Home ଅନୁଗୁଳ ଭାରତ ହାରିବାର କାରଣ ଗେରୁଆ- ମେହେବୁବା: ଭାରତ ଜାଣିଶୁଣି ହାରି ଯାଇପାରେ, ଆଶଙ୍କା କରୁଥିଲା ପାକିସ୍ଥାନ!

ଭାରତ ହାରିବାର କାରଣ ଗେରୁଆ- ମେହେବୁବା: ଭାରତ ଜାଣିଶୁଣି ହାରି ଯାଇପାରେ, ଆଶଙ୍କା କରୁଥିଲା ପାକିସ୍ଥାନ!

314

ନୂଆଦିଲ୍ଲୀ: ଚଳିତ ବିଶ୍ଵକପରେ ରବିବାର ବର୍ମିଂହାମରେ ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡଠାରୁ ଭାରତ ପରାଜିତ ହେବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଭାରତର ଏହି ପରାଜୟ ପାଇଁ ନୂଆ ଜର୍ସିର ରଙ୍ଗ (ଗେରୁଆ)କୁ ଦାୟୀ କରିଛନ୍ତି।

ମେହବୁବା ଟ୍ବିଟ୍‌ କରି କହିଛନ୍ତି, “ମୋତେ ଅନ୍ଧବିଶ୍ଵାସୀ କୁହାଯାଉ ପଛେ, କିନ୍ତୁ ମୁଁ ଏହା କହୁଛି ଯେ ନୂଆ ଜର୍ସି ବିଶ୍ଵକପରେ ଭାରତର ବିଜୟଧାରାକୁ ଶେଷ କରିଦେଲା। ଗେରୁଆ ରଙ୍ଗର ଜର୍ସି ଭାରତର ବିଜୟ ଅଭିଯାନକୁ ରୋକିଦେଲା।”

ବିବାଦ ପରେ ମେହେବୁବା ଆଉ ଏକ ଟ୍ୱିଟ କରିଛନ୍ତି –

ସୂଚନାଯୋଗ୍ୟ, ଚଳିତ ବିଶ୍ଵକପରେ ଭାରତ ୬ଟି ମ୍ୟାଚ ଖେଳି ଅପରାଜେୟ ରହିଥିବାବେଳେ ଇଂଲଣ୍ଡଠାରୁ ପ୍ରଥମ କରି ମ୍ୟାଚ ହାରିଲା।ଅନ୍ୟପଟେ ଇଂଲଣ୍ଡ ବିପକ୍ଷରେ ଭାରତ ବିଜୟୀ ହେବା ପାଇଁ ପାକିସ୍ତାନୀ ପ୍ରଶଂସକମାନେ ପ୍ରାର୍ଥନା କରୁଥିଲେ।କାରଣ ଇଂଲଣ୍ଡ ହାରିଲେ ଆଗକୁ ଖେଳିବାର ପାକିସ୍ଥାନ ପାଇଁ ସମ୍ଭାବନା ଥିଲା।ତେଣୁ କ୍ରିକେଟ ଇତିହାସରେ ପ୍ରଥମ ଥର ପାକିସ୍ଥାନ ଭାରତର ବିଜୟ ଚାହୁଁଥିଲା।ତେବେ ଏହାକୁ ନେଇ ମେହବୁବା କହିଥିଲେ, “ପାକିସ୍ତାନୀ କ୍ରିକେଟ ପ୍ରଶଂସକମାନେ ଭାରତକୁ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଜିତିବା ଲାଗି ଉତ୍ସାହିତ କରୁଛନ୍ତି।କ୍ରିକେଟ ହେଉ ପଛେ ଦୁଇ ଦେଶ ଏକ ସାଥୀରେ ତ’ ଅଛନ୍ତି”।ତେବେ ମ୍ୟାଚ ପୂର୍ବରୁ ପାକିସ୍ଥାନ ଟିଭି ଚ୍ୟାନେଲ ଆଲୋଚନାରେ ଅଂଶ ଗ୍ରହଣ କରି କିଛି ପାକିସ୍ଥାନ ବିଶେଷଜ୍ଞ ପାକିସ୍ଥାନକୁ ୱାର୍ଲଡ଼ କପରୁ ଦୂରେଇ ରଖିବା ପାଇଁ ଭାରତ ଜାଣିଶୁଣି ମ୍ୟାଚ ହାରିପାରେ ବୋଲି ଆଶଙ୍କା କରୁଥିଲେ।//ଦେବଦତ୍ତ ରଥ

ସମ୍ବଦ୍ଧିତ ଖବର –

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.