Home ଜିଲ୍ଲା ପରିକ୍ରମା ମାଓପ୍ରବଣ ସ୍ୱାଭିମାନ ଅଚଂଳରେ ଜିଲ୍ଲାପ୍ରଶାସନ ପକ୍ଷରୁ ମହାସମାଧାନ ଶିବିର

ମାଓପ୍ରବଣ ସ୍ୱାଭିମାନ ଅଚଂଳରେ ଜିଲ୍ଲାପ୍ରଶାସନ ପକ୍ଷରୁ ମହାସମାଧାନ ଶିବିର

267

ମାଲକାନଗିରି,୨୮ା୨(ଓଡିଆ ପୁଅ ) ଚିତ୍ରକୋଣ୍ଡା ସ୍ୱାବିମାନ ଅଚଂଳ ମାଓପ୍ରବଣ ଜନତାପାଇ ଗ୍ରାମଠାରେ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ମହାସମାଧାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଗତ୨୦୧୧ମସିହାରେ ବିଛିନ୍ନାଚଳ ବଡପଡା ଠାରେ ଜନସଂପର୍କଶିବିର ରୁ ପୁବ ର୍ତନ ଜିଲ୍ଲାପାଳ ଭିନିଲକ୍ରିଷ୍ଣାଙ୍କୁ ମାଓବାଦୀ ମାନେ ଅପହରଣ କରିନେଇ ବିଭିନ୍ନ ଦାବିନେଇ ମୁଣ୍ଡଜାମିନି ରଖି ୮ଦିନପରେ ଛାଡିଥିଲେ । ସେହି ଦିନଠାରୁ ବିଛାନ୍ନାଚଂଳ କୁ କୌଣସି ସରକାରୀ ଅଧିକାରୀ ପରିଦର୍ଶନ ରେ ଯିବାକୁ ଭୟକରୁଥିଲେ । ଜାନବାଇ ଠାରେ ଗୁରୁପ୍ରୀୟା ସେତୁ ଉଦଘାଟନ ହେବାପରେ ସେ ଭୟଦୁର ହୋଇ ବିଛିନ୍ନାଚଂଳକୁ ପ୍ରଶାସନିକ ଅଧିକାରୀ ମାନେ ବାରମ୍ବାର ଗସ୍ତକରି ବିକାଶର ଧାରାକୁ ତ୍ୱରାନିତ କରିଛନ୍ତି । ସ୍ୱାଭିମାନ ଅଚଂଳରେ ଉନ୍ନୟନ ମୁଳକ କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା ମାଧ୍ୟମରେ ମହାସମାଧାନ କରି ବିକାଶର ଧାରାକୁ ଆଗେଇନେବା ପାଇଁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱାଭିମାନ ଅଚଂଳର ଦୁର୍ଗମ ମାଓପ୍ରବଣ ଜନତାପାଇ ଗ୍ରାମ ଠାରେ ଥିବା ବିଏସଏଫ କ୍ୟାମ୍ଫରେ ମହାସମାଧାନ ଶିବିର ର ଆୟୋଜନ କରିଛନ୍ତି ।ଏହି ଶିବିରରେ ସମନ୍ୱୀତ ଆଦିବାସୀ ଉନ୍ନୟନସଂସ୍ଥା,ଖାଉଟି ଯୋଗାଣବିଭାଗ, କୃଷିବିଭାଗ,ମତ୍ସବିଭାଗ,ଓଡିଶା ଜୀବିକା ମିଶନ,ପଶୁପାଳନ,ଶିଶୁମହିଳା କଲ୍ୟାଣ, ସ୍ୱାସ୍ଥ୍ୟବିଭାଗ,ଶିକ୍ଷାବିଭାଗ,ଜଳ ଓ ପରିମଳବିଭାଗ,ରାଜସ୍ୱବିଭାଗ, ଶିଶୁ ସୁରକ୍ଷା ବିଭାଗ,ସାମାଜିକ ସୁରକ୍ଷା ବିଭାଗ,ସହ ଅନ୍ୟାନ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ଥରୀୟ ବିଭାଗ ପକ୍ଷରୁ ଷ୍ଟଲ ଖୋଲାଯାଇ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ଗ୍ରାମବାସୀ ମାନଙ୍କ ବିଭିନ୍ନ ସମସ୍ୟା ସାଧାସଳଖ ଭାବେ ସମାଧାନ କରାଯାଇଛି । ଏହି ମହାସମାଧାନ ଶିବିରରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଏସପି ରିଶିକେଶ ଡି ଖିଲାରୀ,ଅତିରିକ୍ତ ଜିଲ୍ଲାପାଳ ବୀରସେନପ୍ରଧାନ,ଡିଏଇଓ ପ୍ରଦୀପ ମିରାସେ,ପିଏ ଆଇଟିଡିଏ କ୍ଷୀରାଦ୍ଦିବେହେରା,ଜିଲ୍ଲାସାମାଜିକ ସୁରକ୍ଷା ଅଧିକାରୀ ରାଧାମଣିଦଳାଇ,ଜିଲ୍ଲାକୃଷି ଅଧିକାରୀ ରାମଚନ୍ଦ୍ର ପଟନାୟକ,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର,ବାଲାଜି ପଟନାୟକ,ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା,ବିଡିଓ ଲରିମନ ଖୋସଲା ,ଜିଲ୍ଲାଶିକ୍ଷା ଅଧିକାରୀ ରମେଶଚନ୍ଦ୍ର ସେଠୀ ଙ୍କ ସହିତ ଅନ୍ୟାନ ଅଧିକାରୀ ମାନେ ଉପସ୍ଥିତ ରହି ସ୍ୱାଭିମାନ ଅଚଂଳରେ ରାସ୍ତାଘାଟ ନିର୍ମାଣ, ପାନୀୟଜଳ ଯୋଗାଣ,ସ୍ୱାସ୍ଥ୍ୟ ସେବା,ଶିକ୍ଷା ବ୍ୟବସ୍ଥା ସହିତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ,ବିଜୁପକା ଗୃହ,ବାର୍ଦ୍ଦକ୍ୟ,ବିଧାବା, ବିକଳାଙ୍ଗ ଭତା ପ୍ରଦାନପ୍ରତି ଗରୁତ୍ୱ ଦେଇ ୩୮ଟି ଛୋଟବଡ ଅଭିଯୋଗ ସମାଧାନ କରି ବିଭିନ୍ନ ଉନ୍ନୟନ ମୁଳକ ଯୋଜନାର ବର୍ତାଦେଇ ଥିଲେ । ସ୍ୱାଭିମାନ ଅଚଂଳର ଅନେକ ଗ୍ରାମବାସୀଙ୍କର ଆଧାର କାର୍ଡ ନଥିବାରୁ ଏହି ଶିବିରରେ ଆଧାର କାର୍ଡ ପଜିଂକରଣ କରାଯାଇଥିଲା । ଦୀର୍ଘ ୯ବର୍ଷପରେ ମାଓପ୍ରବଣ ବିଚିନ୍ନାଚଂଳରେ ଜିଲ୍ଲାପାଳ,ଏସପି ଙ୍କ ସହିତ ସମସ୍ତବିଭାଗର ଅଧିକାରୀ ଏକ ତ୍ରୀତ ହୋଇ ଗ୍ରାମବାସୀ ମାନଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଉଥିବାରୁ ସ୍ୱାଭିମାନ ଅଚଂଳର ହଜାର ହଜାର ଆଦିବାସୀ ମହିଳା ଓ ପୁରଷ ପିଲାଛୁଆ ଧରି ମହାସମାଧନ ଶିବିରକୁ ଧାଡି ବାନ୍ଧିଥିଲେ । ଏହା ମାଓପ୍ରବଣ ଅଚଂଳ ହୋଇଥିବାରୁ ଶିବିର ଚର୍ତୁପାଶ୍ୱର୍ରେ ବିଏସଏଫ ଓ ଜିଲ୍ଲାପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି ଶିବିରରେ ସବ ର୍ଶିକ୍ଷା ଅଭିଯାନ ପକ୍ଷରୁ ଏକ ଶିକ୍ଷାର ସୁସଜିତ ରଥ ଗ୍ରାମପରିକ୍ରମା କରି ଶିକ୍ଷାର ଜନସେଚତନତା ବାର୍ତା ଦେଇଥିଲା । ଅଶାନ୍ତ ଥିବା ସ୍ୱାଭିମାନ ଅଚଂଳ ରେ ଶାନ୍ତିଫେରାଇ ଆଣିବା ଓ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ଲୋଖା ଅଭିମୁଖି କରିବା ନେଇ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ଅଧିକାରୀ ମାନଙ୍କୁ ନେଇ ଆଜିର ମହାସମାଧନ ଶିବିର ସରକାରୀ ଅଧିକାରୀ,କର୍ମଚାରୀ ଓ ଗ୍ରାମବାସୀ ମାନଙ୍କ ସହଯୋଗରେ ସଫଳତାର ସହିତ ହୋଇପାରିଛି, ସ୍ୱାଭିମାନ ଅଚଂଳରେ ବିକାଶ ମୁଳକ କାର୍ଯ୍ୟହେଲେ,ସ୍ୱାଭିମାନ ଅଚଂଳବାସୀ ବିକାଶପଥରେ ଆଗେଇ ପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.