Home Top News କେବେ ବିଜେଡି ପ୍ରବକ୍ତାଙ୍କୁ, କେବେ ନିଜ ଦଳର ରାଷ୍ଟ୍ରୀୟ ପ୍ରବକ୍ତାଙ୍କୁ ଆକ୍ଷେପ କରୁଛି ମହିଳା ମୋର୍ଚ୍ଚା...

କେବେ ବିଜେଡି ପ୍ରବକ୍ତାଙ୍କୁ, କେବେ ନିଜ ଦଳର ରାଷ୍ଟ୍ରୀୟ ପ୍ରବକ୍ତାଙ୍କୁ ଆକ୍ଷେପ କରୁଛି ମହିଳା ମୋର୍ଚ୍ଚା ଆଇଟି ସେଲ୍!

30

ଭୁବନେଶ୍ୱର: ବିଜେପି ମହିଳା ମୋର୍ଚ୍ଚାରେ ଜଣେ ଏମିତି ବିଚିତ୍ର ଆଇଟି ସେଲ୍ ସଂଯୋଜିକା ଅଛନ୍ତି, ଯିଏ କେତେବେଳେ ବିଜେଡି ପ୍ରବକ୍ତାଙ୍କୁ ଆକ୍ଷେପ କରୁଛନ୍ତି ତ’ କେତେବେଳେ ନିଜ ଦଳର ରାଷ୍ଟ୍ରୀୟ ପ୍ରବକ୍ତାଙ୍କୁ ଆକ୍ଷେପ କରୁଛନ୍ତି। ସଂପୃକ୍ତ ଆଇଟି ସେଲ୍ ସଂଯୋଜିକା ଜଣଙ୍କ ଏବେ ବିଜେଡି ପ୍ରବକ୍ତାଙ୍କୁ ଆକ୍ଷେପ କରି କହିଛନ୍ତି, ବିଜେଡି ପ୍ରବକ୍ତା ମାନେ ନିଜେ କ’ଣ କହୁଛନ୍ତି ତାହା ବୋଧେ ନିଜେ ଜାଣି ପାରୁନାହାନ୍ତି। ବିଜେଡିର କୁହାଳିଆ ମୁଖପାତ୍ର ଇପସିତା ସାହୁ ଅଣ୍ଡା ଚୋରୀଠୁ ଆରମ୍ଭ କରି ଚାଉଳ ଚୋରି ପର୍ଯ୍ୟନ୍ତ ଦୁର୍ନୀତିରେ କିଭଳି ସାମିଲ ଥିଲେ, ଏ’ କଥା ଗଣମାଧ୍ୟମରେ ସାମ୍ନାକୁ ଆସିଥିବା ତାଙ୍କର ମନେ ଅଛି ନା’ ନାହିଁ? ବସ୍ତିରେ ରହୁଥିବା ଗରିବ ଲୋକଙ୍କୁ ପଟ୍ଟା ଦେବା ପାଇଁ କହି ଟଙ୍କା ଆଦାୟ କରିବା ଘଟଣା କିଭଳି ଦାଣ୍ଡରେ ପଡି ହାଟରେ ଗଡୁଥିଲା। ଏ କଥା ପ୍ରବକ୍ତା ସାହୁଙ୍କର ବୋଧ ହୁଏ ମନେ ନାହିଁ। ଆଗକୁ ବଡ଼ ନେତା ହେବା ପାଇଁ ସ୍ୱପ୍ନ ଦେଖୁଥିବା ଇପସିତା କେବଳ କଥା କହି ନିଜ ନେତାଙ୍କୁ ଖୁସି କରିବା ପାଇଁ ଚାହୁଁଛନ୍ତି ସେ କଥା ସମସ୍ତଙ୍କୁ ଜଣା। ଦିଲ୍ଲୀରେ ରହି ବିଜେଡିର କୁହାଳିଆ ନେତା ଟୁଇଟ କରି ଯେଉଁ ଭିଡିଓ ବାର୍ତ୍ତା ଦେଉଛନ୍ତି ସେ ଦିନେ ତାଙ୍କ ମୁଖିଆ ମୁଖ୍ୟମନ୍ତ୍ରୀଙ୍କୁ ବେଇମାନ୍ କହିଥିଲେ। ଏଭଳି ନେତାଙ୍କୁ ମୁଖ୍ୟମନ୍ତ୍ରୀ କିଭଳି ରାଷ୍ଟ୍ରୀୟ ପ୍ରବକ୍ତା ବନେଇଛନ୍ତି?ଆଇଟି ସେଲ୍ ସଂଯୋଜିକା ଜଣଙ୍କ ଏହା ବିଜେଡି ପ୍ରବକ୍ତା ସାଂସଦ ଡ. ସସ୍ମିତ ପାତ୍ରଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ତେବେ, ଦିନେ ମହିଳା ମୋର୍ଚ୍ଚାର ଏହି ଆଇଟି ସେଲ୍ ସଂଯୋଜିକା ଜଣଙ୍କ ନିଜ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଆକ୍ଷେପ କରି ଅନେକ ଗୁଡ଼ିଏ କଥା ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଲେଖିଥିଲେ। ଆଇଏଏସ୍ ଥିଲେ। ଦଳକୁ ଆଣିଲା କିଏ? କେବଳ ବିଜେପିକୁ କାହିଁକି ଆସିଲେ? ଆସିଲା ବେଳେ ଦଳକୁ ଏକା ଆସିଥିଲେ ନାଁ ଆଉ କାହାକୁ ସାଙ୍ଗରେ ଧରି ଆସିଥିଲେ? ୨୦୧୯ ନିର୍ବାଚନ ସମୟରେ ଆପଣଙ୍କୁ ବିଜେପି ପାର୍ଟି ସହଯୋଗ କରୁଥିଲା କି ନାହିଁ? ଏମପି ହଉ ହଉ କାହିଁକି ଅଜିତା, ୟୁଥ ଫର୍ ଆକ୍ସନ ଗଢ଼ିଲେ? ଆପଣ କ’ଣ ଆମକୁ ଆଉ ଆମ ପାର୍ଟିକୁ ଭଲ ପାଉନାହାଁନ୍ତି, ପରିବାର ବୋଲି ଭାବୁନାହାନ୍ତି? ବିଜେପି ଲୋକଙ୍କୁ ବିଜେପି ବିରୋଧୀ କରେଇ, ଅଜିତା, ୟୁଥ ଫର୍ ଆକ୍ସନରେ କାହିଁକି ସାମିଲ କରେଇଲେ? ଆପଣ କେତେଥର ରାଜ୍ୟ ଅଫିସକୁ ଯାଇ, ରାଜ୍ୟର ସମସ୍ତ ମୋର୍ଚ୍ଚାର ପଦାଧିକାରୀଙ୍କୁ ଭେଟିଲେଣି, ବୈଠକ ଡକେଇଲେଣି? ଆପଣଙ୍କୁ ସବୁତକ ଗୁଡ୍ ଲକ୍, ପ୍ରଫିଟ୍ ତୁରନ୍ତ କାହିଁକି ଦରକାର? ଆପଣ ଯଦି ବାସ୍ତବରେ ରାଜ୍ୟ ମୁଖିଆ (ବିଜେପିର) ହେବାକୁ ଚାହୁଁଛନ୍ତି, ତେବେ ପାର୍ଟିର ଡେଭଲପମେଣ୍ଟ ପାଇଁ, ପାର୍ଟିର ଖର୍ଚ୍ଚ ବହନ ପାଇଁ କି କି ପଦକ୍ଷେପ ନେଇଛନ୍ତି? ପାର୍ଟିକୁ ପରିବାର ଭଳି ଚଳେଇବା ପାଇଁ କି କି ଚେଷ୍ଟା କରିଛନ୍ତି?ସଂପୃକ୍ତ ଆଇଟି ସେଲ୍ ସଂଯୋଜିକା ଜଣଙ୍କ ଏବେ ବିଜେଡି ପ୍ରବକ୍ତାଙ୍କୁ ଆକ୍ଷେପ କରି କହିଛନ୍ତି, ବିଜେଡି ପ୍ରବକ୍ତା ମାନେ ନିଜେ କ’ଣ କହୁଛନ୍ତି ତାହା ବୋଧେ ନିଜେ ଜାଣି ପାରୁନାହାନ୍ତି। ବାସ୍ତବରେ ମହିଳା ମୋର୍ଚ୍ଚାର ଏହି ବିଚିତ୍ର ଆଇଟି ସେଲ୍ ସଂଯୋଜିକା ଜଣଙ୍କ ବୋଧେ ନିଜେ କେତେବେଳେ କ’ଣ କହୁଛନ୍ତି, ନିଜେ ଜାଣି ପାରୁନାହାଁନ୍ତି! ସେହିପରି ସେ କହିଛନ୍ତି ଆଗକୁ ବଡ଼ ନେତା ହେବା ପାଇଁ ସ୍ୱପ୍ନ ଦେଖୁଥିବା ଇପସିତା କେବଳ କଥା କହି ନିଜ ନେତାଙ୍କୁ ଖୁସି କରିବା ପାଇଁ ଚାହୁଁଛନ୍ତି। ଦିଲ୍ଲୀରେ ରହି ବିଜେଡିର କୁହାଳିଆ ନେତା ଟୁଇଟ କରି ଯେଉଁ ଭିଡିଓ ବାର୍ତ୍ତା ଦେଉଛନ୍ତି ସେ କହୁଛନ୍ତି। ତେବେ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ବାବଦରେ ଏପରି ଲେଖିବା ପାଇଁ ସଂଯୋଜିକା ଜଣଙ୍କୁ କୁଆଡ଼ୁ ନିର୍ଦ୍ଦେଶ ଆସିଥିଲା? ନିଜ ପ୍ରତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆଇଟି ସେଲ୍ ସଂଯୋଜିକା ଜଣଙ୍କ ନିଜେ ସେପରି ପୋଷ୍ଟ୍ କରିଥିଲେ, ନାଁ ଏପରି ପୋଷ୍ଟ୍ କରିବାକୁ ତାଙ୍କୁ ସିଆଡ଼ୁ ନିର୍ଦ୍ଦେଶ ଆସିଥିଲା ତାହା ସନ୍ଦେହ ହୋଇ ରହିଯାଇଛି!
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.