Home କୋରାପୁଟ ସୁଙ୍କି ଠାରେ କାର୍ଗିଲ ଦିବସ ପାଳିତ

ସୁଙ୍କି ଠାରେ କାର୍ଗିଲ ଦିବସ ପାଳିତ

137

ପଟାଙ୍ଗୀ ୨୩-୭ (ଓଡିଆ ପୁଅ/ମେଘା ଗୁଣ୍ଠା) ପଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଗ୍ରାମ ପଞ୍ଚାୟତର ବିଜୁ ହାଇସ୍କୁଲ ସୁଙ୍କି ଦ୍ୱାରା କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଅଛି। ବିଜୁ ହାଇସ୍କୁଲ ସୁଙ୍କିର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମଟିର ମୁଖ୍ୟ ଅତିଥି ଭାବେ ସୁଙ୍କି ବିଏସ୍ଏଫ କ୍ୟାମ୍ପର ଆସି ଆସି ଷ୍ଟେଣ୍ଡ କମାଷ୍ଟାଣ୍ଡ ରମନ କୁମାର ରମନ ଏବଂ ସମ୍ମାନୀତ ଅତିଥି ଭାବେ ସୁଙ୍କି କ୍ଲଷ୍ଟରର ସିଆରସି ମହେନ୍ଦ୍ର କୁମାର ଭତ୍ରା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟସୁଙ୍କିର ପ୍ରଧାନ ଶିକ୍ଷକ ନଗେନ୍ଦ୍ର କୁମାର ନାଏକ ଯୋଗଦାନ ଦେଇଥିଲେ। ପ୍ରଥମେ ଅତିଥି ବୃନ୍ଦଙ୍କ ସହ ବିଜୁ ହାଇସ୍କୁଲ ସୁଙ୍କି ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟସୁଙ୍କିର ମୋଟ ୧୩୦ ଜଣ ଛାତ୍ରଛାତ୍ରୀ (BSF) ସୁଙ୍କିର ୩୦ଜଣ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମିଳିତ ଭାବେ ବିଭିନ୍ନ ସ୍ଲୋଗାନଦେଇ ସଦର ପରିକ୍ରମା କରିବା ପରେ ବିଜୁ ହାଇସ୍କୁଲ ସୁଙ୍କିର ଖେଳପଡ଼ିଆ ଆଗରେ ପହଁଚିବା ପରେ ସେଠାରେ ଶହେ ମିଟର ସାଇକେଲ ଚାଳନା ପ୍ରତିଯୋଗିତା, ୧୦୦ ମିଟର ଦୌଡ଼ ପ୍ରତିଯୋଗିତା, ମ୍ୟୁଜିକ ଚେୟାର ପ୍ରତିଯୋଗିତା, ଛାତ୍ରଛାତ୍ରୀଙ୍କ ମଧ୍ୟରେ କରାଯାଇଥିଲା ଏବଂ ଅତିଥି ବୃନ୍ଦ କାର୍ଗିଲ ଦିବସ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବଡ଼ ହୋଇ ଆମ ଭଳି ଦେଶ ସେବାରେ ଲାଗିବା ନିମନ୍ତେ କହିଥିଲେ ଏବଂ ଶ୍ରେଷ୍ଠ ପଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟିକୁ ସଫଳ କରିବା ନିମନ୍ତେ (BSF)ସୁଙ୍କିର ୩୦ ଜଣ ଯବାନ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ତଥା ଜୟନ୍ତି ପରିଡା, ସସ୍ମିତା ସାହୁ, ଶୁଭଦର୍ଶନ ମହାପାତ୍ର, ରଶ୍ମୀରେଖା ମହାପାତ୍ର, ସୌଦାମିନୀ ପରିଡା, ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.