Home ଜିଲ୍ଲା ପରିକ୍ରମା ମିକ୍ସଚର ଗାଡ଼ି ଧକାରେ ବୃଦ୍ଧଙ୍କ ମୃତ୍ୟୁ

ମିକ୍ସଚର ଗାଡ଼ି ଧକାରେ ବୃଦ୍ଧଙ୍କ ମୃତ୍ୟୁ

101

ପୁରୀ ୧୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ମୋଚିସାହି ଛକରେ ରେଡ଼୍ ନିର୍ମାଣରେ ବ୍ୟବହୃତ ହେଉଥିବା ମିକ୍ସଚର ମେସିନ୍ ପାଖରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଟାଉନ୍ ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର ସାହିା ତ୍ରିନାଥ ପାଳ। ଧୂପ କାଠି ବ୍ୟବସାୟ କରୁଥିବା ତ୍ରିନାଥ ଆଜି ଅପରାହ୍ନରେ ସାଇକେଲରେ ଯାଉଥିବା ବେଳେ ମୋଚିସାହି ପୌରକଲ୍ୟାଣ ନିକଟରେ ରାସ୍ତା ନିର୍ମାଣରେ ବ୍ୟବହୃତ ଏକ ମିକ୍ସଚର ଗାଡ଼ି ତାଙ୍କୁ ଧକା ଦେଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଉତ୍ତେଜନା ପ୍ରକାଶ ପାଇବାରୁ ବିଭିନ୍ନ ଥାନାର ଅଧିକାରୀଙ୍କ ସହ ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ପରିବାରକୁ ଜିଲ୍ଲା ରେଡ଼୍ କ୍ରସ୍ ପାଣ୍ଠିରୁ ୨୦ ହଜାର ଟଙ୍କାର କ୍ଷତି ପୂରଣ ଦିଆଯାଇଛି। ଟାଉନ ଥାନା ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ି ସହ ଡ଼ାଇଭର୍ କୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.