Home ଅପରାଧ ଭୁଲ୍ ଇଞ୍ଜେକ୍ସନ୍ ଯୋଗୁଁ ଚାଲିଗଲା ଜୀବନ: ଆଉ ଏକ ପରିବାରକୁ ନ୍ୟାୟ ଦେବା ପାଇଁ ମହିଳା...

ଭୁଲ୍ ଇଞ୍ଜେକ୍ସନ୍ ଯୋଗୁଁ ଚାଲିଗଲା ଜୀବନ: ଆଉ ଏକ ପରିବାରକୁ ନ୍ୟାୟ ଦେବା ପାଇଁ ମହିଳା ମୋର୍ଚ୍ଚାର ଲଢ଼େଇ ..

20

ଭଦ୍ରକ: ଭଦ୍ରକ ଜିଲ୍ଲା ମିର୍ଜାପୁର ଯୁବତୀ ମୃତ୍ୟୁ ଘଟଣାରେ ସଂପୃକ୍ତ ପରିବାର ନିମନ୍ତେ ନ୍ୟାୟ ପାଇଁ ଲଢ଼େଇ କରି ଚର୍ଚ୍ଚାରେ ଥିବା ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଏବେ ଆଉ ଏକ ପରିବାରକୁ ନ୍ୟାୟ ଦେବା ପାଇଁ ଲଢ଼େଇ ଆରମ୍ଭ କରିଦେଇଛି। ତ୍ରୁଟିପୂର୍ଣ୍ଣ ଇଞ୍ଜେକ୍ସନ ଯୋଗୁଁ ଜଣେ ୩୨ ବର୍ଷ ଯୁବକଙ୍କ ମୃତ୍ୟୁ ଘଟିବା ସମ୍ପର୍କରେ ଖବର ପାଇବା ପରେ ରାତାରାତି ଯାଇ ଘଟଣା ସ୍ଥଳରେ ପହଁଚିଛି ଭଦ୍ରକ ମହିଳା ମୋର୍ଚ୍ଚା ଟିମ୍। ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାନେତ୍ରୀ ଉଷା ପାଢ଼ୀ, ସାଧାରଣ ସମ୍ପାଦିକା ଲିପିକା ବାରିକ, କୋଷାଧ୍ୟକ୍ଷା ସ୍ମୃତିରେଖା ରାଉତ ଏବଂ ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ର ପ୍ରମୂଖ ମୃତ ଯୁବକଙ୍କ ପରିବାର ସହିତ ଭେଟି ଘଟଣା ସମ୍ପର୍କରେ ପଚାରିବୁଝିବା ସହ ଏନେଇ କାର୍ଯ୍ୟାନୁଷ୍ଠାନ ଦାବୀରେ ସାବରଙ୍ଗ ଥାନା ଅଧିକାରୀଙ୍କୁ ଭେଟିଛି ମହିଳା ମୋର୍ଚ୍ଚା ଟିମ୍। ମୃତ୍ୟୁ ବରଣ କରିଥିବା ଯୁବକଙ୍କ ପତ୍ନୀ ସୁମିତ୍ରା ଜେନାଙ୍କ ଅଭିଯୋଗ ଅନୁଯାୟୀ ସାବରଙ୍ଗ ଥାନା ଅଧୀନସ୍ଥ ବାଇଜେନା ସାହି ଗ୍ରାମର ନିତ୍ୟାନନ୍ଦ ଜେନା (୩୨) ଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ମେଡିକାଲ ଛକରେ ଥିବା ବାବାଶିଷ ମେଡିସିନ୍ ଷ୍ଟୋରକୁ ଯାଇ ଚନ୍ଦନ କୁମାର ମହାପାତ୍ରଙ୍କୁ ଦେଖାଇଥିଲେ। ପରୀକ୍ଷା କରି ସେ ନିତ୍ୟାନନ୍ଦଙ୍କୁ ଏକ ସିରଫ ଖାଇବାକୁ ଦେଇ ତାଙ୍କ ଅଣ୍ଟାରେ ଏକ ଇଞ୍ଜେକସନ ଦେଇଥିଲେ। କିନ୍ତୁ, ଏଥିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ହେବା ପରିବର୍ତ୍ତେ ଅଧିକ ଗୁରୁତର ହେବାରୁ ସେ ତାଙ୍କୁ ପୁଣି ୩ଟି ଇଞ୍ଜେକସନ ଦେବାରୁ ତାଙ୍କର ବାନ୍ତି ହେବା ପରେ ସେ ଅଚେତ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। କିନ୍ତୁ, ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ନିତ୍ୟାନନ୍ଦଙ୍କ ପତ୍ନୀ ସୁମିତ୍ରା ସାବରଙ୍ଗ ଥାନାରେ ତାଙ୍କ ସ୍ୱାମୀଙ୍କର ଭୁଲ୍ ଇଞ୍ଜେକସନ ଯୋଗୁଁ ମୃତ୍ୟୁ ହୋଇଥିବାରୁ ସେଥିପାଇଁ ଦାୟୀ ବାବାଶିଷ ମେଡିସିନ୍ ଷ୍ଟୋରର ଚନ୍ଦନ ମହାପାତ୍ରଙ୍କୁ ତୁରନ୍ତ ଗିରଫ କରାଯାଇ ତାଙ୍କ ସ୍ୱାମୀଙ୍କୁ ଉଚିତ୍ ନ୍ୟାୟ ଭିକ୍ଷା କରିଛନ୍ତି। ମୃତ ଯୁବକଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ସାବରଙ୍ଗ ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.