Home ଓଡ଼ିଶା ବଚନ ପରିବାରକୁ ଟାର୍ଗେଟ୍: ଅଭିଷେକଙ୍କ ଝୁଲନ୍ତା ଶବ ମିଳିଥିଲେ, ଶ୍ୱେତାଙ୍କୁ ଡ୍ରଗ୍ସ ଦିଆଯାଇ ଥିଲେ- କଙ୍ଗନା

ବଚନ ପରିବାରକୁ ଟାର୍ଗେଟ୍: ଅଭିଷେକଙ୍କ ଝୁଲନ୍ତା ଶବ ମିଳିଥିଲେ, ଶ୍ୱେତାଙ୍କୁ ଡ୍ରଗ୍ସ ଦିଆଯାଇ ଥିଲେ- କଙ୍ଗନା

489

ନୂଆଦିଲ୍ଲୀ: ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ କହିଛନ୍ତି ଯେ ବଲିଉଡକୁ ଡ୍ରଗ୍ସ ସହ ଯୋଡ଼ି ଅସମ୍ମାନ କରିବା ପାଇଁ ଏକ ଷଡ଼ଯନ୍ତ୍ର ଚାଲିଛି। ଜୟା ବଚ୍ଚନ କହିଛନ୍ତି ଯେ, ‘ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନାମ ଅର୍ଜନ କରିଛନ୍ତି ସେମାନେ ଏହାକୁ ଗଟର (ନାଳ) ବୋଲି କହୁଛନ୍ତି। ଯେଉଁ ଥାଳିରେ ଖାଉଛନ୍ତି ସେହି ଥାଳିରେ ଛିଦ୍ର କରୁଛନ୍ତି। ମୁଁ ଏହା ସହ ଆଦୌ ସହମତ ନୁହଁ। ଏହିପରି ଲୋକଙ୍କୁ ଏଭଳି ଭାଷା ବ୍ୟବହାର ନକରିବାକୁ କହିବାକୁ ମୁଁ ସରକାରଙ୍କୁ ନିବେଦନ କରୁଛି। ଜୟା କହିଛନ୍ତି ଯେ ମନୋରଞ୍ଜନ ଶିଳ୍ପରେ ପ୍ରତିଦିନ ୫ ଲକ୍ଷ ଲୋକ ନିୟୋଜିତ ହୁଅନ୍ତି। ଏହି ସମୟରେ ଯେତେବେଳେ ଅର୍ଥନୀତି ଅତ୍ୟନ୍ତ ଖରାପ ଅବସ୍ଥାରେ ଅଛି, ଏଥିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ବଲିଉଡକୁ ସୋସିଆଲ ମିଡିଆ ମାଧ୍ୟମରେ ଟାର୍ଗେଟ୍ କରାଯାଉଛି।

ଜୟା ବଚ୍ଚନଙ୍କ ଏପରି ବିବୃତ୍ତି ଉପରେ କଙ୍ଗନା ରାନାୱତ ପ୍ରତିକ୍ରିୟା ଦେଇଛନ୍ତି। ଅଭିଷେକ ବଚ୍ଚନଙ୍କ ଝୁଲନ୍ତା ଶବ ମିଳିଥିଲେ ଆପଣ କ’ଣ ଏହି ସମାନ କଥା କହିଥାଆନ୍ତେ କି ବୋଲି କଙ୍ଗନା ଟ୍ୱିଟ୍ କରି ଜୟା ବଚ୍ଚନଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି। ଜୟା ଜୀ, ଯଦି ମୋ ବଦଳରେ ଆପଣଙ୍କ ଝିଅ ଶ୍ୱେତାଙ୍କୁ କିଶୋରୀ ଅବସ୍ଥାରେ ମାଡ଼ ମରାଯାଇ ଥାଆନ୍ତା, ଡ୍ରଗ୍ସ ଦିଆଯାଇ ଥାଆନ୍ତା ଏବଂ ଶୋଷଣ କରାଯାଇଥାନ୍ତା, ତେବେ ଆପଣ ଏହି ସମାନ କଥା କହି ଥାଆନ୍ତେ କି ବୋଲି କଙ୍ଗନା ଟ୍ୱିଟ କରି ପ୍ରଶ୍ନ କରିବା ସହ ଆମକୁ ମଧ୍ୟ କିଛି ସହାନୁଭୂତି ଦେଖାନ୍ତୁ ବୋଲି ଜୟା ବଚନଙ୍କ ଉଦ୍ଦେଶ୍ୟରେ କଙ୍ଗନା ଲେଖିଛନ୍ତି।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୬ ତାରିଖରେ କଙ୍ଗନା ଏକ ଟୁଇଟ୍ କରି ଲେଖିଥିଲେ, ଯଦି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବଲିଉଡକୁ ପରୀକ୍ଷା କରେ, ତେବେ ପ୍ରଥମ ଧାଡ଼ିରେ ଥିବା ଅନେକ ତାରକା ଜେଲ ଭିତରେ ରହିବେ। ଯଦି ରକ୍ତ ନମୂନା ପରୀକ୍ଷା ହୁଏ, ତେବେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଜଣାପଡ଼ିବ। ଆଶା, ସ୍ୱଚ୍ଛ ଭାରତ ମିଶନ ଭଳି ପ୍ରଧାନମନ୍ତ୍ରୀ ବଲିଉଡ୍ ପରି ଗଟରକୁ (ନାଳ) ସଫା କରିବେ। ଏପରି ଲେଖି କଙ୍ଗନା PMOକୁ ଟ୍ୟାଗ୍ ମଧ୍ୟ କରିଥିଲେ।/- @DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.