Home Coronavirus Outbreak ମହାରାଷ୍ଟ୍ରରେ କରୋନାରେ ତୃତୀୟ ମୃତ୍ୟୁ – ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫

ମହାରାଷ୍ଟ୍ରରେ କରୋନାରେ ତୃତୀୟ ମୃତ୍ୟୁ – ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫

1575

ନୂଆ ଦିଲ୍ଲୀ ୧୭-୩ (ଓଡ଼ିଆ ପୁଅ) କରୋନାଭାଇରସ୍ ରେ ମଙ୍ଗଳବାରଦିନ ଭାରତରେ ତୃତୀୟ ମୃତ୍ୟୁ ହୋଇଥିବା ଖବର ମହାରାଷ୍ଟ୍ରରୁ ଆସିଛି। ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କର କସ୍ତୁରବା ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ବ୍ୟକ୍ତି ଜଣକ ଦୁବାଇରୁ ଫେରିଥିଲେ।
ଏହାପୂର୍ବରୁ କର୍ଣ୍ଣାଟକର ଜଣେ ପୁରୁଷ ଏବଂ ଦିଲ୍ଲୀର ଜଣେ ମହିଳା ଏହି ସଂକ୍ରମଣରେ ପୀଡିତ ହୋଇଥିଲେ। ସେମାନଙ୍କର ମୃତ୍ୟୁ ହୋଇଥିଲା। ଏବେ ପର୍ଯ୍ୟନ୍ତ ଭାରତରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟଯେ, କରୋନାଭାଇରସ୍ କାରଣରୁ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୭,୦୦୦ ପାର ହେଲାଣି।

ଚାଇନା ପରେ, ଇଟାଲୀ କରୋନା ଭାଇରସ୍ ରେ ଅଧିକ ପ୍ରଭାବିତ ହୋଇଛି। କେବଳ ଇଟାଲୀ ଲୁହେଁ ସମଗ୍ର ୟୁରୋପ ପାଇଁ କରୋନା ଭାଇରସ୍ ମହାମାରୀ ବିପଦ ସୃଷ୍ଟି କରିଛି। ଇଟାଲୀର ଅବସ୍ଥା ଏତେ ଖରାପ ଯେ ଗୋଟିଏ ଦିନରେ ୩୪୯ ଜଣଙ୍କର ମୃତ୍ୟୁ ହୋଇଛି। ଅର୍ଥାତ୍ ୪୮ ଘଣ୍ଟାରେ ୭୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଏହି ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୨୦୦୦ ରୁ ଅଧିକ ହୋଇଛି।
କରୋନା ଭାଇରସ୍ ବର୍ତ୍ତମାନ ୧୪୫ ଦେଶରେ ବ୍ୟାପି ଗଲାଣି। ଏହି ରୋଗ ହେତୁ ଏପର୍ଯ୍ୟନ୍ତ ୭୦୦୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ଏକଲକ୍ଷ ୮୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.