Home ଓଡ଼ିଶା ଶ୍ରୀବଳଦେବଜୀଉ ନବଯୈାବନବେଶରେ ଦର୍ଶନ ଦେଲେ

ଶ୍ରୀବଳଦେବଜୀଉ ନବଯୈାବନବେଶରେ ଦର୍ଶନ ଦେଲେ

161

କେନ୍ଦ୍ରାପଡା ୨୦/୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉ ଆଜି ନବ ଯୈାବନବେଶରେ ଦର୍ଶନ ଦେଇଛନ୍ତି। କରୋନା ଜନିତ ସଟଡାଉନ ଜାରି ରହିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁମାନେ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିପାରିନଥିଲେ ମଧ୍ୟ ଶ୍ରୀଜୀଉଙ୍କ ସେବକମାନେ ଶ୍ରୀଜୀଉଙ୍କ ନବ ଯୈାବନ ବେଶକୁ ଦର୍ଶନ କରିଛନ୍ତି। ଜିଲ୍ଲା ପ୍ରଶାସନର ଅନୁମତି ମିଳିନଥିବାରୁ ଶ୍ରୀଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ଗଡିବାର ସମ୍ଭାବନା ନଥିବାରୁ ଶ୍ରୀଜୀଉଙ୍କ ମନ୍ଦିର ବେଢା ଭିତରେ ପ୍ରଥମ ଥର ପାଇଁ ବିଧି ଓ ରୀତିନୀତି ଅନୁଯାଇ ରଥଯାତ୍ରା ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କ ନବ ଯୈାବନବେଶକୁ ଦର୍ଶନ କରିନପାରିବା ଓ ଚଳିତ ଥର ରଥଯାତ୍ରା ଅନୁଷ୍ଠିତ ନହେବାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦୁଃଖରେ ଅତ୍ୟନ୍ତ ମ୍ରୀୟମାଣ ହୋଇପଡିଥିବା ଦେଖାଯାଇଛି। ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ନବ ଯୈାବନ ବେଶକୁ ଦର୍ଶନ କରିବାକୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆତୁର ହୋଇ ଚାହିଁ ବସିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.