Home ଓଡ଼ିଶା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତିଙ୍କ ଦାଇତ୍ୱ ଗ୍ରହଣ

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତିଙ୍କ ଦାଇତ୍ୱ ଗ୍ରହଣ

112

ବଲାଙ୍ଗୀର, ୨୩-୦୬(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ବହୁ ପ୍ରତୀକ୍ଷିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଡ- ଦୀପକ କୁମାର ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି। କୋଭିଡ ସମୟରେ ବିଶ୍ବବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଡିଜିଟାଲ ପ୍ରଣାଳୀରେ ଆଗକୁ ନେବାକୁ କୂଳପତି ଗୁରୁତ୍ବ ଦେଇଛନ୍ତି।

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର ବେହେରା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଆସି ଦାୟିତ୍ୱ ଗ୍ରହଣ କରିବା ସହ ପ୍ରଶାସନିକ ବିଭାଗ, ଲାଇବ୍ରେରୀ, ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ। ଏହି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ବରିଷ୍ଠ ଅଧ୍ୟାପକଙ୍କୁ ସମ୍ବୋଧନ କରିଥିଲେ। ପ୍ରଫେସର ବେହେରା କହିଥିଲେ ଯେ, ପରିବର୍ତ୍ତନ ସହ ତାଳଦେଇ ଆମକୁ ପ୍ରଗତିଶୀଳ ହେବାକୁ ପଡ଼ିବ। ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଛାତ୍ରୀଛାତ୍ରଙ୍କୁ ପରିବର୍ତ୍ତନ କରିପାରିବା ଏବଂ ବିଶ୍ୱବିଦ୍ୟାଳୟକୁ ପ୍ରଗତି ପଥରେ ନେଇପାରିବା। ସମସ୍ତଙ୍କ ସହଯୋଗରେ ଏହି ଶିକ୍ଷାନୁଷ୍ଠାନକୁ ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଶତ ପ୍ରତିଶତ ଚେଷ୍ଟା କରିବେ ବୋଲି ପ୍ରଫେସର ବେହେରା କହିଥିଲେ।

ବର୍ତ୍ତମାନ ଏହି ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଷ୍ଟାଫ୍‌ଅଭାବଜନିତ ସମସ୍ୟା ସମାଧାନ, ଅନ୍ୟାନ୍ୟ ଭିତ୍ତିିଭୂମିର ବିକାଶ କରିବା ଆବଶ୍ୟକତା ରହିଛି। ଶିକ୍ଷାନୁଷ୍ଠାନର ଜମି ଜବରଦଖଲ ସମସ୍ୟା ରହିଛି। ଏସବୁ ଦିଗରେ ପର୍ଯ୍ୟାୟକ୍ରମେ ପଦକ୍ଷେପ ଗ୍ରହଣ କରାଯିବ। ପ୍ରଥମେ ବିଶ୍ୱବିଦ୍ୟାଳୟ ପାଇଁ ଗୁରୁତ୍ୱପୂର୍ଣ୍ଣ ସିଣ୍ଡିକେଟ, ଏକାଡେମିକ, କାଉନସିଲ ଗଠନ କରିବାକୁ ପଡିବ। ସେମାନଙ୍କ ଜରିଆରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରିବ। କେତୋଟି ନୂଆ ବିଷୟ ଖୋଲିବା ମୋର ଇଚ୍ଛା ରହିଛି। ତେବେ ସେସବୁ ଉପରେ ଅନ୍ୟମାନଙ୍କ ନିଷ୍ପତ୍ତିର ଆବଶ୍ୟକତା ରହିଛି। ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ଆଗାମୀ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ପ୍ରଶାସନ, ଉଚ୍ଚଶିକ୍ଷା ବିଭାଗ, କୁଳାଧିପତିଙ୍କ ଅଫିସ, ୟୁଜିସି ଏଭଳି ବିଭିନ୍ନ ସ୍ତରରେ ଅନେକ କାମ କରିବାକୁ ପଡ଼ିବ। ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ୬୫ଟି ମହାବିଦ୍ୟାଳୟ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ରହିବେ।

କୋଭିଡ-୧୯ ଗାଇଡଲାଇନ୍‌ଭିତରେ ଭିଡିଓ କନ୍‌ଫରେନ୍‌ସ ଜରିଆରେ ସମସ୍ତ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରାଯିବ। ସେପ୍ଟେମ୍ବର ୧ରୁ ବିଶ୍ୱବିଦ୍ୟାଳୟ ପାଠପଢ଼ା ଆରମ୍ଭ ହେବ। ଆମକୁ କିଛି ସମୟ ମିଳିଛି। ଏହି ସମୟରେ ଅନେକ ପ୍ରାରମ୍ଭିକ କାମ କରିବେ। ଗୁଗ୍‌ଲ ମିଟ୍‌ବା ଅନ୍‌ଲାଇନ୍‌ଜରିଆରେ ସମସ୍ତଙ୍କ ସହ ଆଲୋଚନା କରି ଆଗକୁ କୋଭିଡ ମୁକାବିଲା ସମୟରେ ଡିଜିଟାଲ ଶିକ୍ଷାଦାନ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ।

ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗୀରବାସୀ ଏବଂ ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ଏକ ଐତିହାସିକ ଦିନ ବୋଲି ପ୍ରଫେସର ବେହେରା ଗଣମାଧ୍ୟମକୁ କହିଥିଲେ। ଏହି ଅବସରରେ ପ୍ରଫେସର ବେହେରା ତାଙ୍କର ଛାତ୍ରାବସ୍ଥା, କ୍ରୀଡ଼ାଜୀବନ ଓ ବଲାଙ୍ଗୀରର ମଧୁର ସମ୍ପର୍କ ସ୍ମୃତିଚାରଣ କରିଥିଲେ। ସ୍ବାଗତ ସଭାରେ ରାଜେନ୍ଦ୍ର କଲେଜ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାପ୍ରସାଦ ମହାପାତ୍ର, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଡେପୁଟି ରେଜିଷ୍ଟ୍ରାର ଶ୍ୟାମପ୍ରସାଦ ରାଉତଙ୍କ ସହ ରାଜେନ୍ଦ୍ର କଲେଜର ଅଧ୍ୟାପକ ଓ ଷ୍ଟାଫ ଉପସ୍ଥିତ ଥିଲେ। କଲେଜ ବାଣିଜ୍ୟ ବିଭାଗ ପ୍ରଫେସର ରବିଶଙ୍କର ପାଣ୍ଡିଆ ଧନ୍ୟବାଦ ଦେଇଥିଲେ। ପରେ କୁଳପତି ପ୍ରଫେସର ବେହେରା ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଓ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ଲାଗୁରୀଙ୍କୁ ଭେଟି ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.