ad
ଅପରାଧ

ଲଜ୍ଜା : ପତ୍ନୀକୁ ଜୁଆରେ ବାଜି ଲଗାଇଲା : ହାରିଲା ପରେ ସାଙ୍ଗମାନେ ମିଶି କଲେ ଗ୍ୟାଙ୍ଗ ରେପ୍

କୋର୍ଟ ପ୍ରଥମ ନଜରରେ ମାମଲାକୁ ଗଂଭୀରତା ପୂର୍ବକ ନେଇ ପୁଲିସକୁ ଗ୍ୟାଙ୍ଗ ରେପ କେସ ରୁଜୁ କରିବା ପାଇଁ ଆଦେଶ ଦେଲେ

ନୂଆ ଦିଲ୍ଲୀ ୧-୮ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶର ଜୌନପୁରରେ ପତି ଦ୍ଵାରା ଏକ ମହିଳାକୁ ଜୁଆରେ ବାଜି ଲଗାଇବା ଏବଂ ତା’ପରେ ତା’ ସହିତ ଗଣ ଦୁଷ୍କର୍ମ କରାଯାଇଥିବାର ଖବର ମିଳିଛି।

ପତି ବିରୁଦ୍ଧରେ ଅଭିଯୋଗ ଏହାଯେ, ସେ ଜୁଆରେ ଟଙ୍କା ସରିବାରୁ ନିଜର ପତ୍ନୀକୁ ହିଁ ବାଜି ଲାଗାଇ ଦେଇଥିଲା। ତା’ ପରେ ପତିର ସାଙ୍ଗମାନେ ଉକ୍ତ ମହିଳା ସହିତ ଗ୍ୟାଙ୍ଗ ରେପ କରିଥିଲେ।

ମହିଳାଙ୍କର ଅଭିଯୋଗ ଉପରେ ଯେତେବେଳେ ପୁଲିସ ମାମଲା ରୁଜୁ କଲା ନାହିଁ ପୀଡ଼ିତା କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

କୋର୍ଟ ହିଁ ପ୍ରଥମ ନଜରରେ ଏହି ମାମଲାକୁ ରୁରୁତର ଭାବରେ ନେଇ ପୁଲିସକୁ ଗ୍ୟାଙ୍ଗ ରେପ୍ ମାମଲା ରୁଜୁ କରିବା ପାଇଁ ଆଦେଶ ଦେଇଥିଲେ। ଏତଦ୍ ବ୍ୟତୀତ କୋର୍ଟ ପୁଲିସକୁ ଆଦେଶ ଜାରୀ କରିଥିଲେ କି ଏଫଆଇଆର ଲେଖି ଏହାର କପି କୋର୍ଟରେ ଦେବାକୁ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top