Home ଅପରାଧ ଗୁନୁ ସିଂହାରୀଙ୍କ ହତ‌୍ୟା ଘଟଣାରେ ମାଧବ ଖୁଣ୍ଟିଆ ଗିରଫ

ଗୁନୁ ସିଂହାରୀଙ୍କ ହତ‌୍ୟା ଘଟଣାରେ ମାଧବ ଖୁଣ୍ଟିଆ ଗିରଫ

43

ପୁରୀ ୧୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଗତ ୮ ବର୍ଷ ପୁର୍ବେ ବହୁ ଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ ଘଟଣାରେ ପୁରୀ ଟାଉନ ଥାନା ପୋଲିସ ଜଣା ଶୁଣା ପୋଲିସ ମାଧବ ଖୁଣ୍ଟିଆଙ୍କୁ ଗିରଫ କରିଛି। ୨୦୧୨ ଅଗଷ୍ଟ ୨୨ ତାରିଖ ଦିନ ବରିଷ୍ଠ ଶ୍ରୀମନ୍ଦିର ସେବାୟତ ଗୁନୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୂର୍ବରୁ ଏହି ଘଟଣାରେ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ମାଧବ ଗିରଫକୁ ନେଇ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। କୋର୍ଟଙ୍କ ରହିତାଦେଶ ତାରିଖ ସରିବା ପରେ ମାଧବଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.