Home ଓଡ଼ିଶା କାଲିମେଳାରେ ଖାପ ପଞ୍ଚାୟତ : ଛୁରା ମାଡ଼ରେ ୨ ମୃତ, ୪ ଆହତ

କାଲିମେଳାରେ ଖାପ ପଞ୍ଚାୟତ : ଛୁରା ମାଡ଼ରେ ୨ ମୃତ, ୪ ଆହତ

278

ମାଲକାନଗିରି ୨୨-୧୦ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ.ପି.ଭି ୩୩ ଗାଁ ରେ ଅଭାବନୀୟ ଘଟଣା। ଗାଁ କମିଟିର ସଭା ଚାଲୁଥିବା ବେଳେ ଜଣେ ଯୁବକଙ୍କ ଛୁରା ମାଡରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସର ସୂଚନା ଅନୁଯାଇ ସେହି ଗ୍ରାମର ବିଧାନ ମିର୍ଧା ନାମକ ଜଣେ ଯୁବକ ପୂର୍ବରୁ ଗାଁରେ ବାହା ହୋଇଥିବା ବେଳେ ସେ ଆନ୍ଧ୍ରକୁ ଯାଇ ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲା, ଯାହାକୁ ନେଇ ଆଜି ଗାଁ ରେ ଏକ ସଭା ଚାଲିଥିଲା। ଏହି ସଭା ଚାଲିଥିବା ସମୟରେ ଗାଁ କମିଟିର ବିଚାର ଯୁବକଙ୍କ ବିରୁଦ୍ଧରେ ଯାଇଥିବାରୁ ଯୁବକ ଜଣକ ହଠାତ ରାଗି ଆଖ ପାଖ ଲୋକଙ୍କ ଉପରେ ଛୁରା ମାଡ କରିଥିଲା। ଏହି ଆକ୍ରମରେ ୩ ଜଣ ମହିଳାଙ୍କ ସହ ୨ ଜଣ ବ୍ୟକ୍ତି ଓ ଜଣେ ନାବାଳକ ଗୁରୁତର ଅବସ୍ଥାରେ ଆହତ ହୋଇଥିଲେ। ତେବେ ଗାଁ ରେ ଆମ୍ବୁଲାନସ ପହଞ୍ଚିଲା ବେଳକୁ ମାଧବି ରାୟ ନାମକ ଜଣେ ମହିଳା ଓ ବିଶ୍ବଜିତ ରାୟ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଯାଇଥିଲା। ଗୁରୁତରମାନଙ୍କୁ ପ୍ରଥମେ କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ସ୍ଥାନ୍ତାନ୍ତର କରାଯାଇଛି। ହିଂସାକାଣ୍ଡ ଘଟାଇ ଥିବା ଯୁବକଙ୍କୁ ଗାଁ ଲୋକେ ବାନ୍ଧି ଅଟକାଇବା ପରେ ପୋଲିସ ପାଖରେ ହସ୍ତାନ୍ତର କରିଛନ୍ତି। ଘଟଣା ସ୍ଥଳରେ ଓ ହସ୍ପିଟାଲରେ ଏସପି ଋଷିକେଶ ଖିଲାରୀ ଓ କାଲିମେଳା ଥାନା ପୁଲିସ ପହଁଛି ମୃତଶରୀର ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରା ଉଚ୍ଚରା ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.