Home Top News “ଲଭ୍ ଜିହାଦ୍”ର ପରିଣାମ: ଜୀବନ ହାରିଦେଲେ ନାବାଳିକା ..

“ଲଭ୍ ଜିହାଦ୍”ର ପରିଣାମ: ଜୀବନ ହାରିଦେଲେ ନାବାଳିକା ..

56

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଲଭ୍ ଜିହାଦ୍ ଏବଂ କମ୍ପ୍ରମାଇଜର ପରିଣାମ ସ୍ୱରୂପ ଜଣେ ନାବାଳିକା ଜୀବନ ହରାଇଛନ୍ତି। ପଦ୍ମପୁର ଗ୍ରାମର କୂଳମଣି ପ୍ରଧାନଙ୍କ ଝିଅ ଇପ୍ସିତା ଗତ କାଲି ରାତିରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଇପ୍ସିତା କମାଗୁରୁ କଲେଜରେ +୨ ଶ୍ରେଣୀରେ ପଢ଼ନ୍ତି। ନିକଟସ୍ଥ ଖଜୁରୀପଡ଼ା ଗ୍ରାମର ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ମୃତଜ ସାହାଙ୍କ ପୁଅ ସତଜ ସାହାଙ୍କ ସହିତ ଭୁଲ୍ ବଶତଃ ଇପ୍ସିତାଙ୍କ ସଂପର୍କ ଗଢ଼ି ଉଠିଥିଲା। କିଛିଦିନ ତଳେ ସତଜ ଇପ୍ସିତାଙ୍କୁ ଭୁଆଁ ବୁଲାଇ ନେଇ ତାଙ୍କ ବସ୍ତିରେ କେଉଁଠି ଲୁଚାଇ ରଖିଥିଲେ। ପରିବାର ପକ୍ଷରୁ ଅଭିଯୋଗ ପରେ ସତଜ ଯୁବତୀ ଜଣଙ୍କୁ ଛାଡ଼ି ଦେଇଥିଲେ। ଏହାକୁ ନେଇ ନିରାକାରପୁର ଥାନାରେ ଉଭୟଙ୍କ ପରିବାର ପକ୍ଷରୁ ଏକ ଆପୋଷ ବୁଝାବଣା (କମ୍ପ୍ରମାଇଜ୍) ହୋଇଥିଲା। ତେବେ, ଏହି କମ୍ପ୍ରମାଇଜ୍ ପାଇଁ ଆଜି ଇପ୍ସିତାଙ୍କୁ ଜୀବନ ହାରିବାକୁ ପଡ଼ିଲା। ନିଜର ଭୁଲ୍ ବୁଝିପାରି ଇପ୍ସିତା ସତଜଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁଥିଲେ। କିନ୍ତୁ, ସତଜ ଇପ୍ସିତାଙ୍କ ସହିତ ଜୋର୍ ଜବରଦସ୍ତ ପ୍ରେମ ସଂପର୍କ ରଖିବାକୁ ଚାହୁଁଥିଲେ। ଏଥିପାଇଁ ସତଜ ଏବଂ ତାଙ୍କର ୪ ଭାଇ ଇପ୍ସିତାଙ୍କୁ ଧମକ ଚମକ ଦେଉଥିଲେ। ପାଖରେ ଥିବା ପୁରୁଣା ଫଟୋ ଭାଇରାଲ୍ କରିଦେବାର, ମୁହଁରେ ଏସିଡ୍ ପକାଇ ଦେବା ଆଦି ନେଇ ଧମକ ଦେଉଥିଲେ। ଶେଷରେ ଭୟରେ ମରଣକୁ ବରଣ କରି କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଦେଲେ ଇପ୍ସିତା। ଇପ୍ସିତାଙ୍କ ମୃତ ଶରୀରକୁ ନିରାକାରପୁର ଥାନା ସମ୍ମୁଖରେ ରଖି ନ୍ୟାୟ ପାଇଁ ଦାବୀ କରିଥିଲେ ପରିବାର ଏବଂ ଗାଁ’ ଲୋକେ। ଏହାକୁ ନେଇ ନିରାକାରପୁର ଥାନାରେ ଏକ ମାମଲା ରୃଜୁ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାର ପ୍ରତିଶୃତି ଦେଇଛି ପୋଲିସ୍। ତେବେ, ଏହି ଅଞ୍ଚଳରେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.