Home ଓଡ଼ିଶା କେସିଆର୍ ନବୀନ ଭେଟ ବିଜେଡ଼ିର ପୂର୍ବ ପ୍ରସ୍ତୁତ ଯୋଜନା

କେସିଆର୍ ନବୀନ ଭେଟ ବିଜେଡ଼ିର ପୂର୍ବ ପ୍ରସ୍ତୁତ ଯୋଜନା

1017

ଭୁବନେଶ୍ୱର ୧୭-୧୦ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି। ଏଥିପାଇଁ ରାଜ୍ୟ ବିଜେପି ତରଫରୁ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଛି। ପୂର୍ବ ଭାରତର ଫୋକସରେ ଥିବା ଓଡ଼ିଶା ପାଇଁ ବିଜେପିର ଏହି ମହା ଆୟୋଜନକୁ ନେଇ ଚିନ୍ତାରେ ଥିଲା ବିଜେଡ଼ି। ମୋଦୀଙ୍କ ଏହି ଓଡ଼ିଶା ଗ୍ରସ୍ତ ରାଜନୈତିକ ଦୃଷ୍ଟି କୋଣରୁ ଅନେକ ଗୁରୁତ୍ତ୍ୱ ବହନ କରୁଛି। ତେଣୁ ବିଜେପିର ଏହି ରଣନୀତି ଉପରେ ରୋକ ଲଗାଇବା ପାଇଁ ବିଜେଡ଼ି ପ୍ରସ୍ତୁତ କରିଥିଲା ଏକ ମାଷ୍ଟର ପ୍ଲାନ୍। ମୋଦୀଙ୍କ ଗୁରୁତ୍ତ୍ୱକୁ ହ୍ରାସ କରିବା ଓ ନବୀନଙ୍କ ଭାବମୂର୍ତ୍ତିକୁ ରାଷ୍ଟ୍ରୀୟ ରାଜନୀତିରେ ଗୁରୁତ୍ତ୍ୱ ବଢ଼ାଇବା ପାଇଁ ବିଜେଡ଼ିହିଁ ପ୍ରସ୍ତୁତ କରିଥିଲା ଏହି କେସିଆର ନବୀନ ଭେଟଭାଟ।

ଗତ ପାଞ୍ଚଟି ରାଜ୍ୟର ବିଧାନ ସଭା ନିର୍ବାଚନର ଫଳାଫଳ ପରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଦ୍ୱିତୀୟଥର ପାଇଁ କ୍ଷମତାକୁ ଆସିଥିଲେ। ଏହି ନିର୍ବାଚନରେ କଂଗ୍ରେସର ସଫଳତା ଅପେକ୍ଷା କେସିଆରଙ୍କର ସଫଳତା ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା। ତେଣୁ ଏହା ପରଠାରୁ ବିଜେଡ଼ି ତରଫରୁ କେସିଆରଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ଏହି କାର୍ଯ୍ୟକୁ ଅତି ଗୁପ୍ତ ଭାବରେ ପ୍ରସ୍ତୁତ କରିଥିଲା ବିଜେଡ଼ି। ଏକଥା ସତ୍ୟଯେ, ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ବିଜେଡ଼ି ପାଇଁ ହେବ ଶକ୍ତି ପରୀକ୍ଷା। ଏଥି ସକାଶେ ଭିନ୍ନ ଭିନ୍ନ ରଣନୀତି ଆପଣାଉଛି ବିଜେଡ଼ି। ସଦ୍ୟ ସମାପ୍ତ ବିଧାନ ସଭା ନିର୍ବାଚନ ପରେ ରାଜ୍ୟ କଂଗ୍ରେସ ମଧ୍ୟ ପ୍ରତିଦ୍ୱନ୍ଦିତା ସ୍ତରକୁ ଆସିଗଲାଣି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପୋଷଣ କରୁଛନ୍ତି। ତେଣୁ ବିଜେପି ଓ କଂଗ୍ରେସ ଏହି ଦୁଇ ବୃହତ ରାଜନୈତିକ ଦଳର ଫୋକସରେ ଏବେ ଓଡ଼ିଶା। ତେଣୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଓଡ଼ିଶା ଗସ୍ତକୁ ଫିକା ପକାଇବା ପାଇଁ କେସିଆରଙ୍କର ଓଡ଼ିଶା ଆଗମନର ଏକ ପୂର୍ବ ପ୍ରସ୍ତୁତ ଯୋଜନା କରିଥିଲା ବିଜେଡ଼ି।

ଦୀର୍ଘ ବର୍ଷ ଧରି ରାଜନୈତିକ କ୍ଷମତାରେ ରହିଥିଲେ ସୁଦ୍ଧା କେସିଆର ଓ ନବୀନଙ୍କର ପରସ୍ପରକୁ ଭେଟିବାର ନଜିର ନାହିଁ। ତେଣୁ ମୋଦୀଙ୍କ ଗସ୍ତ ପୂର୍ବରୁ କେସିଆର ଓଡ଼ିଶା ଆସିବା ଓ ନବୀନ ପଟ୍ଟନାୟକଙ୍କ ବାସ ଭବନରେ ରାତ୍ରୀଯାପନ କରିବା ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରକାର ରାଜନୈତିକ ଅଭିସନ୍ଧି ସୃଷ୍ଟି ହେବା ଚିରାଚରିତ କଥା। ମାତ୍ର କେସିଆରଙ୍କର ଆଗମନପାଇଁ ବିଜେଡ଼ି ଯେଉଁ ଯୋଜନା ପ୍ରସ୍ତୁତ କରିଥିଲା ତାହା ଏବେ ସର୍ବସାଧାରଣରେ ଆଲୋଚ୍ୟର ବିଷୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.