Home କେନ୍ଦୁଝର ଜମ୍ଭରା ମଥୁରାପୁର ପୋଲ ନିର୍ମାଣ ହେବ କେବେ ?

ଜମ୍ଭରା ମଥୁରାପୁର ପୋଲ ନିର୍ମାଣ ହେବ କେବେ ?

50

ହାଟଡ଼ିହି, ୧୨ /୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତର ଜମ୍ଭରା ଗାଁ ନିକଟରେ ଥିବା ବୈତରଣୀ ନଦୀର ମଥୁରାପୁର ପୋଲଟିର ଦୁଇଟି ଖମ୍ବ ଦବିଯାଇ ବିପଦ ଶଙ୍କୁଳ ହୋଇପଡିଛି । ପୋଲ ନିକଟରୁ ବାଲି ଉଠାଣ ଯୋଗୁଁ ଏପରି ହୋଇଥିବା ଜମ୍ଭରା ଗ୍ରାମବାସୀମାନେ ଅଭିଯୋଗ କରିଥିବାବେଳେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଲୋକ ମୃତାହତ ହେଉଛନ୍ତି । ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଉ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।
ଜମ୍ଭରା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଅଞ୍ଚଳବାସୀଙ୍କ ଅନେକ ଦାବିପରେ ବୈତରଣୀନଦୀର ଜମ୍ଭରା ଓ ମଥୁରାପୁର ନିକଟକରେ କୋଟି କୋଟି ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ କରାଯାଇଥିଲା । ଯାହାକି ଗତ ୨୯/୧୨/୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିଲେ । ଏହି ପୋଲ ଦ୍ୱାରା ଭଦ୍ରକ, କେନ୍ଦୁଝର ସହିତ ଯାଜପୁର ଜିଲ୍ଲାକୁ ସଂଯୋଗ ହୋଇପାରିବା ସହ କେନ୍ଦୁଝର ଜିଲ୍ଲାର ଜମ୍ଭରା, ହାବଳେଶ୍ୱର, ଡିମିରିଆ, ଆଗିରିଆ, ସମଣା, ବାହାରିପୁର, ଶାଳଣିଆଁ, ଡଅଁର, ଇଞ୍ଚୋଳ ଆଦି ଅଞ୍ଚଳର ଲୋକମାନେ ସିଧାସଳଖ ଓ ବହୁ କମ ସମୟରେ ଯାଜପୁର ଓ କଟକ, ଭୁବନେଶ୍ୱରକୁ ଯାତାୟତ କରିପାରିବେ । କିନ୍ତୁ ଗତ ୫ବର୍ଷ ପୁର୍ବେ ବୈତରଣୀ ନଦୀର ଡିମିରିଆ ଘାଟରୁ ବାଲି ପରିବହନ ପାଇଁ ନିଲାମଦେବା ପରେ ନିଲାମଧାରୀ ଲିଜ ଏରିଆ ବାହାରେ ବାଲି ଉତ୍ତୋଳନ କରିବା ସହିତ ପୋଲ ନିକଟରୁ ବାଲି ଉଠାଣ କରିଥିଲେ । ମନଇଛା ବାଲି ଉଠାଣ କରିବାରୁ ଗତ ବର୍ଷ ଏହି ପୋଲର ୩ନଂ ଓ ୧୦ନଂ ଖମ୍ବ ଦୁଇଟି ଦବି ଯାଇଥିଲା । ପରିସ୍ଥିତି ଏପରି ହୋଇଛି ଯେ ୧୦ନଂ ପିଲରଟି ସମ୍ପୁର୍ଣ୍ଣ ଦବି ଦବି ଯାଉଥିବାରୁ ଏବେ ତାହା ୬ରୁ ୮ଇଞ୍ଚ ଦବିଯାଇ ଏକ ହମ୍ପସ ସଦୃଷ ହୋଇଗଲାଣି । ପୋଲର ରଡ ଗୁଡିକ ମଧ୍ୟ ବାହାରକୁ ବାହାରି ପଡିଲାଣି । ଯାହା ଦ୍ୱାରା ଅନେକ ଦୁର୍ଘଟଣାଘଟି ଲୋକମାନେ ମୃତାହତ ହୋଇଥିବା ନଜିର ଅଛି । ପୋଲଟି ବିପଦ ଶଙ୍କୁଳ ହୋଇପଡିଥିଲେ ମଧ୍ୟ ଏହା ଉପର ଦେଇ ଶହଶହ ଭାରିଜାନ ଚଳାଚଳ କରୁଥିବାରୁ ପୋଲଟି ଅଳ୍ପ ଦିନ ମଧ୍ୟରେ ଭୁଷୁଡି ପଡିବା ଆଶଙ୍କା ଦେଖା ଦେଇଛି । ଏନେଇ ଜମ୍ଭରା ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ପ୍ରଶାସନ ବେନିୟମ ବାଲି ଉଠାଣ କିମ୍ବା ପୋଲ ନିର୍ମାଣ କ୍ଷେତ୍ରରେ କୌଣସି ଆଖିଦୃଷିଆ ପଦକ୍ଷେପ ନେଉ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେମାନେ ବର୍ଷେ ହେଲା ଏନେଇ ଏକ ଦାବିପତ୍ର କେନ୍ଦୁଝର ଜିଲ୍ଲାପାଳ, ବିଭାଗୀୟ ସଚିବ ପ୍ରମୁଖଙ୍କୁ ପ୍ରଦାନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ପୋଲର ମରାମତି ନିମନ୍ତେ କୌଣସି ପଦକ୍ଷେପ ନିଅର୍ାଯାଇ ପାରିନାହିଁ । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.