Home Coronavirus Outbreak କେନ୍ଦୁଝର ଜିଲ୍ଲାରେ ପୁଣି ୧୮ କରୋନା ଆକ୍ରାନ୍ତ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୯୮ରେ ପହଞ୍ଚିଲା:...

କେନ୍ଦୁଝର ଜିଲ୍ଲାରେ ପୁଣି ୧୮ କରୋନା ଆକ୍ରାନ୍ତ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୯୮ରେ ପହଞ୍ଚିଲା: ସୁସ୍ଥ ହେଲେ ୪୬

244

କେନ୍ଦୁଝର, ୨୦ ଜୁନ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ପୁଣି ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାରେ ପ୍ରଥମ ଥର ପାଇିଁ ଏତେ ଅଧିକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଚିହ୍ନଟ ହୋଇଥିବା ଏହି ସମସ୍ତ ଆକ୍ରାନ୍ତ କ୍ୟୁରେଟାଂଇନ କେନ୍ଦ୍ରରେ ରହିଥିଲେ।

ଚିହ୍ନଟ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୬ ଜଣ ମହାରାଷ୍ଟ୍ର ରୁ ଫେରିଥିବା ପ୍ରବାସୀ ହୋଇଥିବା ବେଳେ ୫ ଜଣ ଗୁଜୁରାଟ ରୁ, ୩ ଜଣ ତାମିଲନାଡୁ ରୁ, ୩ ଜଣ ଦିଲ୍ଲୀ ଏବଂ ଜଣେ ହରିଆନା ଫେରନ୍ତା ଅଛନ୍ତି। ହରିଆନା ଫେରନ୍ତା ଜଣଙ୍କ ଆନନ୍ଦପୁର ବ୍ଳକ ଅସ୍ଥାୟୀ ମେଡିକାଲ କ୍ୟୁରେଟାଂଇନ କେନ୍ଦ୍ରରେ ରହୁଥିଲେ।

ଆଜି ତଥା ଶନିବାର ଦିନ ଘୋଷିତ ତଥା ଚିହ୍ନଟ କରୋନା ଆକ୍ରାନ୍ତମାନେ ଝୁମ୍ପୁରା ବ୍ଳକ, କେନ୍ଦୁଝର ବ୍ଳକ, ତେଲକୋଇ ବ୍ଳକ, ପାଟଣା ବ୍ଳକ, ସାହାରପଡା ବ୍ଳକ, ଘଷିପୁରା ବ୍ଳକ, ଏବଂ ଯୋଡା ବ୍ଳକ କ୍ୟୁରେଟାଂଇନ କେନ୍ଦ୍ରରେ ରହୁଥିଲେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି।

ଫଳରେ ବର୍ତମାନ କେନ୍ଦୁଝର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସର୍ବମୋଟ ସଂଖ୍ୟା ୯୮ ରେ ପହଞ୍ଚିଥିବା ବେଳେ ୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତମାନ ଜିଲ୍ଲାରେ ଆକ୍ଟିଭ କେଶ ୫୨ ରେ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.