Home Top News ଯୌନ ତୃପ୍ତି ପାଇଁ ଭୁଲ ପରୀକ୍ଷଣ : ୬ଟି ରାଜମା ଯୌନାଙ୍ଗରେ ଭର୍ତ୍ତି କରି କଷ୍ଟ...

ଯୌନ ତୃପ୍ତି ପାଇଁ ଭୁଲ ପରୀକ୍ଷଣ : ୬ଟି ରାଜମା ଯୌନାଙ୍ଗରେ ଭର୍ତ୍ତି କରି କଷ୍ଟ ପାଇଲେ ୩୦ ବର୍ଷିୟ ପୁରୁଷ, ଶେଷରେ ଅପରେସନ୍‌ କରି ବାହାର କରାଗଲା

368

ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ଅଦ୍ଭୁତ ଘଟଣା। ଭୁଲ ପରୀକ୍ଷଣ, ମୃତ୍ୟୁ ମୁଖକୁ ଟାଣିନେଇଥାନ୍ତା। ଜରୁରୀକାଳୀନ ଅସ୍ତ୍ରୋପଚାର କରିବାକୁ ପଡିଲା। ସୂଚନାଯୋଗ୍ୟଯେ, ଜଣେ ୩୦ ବର୍ଷିୟ ବ୍ୟକ୍ତି ତାଙ୍କ ଲିଙ୍ଗ ଭିତରେ ୬ ଟି କିଡନୀ ବିନ୍ (ରାଜମା ମଞ୍ଜି) ପ୍ରବେଶ କରାଇଥିଲେ। ଭାବିଥିଲେ ଇଜାକ୍ୟୁସନ ସମୟରେ ଏହା ବାହାର ବାହାରି ପଡ଼ିବ। କିନ୍ତୁ ରାଜମା ଗୁଡ଼ିକ ତାଙ୍କ ମୂତ୍ରାଶୟରେ ଜାମ୍ ହୋଇଗଲା ଏବଂ ସେ ତାଙ୍କ ଲିଙ୍ଗରୁ ଏହାକୁ ବାହାର କରିବା ପାଇଁ ତୁରନ୍ତ ଏକ ବିଶେଷଜ୍ଞ ଦଳ ଦ୍ୱାରା ଅସ୍ତ୍ର୍ରଚାର କରାଗଲା। ଏଭଳି ଏକ ଅଦ୍ଭୁତ ଘଟଣା ଘଟିଛି ମିଚିଗାନର ସ୍ପାରୋ ହସ୍ପିଟାଲରେ। ମାର୍ଜେକ୍ସ ଡେନିସ୍‌ଙ୍କ ନେତୃତ୍ୱରେ ମେଡିକାଲ୍ ବିଶେଷଜ୍ଞଙ୍କ ଏକ ରିପୋର୍ଟରେ ଏହି ମାମଲା ଉଲ୍ଲେଖ କରାଯାଇଛି। ବିଶେଷଜ୍ଞମାନେ କହିଛନ୍ତିଯେ, ଲିଙ୍ଗ ସହିତ ଖେଳ ନାହିଁ! ଯୌନ ତୃପ୍ତି ପାଇଁ ଜଣେ ଚାଇନିଜ୍ ବାଳକ ପୂର୍ବରୁ ମଧ୍ୟ ତାଙ୍କ ୟୁରେଥ୍ରାରେ USB କର୍ଡ ଭର୍ତ୍ତିକରି ହସ୍ପିଟାଲରେ ଅସ୍ତ୍ରୋପ୍ରଚାର କରାଇଥିଲା ଏବଂ ମୃତ୍ୟୁମୁଖରୁ ବଞ୍ଚିଥିଲା।

ଏହା ପ୍ରଥମ ଥର ନୁହେଁ, ବ୍ୟକ୍ତି ଜଣକ ପୂର୍ବରୁ ମଧ୍ୟ ଏପରି ପରୀକ୍ଷଣ କରି ରାଜମା ମଞ୍ଜିକୁ ବାହାର କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ଏଥର ଅଧିକ ତୃପ୍ତି ପାଇବା ପାଇଁ ୬ଟି ମଞ୍ଜି ଭର୍ତ୍ତି କରିବା କାରଣରୁ ତାହା ତା’ ୟୁରେଥ୍ରାରେ ଜାମ୍‌ ହୋଇଯାଇଥିଲା। ଯଦିଓ ବ୍ୟକ୍ତି ଜଣକ ଟ୍ୱିଜର ବ୍ୟବହାର କରି ଏହାକୁ ବାହାର କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସେ ବିଫଳ ହୋଇଥିଲା। ଡେନିସ୍ ଉଲ୍ଲେଖ କରିଛନ୍ତି ଯେ, ଡାକ୍ତରମାନେ ଦେଶୀ ପଦ୍ଧତି ଦ୍ୱାରା ରାଜମାକୁ ହଟାଇବା ପାଇଁ ରକ୍ଷଣଶୀଳ ପ୍ରଣାଳୀ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ଦଳ ସ୍ପଷ୍ଟ କରିଛି ଯେ, ଲିଙ୍ଗରେ ଏଭଳି ପରୀକ୍ଷଣ ହେଉଛି ଏକ ପ୍ରକାର ଯୌନ ଅଭ୍ୟାସ ଯାହାକି ‘କକ୍-ଷ୍ଟଫିଂ’ ବା ‘ସାଉଣ୍ଡିଂ’ ଭାବରେ ଜଣାଶୁଣା। ଏହି ବ୍ୟକ୍ତି ଜଣକ ୩ ଦିନ ଧରି ପରିଶ୍ରା କରିନପାରିବାକୁ କଷ୍ଟ ପାଇଥିଲା ଏବଂ ପରେ ହସ୍ପିଟାଲରେ ଭର୍ତ୍ତିହୋଇଥିଲା। ବ୍ୟକ୍ତିଙ୍କୁ ସିଷ୍ଟୋସ୍କୋପି ଏବଂ ମୂତ୍ରାଶୟ ଫରେନ ରିମୁଭାଲ୍‌ ଅପରେଟିଭ୍ ପଦ୍ଧତ୍ତିରେ କୌଣସି କଟାନଯାଇ ଶେଷରେ ଏହି ରାଜମା ମଞ୍ଜିଗୁଡ଼ିକୁ ବାହାର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.