Home ଓଡ଼ିଶା ଭଦ୍ରକରେ ସ୍ମାର୍ଟ କୋଭିଡ ଚିକିତ୍ସା କେନ୍ଦ୍ର ନିର୍ମାଣ ହେଲା; ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ କୃତଜ୍ଞତା 

ଭଦ୍ରକରେ ସ୍ମାର୍ଟ କୋଭିଡ ଚିକିତ୍ସା କେନ୍ଦ୍ର ନିର୍ମାଣ ହେଲା; ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ କୃତଜ୍ଞତା 

27

ଭଦ୍ରକ, ୭/୫ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) : ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଆମ ରାଜ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସୁରକ୍ଷା ପାଇଁ ଅନେକ ସୁବିଧା କରିଛନ୍ତି। ଏପରି ଅବସ୍ଥାରେ ଭଦ୍ରକରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ପାଇଁ ତତ୍କାଳ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ବିଧାୟକ ସଂଜୀବ ମଲ୍ଲିକଙ୍କ ସହାୟତାରେ ମାତ୍ର ୭ ଦିନ ମଧ୍ୟରେ ଭଦ୍ରକ ମହାବିଦ୍ୟାଳୟ ପରିସରରେ ୩୯ ହଜାର ସ୍କୋୟରଫୁଟ ଜାଗାରେ ଅତ୍ୟାଧୁନିକ କୋଭିଡ ଚିକିତ୍ସା କେନ୍ଦ୍ରର ପ୍ରସ୍ତୁତି କରିବାରେ ସଫଳ ହୋଇଛନ୍ତି। ୩ଶହ ଶଯ୍ୟା ବିଶିଷ୍ଟ ଏହି କୋଭିଡ କେୟାର ସେଣ୍ଟରରେ ଅକ୍ସିଜେନର ସୁବିଧା ସହିତ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଶହେ ରୋଗୀଙ୍କ ପାଇଁ ପ୍ରତ୍ୟେକ ରୁମରେ ଦୁଇଜଣ କୋଭିଡ ରୋଗୀଙ୍କ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି। ଭଦ୍ରକବାସୀ ନିର୍ଭୟରେ ଏଠାରେ ଚିକିତ୍ସା ହୋଇ ପାରିବେ ଏବଂ ସୁରକ୍ଷିତ ରହି ପାରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ସଂଜୀବ ମଲ୍ଲିକଙ୍କୁ ଜିଲ୍ଲାବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.