Home ଓଡ଼ିଶା ଲାଇଫଲାଇନ ଉଡାଣ ବିମାନ ଦ୍ଵାରା ଦେଶବ୍ୟାପୀ 161 ଟନ କାର୍ଗୋ ପରିବହନ

ଲାଇଫଲାଇନ ଉଡାଣ ବିମାନ ଦ୍ଵାରା ଦେଶବ୍ୟାପୀ 161 ଟନ କାର୍ଗୋ ପରିବହନ

1246

ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ଲାଇଫଲାଇନ ଉଡାଣ ବିମାନ ଯଥା ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାର, ଭାରତୀୟ ବାୟୁସେନା, ପବନହଂସ ଓ ଅନ୍ୟାନ୍ୟ ଘରୋଇ ବିମାନ ମୋଟ 116ଟି ଉଡାଣ କରିଛନ୍ତି। କେବଳ ଏୟାର ଇଣ୍ଡିଆ ଓ ଆଲିଆନ୍ସ ଏୟାର ଦ୍ଵାରା 79ଟି ଉଡାଣ କରାଯାଇଛି। ଏପର୍ଯ୍ୟନ୍ତ 161 ଟନ କାର୍ଗୋ ପରିବହନ ହୋଇଛି। ଭାରତୀୟ ବେସାମରିକ ବିମାନ ଚଳାଚଳ ଓ ଚୀନ ମଧ୍ୟରେ ଯୋଗସୂତ୍ର ରକ୍ଷା କରାଯାଇ ଅତି ଗୁରୁତ୍ଵପୂର୍ଣ୍ଣ ମେଡିକାଲ ସାମଗ୍ରୀ ପରିବହନ କରାଯାଇଛି। ଏପ୍ରିଲ 4 ତାରିଖ ଦିନ ଚୀନରୁ 21 ଟନ ମେଡିକାଲ ସାମଗ୍ରୀ ଅଣାଯାଇଛି।

କୋଭିଡ-19ର ମୁକାବିଲା ନିମନ୍ତେ ଆବଶ୍ୟକ ଚିକିତ୍ସା ସାମଗ୍ରୀ ଦେଶର ଦୂରଦୂରାନ୍ତ ଅଞ୍ଚଳକୁ ଲାଇଫଲାଇନ ଉଡାଣ ବିମାନରେ ପଠାଯାଇଛି। ଲାଇଫଲାଇନ ଉଡାଣ ବିମାନ ସମ୍ପର୍କିତ ସମସ୍ତ ତଥ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ୱେବସାଇଟ www.civilaviation.gov.in ରେ ଉପଲବ୍ଧ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.