନୁମତି ଦିଆଯାଇଥିଲା। ଏଥିରେ 3 ମାସର ମୂଳ ବେତନ ଏବଂ ଡିଏ ବା ଶତକଡା 75 ଭାଗ ଅର୍ଥ ବା ଯେଉଁଟି ସର୍ବନିମ୍ନ ତାହା ଉଠାଣ ପାଇଁ ପ୍ରତି ସଦସ୍ୟଙ୍କୁ ଅନୁମତି ଦିଆଯାଇଥିଲା।

ଇପିଏଫଓ କୋଭିଡ-19 ଆଗୁଆ ଦାବି ଅନଲାଇନ ଜରିଆରେ ଉଠାଣ ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଥିଲା। ଉମଙ୍ଗ ଆପ ଜରିଆରେ ମୋବାଇଲ ଫୋନ ଦ୍ଵାରା ଏହି ଦାବି ଉଠାଣ ପାଇଁ ମଧ୍ୟ ସୁବିଧା ଥିଲା। ଇପିଏଫଓ ଏଭଳି କଠିନ ପରିସ୍ଥିତିରେ ନିଜର କର୍ମଚାରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଅଙ୍ଗୀକାରବଦ୍ଧ ହୋଇଥିବାରୁ ଏହା କର୍ମଚାରୀଙ୍କୁ ସାହାଯ୍ୟ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.