Home ଜିଲ୍ଲା ପରିକ୍ରମା ବିଶାଖାପାଟଣା କେଜିଏଚ ହସପିଟାଲ ରେ ଅଟକି ରହିଥିବା ବଣ୍ଡାଯୁବକର ଶବକୁ ୪ଦିନପରେ ପୁଲିସ ଆଣି ପରିବାର...

ବିଶାଖାପାଟଣା କେଜିଏଚ ହସପିଟାଲ ରେ ଅଟକି ରହିଥିବା ବଣ୍ଡାଯୁବକର ଶବକୁ ୪ଦିନପରେ ପୁଲିସ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କଲେ

66

ମାଲକାନଗିରି,୩୧ା୧୦(ଓଡିଆ ପୁଅ ) ଆନ୍ଦ୍ରପ୍ରଦେଶ ବିଶାଖାପାଟଣା କେଜିଏଚ ହସପିଟାଲରେ ଅଟକି ରହିଥିବା ବଣ୍ଡାଯୁବକର ଶବ କୁ ଦୀର୍ଘ ୪ଦିନପରେ ମୁଦୁଲିପଡା ପୁଲିସ ଆଣି ମୃତପରିବାରଙ୍କୁ ଆଜି ହସ୍ତାନ୍ତର କରିଛନ୍ତି । ଖଇରପୁଟ ବ୍ଲକ ବଣ୍ଡାଘାଟିର ଜଣେ ବଣ୍ଡା ଯୁବକ ଦୁର୍ଘଟଣା ରେ ଗୁରୁତର ହୋଇ ବିଶାଖାପାଟଣା ହସପିଟାଲକୁ ଚିକିତ୍ସାନିମନ୍ତେ ଯାଇଥିଲେ , ସେଠାରେକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବାରୁ ଓଡିଶା ପୁଲିସ ହସପାଟିଲକୁ ଆସିଲେ ଶବଛଡା ଯିବବୋଲି ଆନ୍ଦ୍ରପ୍ରଦେଶ କିଙ୍ଗଜନସ୍ ହସପିଟାଲ କର୍ତୁପକ୍ଷ କହି ଶବ ପରିବାରଲୋକଙ୍କୁ ହସ୍ତାନ୍ତର ନକରି ଦୀର୍ଘ ତିନିଜଦିନ ଧରି ଅଟକ ରଖିଥିଲେ । ଗତ କାଲି ମୁଦୁଲିପଡା ଥାନା ସବଇନିସ୍ପପେକ୍ଟର କେ.ସାଙ୍ଗନା,ଅଣ୍ଡ୍ରାହଲ ପଚାଂୟତ ସରପଚଂ,ମୃତ ଯୁବକ ର ଭାଇ ଓ ଗ୍ରାମବାସୀ ବିଶାଖାପାଟଣା ହସପିଟାଲରେ ପହଁଚିବା ପରେ ହସପିଟାଲ କର୍ତୁ ପକ୍ଷ ଶବ ବ୍ୟବଛେଦପରେ ପୁଲିସକୁ ହସ୍ତାନ୍ତର କରିଥିଲେ । ଆଜି ସକାଳେ ପୁଲିସ ଶବ ଆଣି ମୃତପରିବାରଙ୍କୁ ହସ୍ତାନ୍ତର କରିବା ପରେ ଆଜି ଅପରାହ୍ନରେ ପରିବାର ଲୋକେ ଶବ ସଂସ୍କାର କରିଛନ୍ତି । ସୁଚନା ଯୋଗ୍ୟ ଯେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ବଣ୍ଡାଘାଟି ଅଣ୍ଡ୍ରାହଲ ଗ୍ରାମର ସମାରା ବଡନାୟକଙ୍କ ପୁଅ ରାଜୁବଡନାୟକ (୨୮) ଗତ୨୨ତାରିଖରେ ବଣ୍ଡା ଘାଟି ଅନଗେଲ ଛକ ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଲମତାପୁଟ ଆଶାକିରଣ ହସପିଟାଲକୁ ପରିବାର ଲୋକେ ଚିକିତ୍ସା ନିମନ୍ତେ ନେଇଯାଇଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଗତ ୨୩ତାରିଖ ଦିନ ଆନ୍ଦ୍ରପ୍ରଦେଶ କେଜିଏସ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତ୨୮ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।ରାଜୁର ଶବ ନେବାକୁ ପରିବାରଲୋକେ ହସପିଟାଲରେ ପହଁଚିଲା ବେଳକୁ ହସପିଟାଲ କର୍ତୁପକ୍ଷ ଶବ ଛାଡିନଥିଲେ ।ଓଡିଶା ପୁଲିସ ହସପିଟାଲରେ ଆସି ପ୍ରମାଣ ଦର୍ଶାଇ ଶବବ୍ୟବ ଛେଦ ପରେ ଛଡା ଯିବ ବୋଲି ହସପିଟାଲ ଅଧିକାରୀ କହିଥିଲେ । ଦୀର୍ଘ୩ଦିନ ଧରି ହସପିଟାଲରେ ଶବପଡି ରହିବା ଦେଖି ପରିବାର ଲୋକେ ନିଜ ଗ୍ରମକୁ ଜଣାଇଥିଲେ । ଗ୍ରାମର କିଛି ଯୁବକ ମୁଦୁଲିପଡା ଥାନା ରେ ଜଣାଇବାରୁ ଗତ କାଲି ମୁଦୁଲିପଡା ଥାନା ପୁଲିସ ଆନ୍ଦ୍ରପ୍ରଦେଶ ବିଶାଖାପାଟଣା କେଜିଏସ ହସପିଟାଲକୁ ଶବ ଆଣିବା ପାଇଁ ଯାଇଥିଲେ । ଆଜି ସେଠାରୁ ରାଜୁଙ୍କ ଶବ ପୁଲିସ ଆଣି ଅଣ୍ଡ୍ରାହଲ ରେ ପହଁଚାଇ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.