Home ଜିଲ୍ଲା ପରିକ୍ରମା ନୟାଗଡ଼: ୧୨ ନଂ ଜୋନର ୭ ପଂଚାୟତକୁ ନେଇ ବିଜେଡିର କର୍ମୀ ସମ୍ମିଳନୀ

ନୟାଗଡ଼: ୧୨ ନଂ ଜୋନର ୭ ପଂଚାୟତକୁ ନେଇ ବିଜେଡିର କର୍ମୀ ସମ୍ମିଳନୀ

648

ନୟାଗଡ଼, ୨୩ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ୧୨ ନଂ ଜୋନର ୭ ପଂଚାୟତ କ୍ରଦାଶପୁର, ବାଲୁଗାଁ, ଚମ୍ପତିପୁର, ନାଟୁଗାଁ, ଶରଧାପୁର, ଲକ୍ଷ୍ମୀପ୍ରସାଦ ଓ ଗଦାଧରପ୍ରସାଦ ପଂଚାୟତର ବିଜେଡି କର୍ମୀମାନଙ୍କୁ ନେଇ ଏକ ବିରାଟ କର୍ମୀ ସମ୍ମିଳନୀ ଚମ୍ପତିପୁରଠାରେ ଅନୁଷ୍ଠିତ ହୋଇଯାଇଛି। ବିଜେଡିବର ବରିଷ୍ଠ ନେତା ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ୭ ପଂଚାୟତର ବିଜେଡି କର୍ମୀ, ନେତା, ପଂଚାୟତ ପ୍ରତିନିଧି, ବିଜେଡି ଶୁଭେଚ୍ଛୁ ଓ ବିଜେଡିର ସମର୍ଥକମାନେ ଯୋଗଦେଇଥିଲେ। ସ୍ଥାନୀୟ ବିଧାୟକ ଡ.ଅରୁଣ କୁମାର ସାହୁ ଏହି କର୍ମୀ ସମ୍ମିଳନୀରେ ଯୋଗଦେଇ ବିଜେଡିର ବିଭିନ୍ନ ଜନହିତକର ଯୋଜନାଗୁଡ଼ିକ ଉପରେ ଆଲୋଚନା କରିବା ସହିତ ଓଡ଼ିଶାର ପ୍ରଗତି ଏବଂ ନୟାଗଡ଼ର ବିକାଶ ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ। ଓଡ଼ିଶାକୁ କେନ୍ଦ୍ରର ଅହେତୁକ ଅଣଦେଖା, ଓଡ଼ିଶା ସରକାରଙ୍କ କେତେକ ଯୋଜନାକୁ କେନ୍ଦ୍ର ସରକାର ନିଜ ନାମରେ ଫାଇଦା ନେବାର ଅପଚେଷ୍ଟା ଉପରେ କର୍ମୀମାନଙ୍କୁ ଅବଗତ କରାଇବା ସହ ଏପରି କେନ୍ଦ୍ର ସରକାରଙ୍କ ମିଥ୍ୟା ପ୍ରଚାରକୁ ଶ୍ରୀ ସାହୁ ସମାଲୋଚନା କରିଥିଲେ। ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବାକୁ ମନା କରି କେନ୍ଦ୍ର ସରକାର ରାଜ୍ୟ ସ୍ୱାର୍ଥକୁ ବଳି ପକାଇଛି ବୋଲି କହିବା ସହ ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାରର କୁମ୍ଭୀର କାନ୍ଦଣାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି ଚେୟାରମ୍ୟାନ ଗୁରୁପ୍ରସାଦ ଜେନା, ଜିଲ୍ଳା ପରିଷଦ ସଭ୍ୟା କଳ୍ପନା ଦଳବେହେରା, ବ୍ଳକ ଉପାଧ୍ୟକ୍ଷ ସୁବାସ କଅଁର, ନାଟୁଗାଁ ସରପଂଚ ପଦ୍ମ ଲୋଚନ ଓ, ବିଜେଡି ନେତା ବସନ୍ତ କୁମାର ରଥଶର୍ମା, ବିଜେଡି ନେତା ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ କର୍ମୀମାନଙ୍କୁ ଉଦ୍ ବୋଧନ ଦେଇ ବିଜେଡି ସରକାରଙ୍କ ଲୋକପ୍ରିୟତା ଓ ଆଗାମୀ ସାଧାରଣ ନିର୍ବାଚନ ପାଇଁ କର୍ମୀମାନେ ଏବେ ଠାରୁ କର୍ମ ତତ୍ପର ହେବା ସହ ଗାଁ ଗାଁରେ ବିଜେଡି ସରକାରଙ୍କ ବିଭିନ୍ନ ଲୋକପ୍ରିୟ ଯୋଜନା ଗୁଡ଼ିକର ସଫଳ ରୂପାୟନ ଉପରେ ସଚେତନତା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ୭ ପଂଚାୟତର ବିଜେଡି କର୍ମୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.