Home ଅପରାଧ ବଡ଼ ଭଉଣୀକୁ ଦୁଷ୍କର୍ମ କରି ହତ୍ୟା କଲା ସାନ ଭାଇ – ଗିରଫ

ବଡ଼ ଭଉଣୀକୁ ଦୁଷ୍କର୍ମ କରି ହତ୍ୟା କଲା ସାନ ଭାଇ – ଗିରଫ

727

ରାଜସ୍ଥାନ ୨୮-୨ (ଓଡ଼ିଆ ପୁଅ) ରାଜସ୍ଥାନର ଭୀଲୱାଡ଼ାରେ ପୁଲିସ ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ନିଜର ବଡ଼ ଭଉଣୀ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରିଛି। ପୁଲିସ କହିଛି କି ଅଭିଯୁକ୍ତ ଘରୁ ବାହାରକୁ ବାହାରିବା ପୂର୍ବରୁ ଭଉଣୀର କାନ ବାଲି ମଧ୍ୟ ଲୁଟିନେଇଥିଲା।

ଭୀଲୱାଡ଼ାର ପୁଲିସ ଅଧୀକ୍ଷକ ହରେନ୍ଦ୍ର ମହାବର କହିଛନ୍ତିଯେ, ୪୮ ବର୍ଷୀୟ ବଡ଼ ଭଉଣୀଙ୍କର ଶବ ୨୫ ଫେବୃଆରିରେ ମିଳିଥିଲା। ତାଙ୍କର ମୁଁହ, କାନ ଏବଂ ନାକରୁ ରକ୍ତ ବାହାରୁ ଥିଲା। ତା’ ଭାଇ ପପ୍ପୁ ସିଂହ କହିଛନ୍ତି କି ଯେତେବେଳେ ସେ ଦ୍ୱିପ୍ରହର ଭୋଜନ ପାଇଁ ଘରକୁ ଆସିଥିଲେ, ସେତେବେଳେ ତା’ ପଡ଼ୋଶୀ କହିଲେ କି ତା’ ଭଉଣୀ ସକାଳୁ ଘରୁ ବାହରକୁ ଆସିନାହିଁ। ତା’ ପରେ ଯେତେବେଳେ ମୁଁ ତା’ ଘରକୁ ଗଲି, ସେତେବେଳେ ତାକୁ ମୃତ ଅବସ୍ଥାରେ ଦେଖିଥିଲି।

ଏସପି କହିଛନ୍ତିଯେ, ପୁଲିସ ସୂଚନା ଆଧାରରେ ତା’ର ୪୨ ବର୍ଷୀୟ ଦ୍ୱିତୀୟ ଭାଇ କାଲୁ ସିଂହ ପଂଜାବୀକୁ ପ୍ରଶ୍ନ ପଚାରିବା ପାଇଁ ନିଆଯାଇଥିଲା। ପ୍ରଶ୍ନ ପଚାରିବା ସମୟରେ, ସେ ନିଜର ଅପରାଧ ସ୍ୱୀକାର କରିଥିଲା। ସେ କହିଥିଲାଯେ, ଭଉଣୀକୁ ଦୁଷ୍କର୍ମ କରିଥିଲା ଏବଂ ଯେତେବେଳେ ସେ ଅନ୍ୟ ଭାଇକୁ ଏହି ବିଷୟରେ କହିବାକୁ ଧମକ ଦେଲା, ସେ ତା’ର ଗଳା ଚିପି ମାରି ଦେଇଥିଲା।

ଅଭିଯୁକ୍ତ କହିଲାଯେ, ହତ୍ୟା ପରେ କାନ ବାଳି ଲୁଟିନେଇଥିଲା ଯାହାଫଳରେ ଏହି ମାମଲା ହତ୍ୟା ଲାଗିବ। ଅଭିଯୁକ୍ତ କାଲୁ ସିଂହ ବିରୁଦ୍ଧରେ ଆଇପିସିର ଧାରା ୩୯୭ (ଲୁଟ ଏବଂ ଡକାୟତିର ଚେଷ୍ଟା), ୩୭୬ (ଦୁଷ୍କର୍ମ) ଏବଂ ୩୦୨ (ହତ୍ୟା) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.