Home ଓଡ଼ିଶା କେଶରୀୟା ହିନ୍ଦୁ ପରିଷଦ ସାଙ୍ଗଠନିକ ବୈଠକ: ପଦାଧିକାରୀ ଘୋଷଣା

କେଶରୀୟା ହିନ୍ଦୁ ପରିଷଦ ସାଙ୍ଗଠନିକ ବୈଠକ: ପଦାଧିକାରୀ ଘୋଷଣା

32

ଭୁବନେଶ୍ୱର: କେଶରୀୟା ହିନ୍ଦୁ ପରିଷଦ, ଭାରତର ଦ୍ୱିତୀୟ ସାଙ୍ଗଠନିକ ବୈଠକ ଭୁବନେଶ୍ୱର ସ୍ଥିତ ହୋଟେଲ ଆତିଥ୍ୟରେ ଅନୁଷ୍ଠିତ ଯୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମୁରଲୀ ଶର୍ମା, ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ଶତପଥୀ ଯୋଗ ଦେଇଥିଲେ। ଏହି ଅବସରରେ ପରିଷଦର ସଂସ୍ଥାପକ ଜ୍ଞାନ ରଞ୍ଜନ ଜେନା ରାଜ୍ୟ ସଭାପତି ଭାବେ ସୁନୀଲ କୁମାର ସାହୁଙ୍କ ନାମ ଘୋଷଣା କରିଥିଲେ। ଏହା ସହ ରାଜ୍ୟ କମିଟି ମଧ୍ୟ ଘୋଷଣା କରାଯାଇଥିଲା। ରାଜ୍ୟ ଉପଦେଷ୍ଟା ଭାବରେ ଅଭିମନ୍ୟୁ ଶତପଥି, ଉପାଧ୍ୟକ୍ଷ ଭାବରେ ପ୍ରଦୀପ ପ୍ରଧାନ, ସାଧାରଣ ସମ୍ପାଦକ ଭାବରେ ଆଶୁତୋଷ ଦାସ ଏବଂ ରାଜ୍ୟ ସମ୍ପାଦକ ଭାବରେ ବିଭୁତି ଭୂଷଣ ବେହେରା, ରାଜୀବ ଲୋଚନ ପୃଷ୍ଟି ଏବଂ ଚିତ୍ତ ରଞ୍ଜନ (ବୁଲୁ) ତ୍ରିପାଠୀଙ୍କ ନାମ ଘୋଷଣା କରାଯାଇଥିଲା। ସେହିପରି ମହିଳା ବାହିନୀ ସଭାନେତ୍ରୀ ରଶ୍ମିମୟୀ ପଟ୍ଟନାୟକ ରାଜ୍ୟ କମିଟିର ସାଧାରଣ ସମ୍ପାଦିକା ଭାବେ ଅଞ୍ଜଳି ଦୀପ, ଉପ ସଭାନେତ୍ରୀ ଭାବେ ପୁଷ୍ପାଞ୍ଜଳି ଜେନା, ସମ୍ପାଦିକା ଭାବେ ସଂଘମିତ୍ରା ପଣ୍ଡା ଏବଂ ସ୍ୱପ୍ନା ଖଣ୍ଡେଇଙ୍କ ନାମ ଘୋଷଣା କରିଥିଲେ। ଏହା ସହିତ ୧୦ଟି ଜିଲ୍ଲା ସଭାନେତ୍ରୀଙ୍କ ନାମ ଘୋଷଣା କରା ଯାଇଥିଲା। ସେମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ପୁଷ୍ପିତା ସୁନ୍ଦରାୟ, ଢେଙ୍କାନାଳ ଅନୁସୟା ବେହେରା, ଅନୁଗୁଳ ସୌଭାଗିନୀ ପ୍ରଧାନ, କେଉଁଝର ଝରଣା ମହାନ୍ତ, ସମ୍ବଲପୁର ବିଦ୍ୟୁତପ୍ରଭା ଯୋଶୀ, ଖୋର୍ଦ୍ଧା ସ୍ମୃତି ଛୋଟରାୟ ଏବଂ ଝାରଶୁଗୁଡ଼ା ସଭାନେତ୍ରୀ ଭାବରେ ଟିକିନା ଧଳ ପ୍ରମୁଖଙ୍କ ନାମ ଘୋଷଣା ହୋଇଥିଲା।ସେହିପରି ଯୁବା ବାହିନୀର ରାଜ୍ୟ ସଭାପତି ସମ୍ବିତ ମହାପାତ୍ର ତାଙ୍କର ଯୁବ ବାହିନୀର ରାଜ୍ୟ କମିଟି ସହିତ ୬ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଥିଲେ। ଯୁବା ବାହିନୀ ସାଧାରଣ ସମ୍ପାଦକ ଭାବରେ ଦେବୀପ୍ରସାଦ ଜେନା, ସଂଯୋଜକ ଦେବାଶିଷ ପଟ୍ଟନାୟକ, ଭୁବନେଶ୍ୱର ସଭାପତି ଉମେଶ ଚନ୍ଦ୍ର ପାଗଳ, ଖୋର୍ଦ୍ଧା ରଶ୍ମି ରଞ୍ଜନ ରାୟ, କଟକ ସବ୍ୟସାଚୀ ରାଉତ, ଯାଜପୁର ସମ୍ବିତ କୁମାର ବେହୁରା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଯୁବା ବାହିନୀ ସଭାପତି ଭାବରେ ହିମାଂଶୁ ବେହେରାଙ୍କ ନାମ ଘୋଷଣା କରାଯାଇଥିଲା। ବୈଠକରେ ହିନ୍ଦୁ ଧର୍ମ ଉପରେ ହେଉଥିବା ଆକ୍ରମଣ ଓ ହିନ୍ଦୁ ଦେବା ଦେବୀଙ୍କର ହେଉଥିବା ଅପମାନକୁ ନେଇ କ୍ଷୋଭ ପ୍ରକାଶ କରାଯିବା ସହ ଆଗାମୀ ଦିନରେ ଏହା ବନ୍ଦ ନହେଲେ ଆନ୍ଦୋଳନର ଚେତାବନୀ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦିକା ଶୁଚିସ୍ମିତା ତ୍ରୀପାଠୀ ପରିଚାଳନା କରିଥିବା ବେଳେ ମହିଳା ବାହିନୀ ସାଧାରଣ ସମ୍ପାଦିକା ରତ୍ନପ୍ରଭା ପଣ୍ଡା ଅତିଥି ପରିଚୟ ,ସମ୍ପାଦିକା ବୀଣା ଷଡ଼ଙ୍ଗୀ କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ ଓ ସମ୍ପାଦକ ରାଜୀବ ଲୋଚନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.