Home Top News ପାକିସ୍ଥାନ-ଲାହୋରରେ ମହାରାଜା ରଣଜିତ ସିଂଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁବୃର୍ତ୍ତ

ପାକିସ୍ଥାନ-ଲାହୋରରେ ମହାରାଜା ରଣଜିତ ସିଂଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁବୃର୍ତ୍ତ

136

ନୂଆ ଦିଲ୍ଲୀ ୧୨-୧୨ (ଓଡ଼ିଆ ପୁଅ) ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ପାକିସ୍ତାନରେ ଉନବିଂଶ ଶତାବ୍ଦୀର ଶାସକ ମହାରାଜା ରଣଜିତ ସିଂଙ୍କ ଏକ ପ୍ରତିମୂର୍ତ୍ତି ଭଙ୍ଗାରୁଜା କରାଯାଇଛି। ଲାହୋରରେ ଅବସ୍ଥିତ ଏହି ପ୍ରତିମୂର୍ତ୍ତି ଗତ ବର୍ଷ ଜୁନ୍ ମାସରେ ଅନାବରଣ ହୋଇଥିଲା। ନଅ ଫୁଟ ଉଚ୍ଚର ଏହି ପ୍ରତିମୂର୍ତ୍ତି ୧୮୩୯ ମସିହାରେ ଦେହତ୍ୟାଗ କରିଥିବା ମହାରାଜା ରଣଜିତ ସିଂଙ୍କୁ ତାଙ୍କର ୧୮୦ ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଅନାବରଣ କରାଯାଇଥିଲା। ଏହି ପ୍ରତିମୂର୍ତ୍ତି ଶୀତଳ ପିତ୍ତଳରେ ନିର୍ମିତ ଏବଂ ସମ୍ରାଟ ଖଣ୍ଡା ଧରି ଘୋଡା ଉପରେ ବସିଥିବାର ଚିତ୍ରଣ କରାଯାଇଛି।

ମହାରାଜା ରଣଜିତ୍ ସିଂ “ଶେର-ଏ-ପଞ୍ଜାବ” କିମ୍ବା “ପଞ୍ଜାବର ସିଂହ” ଭାବରେ ଜଣାଶୁଣା ଥିଲେ ଏବଂ ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପଞ୍ଜାବରେ ଶିଖ ସାମ୍ରାଜ୍ୟ ଉପରେ ଶାସନ କରିଥିଲେ।

ଏହି ଘଟଣାର କିଛି ସମୟ ପରେ ଲାହୋରର ହରବାନ୍ସପୁରର ଜାହିର ନାମକ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଲାହୋରର ରୟାଲ ଦୁର୍ଗରେ ଅବସ୍ଥିତ ଏହି ପ୍ରତିମୂର୍ତ୍ତିକୁ ଜାହିର ଏବଂ ଅନ୍ୟ କିଛି ଲୋକ ଭଙ୍ଗାରୁଜା କରିଥିବା ଜଣାପଡ଼ିଥିବା ରିପୋର୍ଟରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.