Home ଓଡ଼ିଶା ଯୁବକଙ୍କୁ ମରାଣନ୍ତକ ଆକ୍ରମଣ

ଯୁବକଙ୍କୁ ମରାଣନ୍ତକ ଆକ୍ରମଣ

22

ପୁରୀ, ୧୨/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ବାସେଳୀ ସାହି ଥାନା ଅନ୍ତର୍ଗତ ବାଲି ସ୍କୁଲ ନିକଟରେ ଯୁବକଙ୍କୁ ମରାନ୍ତକ ଆକ୍ରମଣ। ଗୁରୁତର ଆହତ ଯୁବକ ହେଉଛନ୍ତି ଜଗନ୍ନାଥ ବସ୍ତି ତ୍ରିଦେବୀ ନଗରର ଗଣେଶ ପ୍ରଧାନ। ସେ ଘରୁ ବାହାରୀ ଜଳଖିଆ ଖାଇବାକୁ ଯାଉଥିବା ସମୟରେ ପଛପଟୁ ଦୀପକ ନାୟକ ଓରଫ ବାଉ ଏକ ଛୁରୀର ଦ୍ୱାରା ତାଙ୍କ ଶରୀରର ୪ଟି ଯାଗାକୁ ଆଘାତ କରିଥିଲେ। ଯାହାଫଳରେ, ତାଙ୍କର ମୁଣ୍ଡ, ବେକ, କାନ ଓ ବାମ ହାତରେ ଗଭୀର ଆଘାତ ହୋଇଛି। ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରରାଯାଇଛି। ଗଣେଶ ପ୍ରଧାନ ବାଉଙ୍କ ଠାରୁ ୧୨୦୦ ଟଙ୍କା ଧାର ଆଣିଥିଲେ। ବାଉ ମାଗିବାରୁ ଆସନ୍ତା କାଲି ଦେବେ ବୋଲି ଗଣେଶ କହିଥିଲା। ଏହି ଘଟଣାକୁ କେନ୍ଦ୍ର କରି ବାଉ ହାଣିଥିବା ସନ୍ଦେହ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.