Home ଓଡ଼ିଶା ନିଜ ସର୍ଭିସ ରାଇଫଲରୁ ଗୁଳି କରି ଜବାନଙ୍କ ଆତ୍ମହତ୍ୟା

ନିଜ ସର୍ଭିସ ରାଇଫଲରୁ ଗୁଳି କରି ଜବାନଙ୍କ ଆତ୍ମହତ୍ୟା

500

ସମ୍ବଲପୁର, ୯/୬ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲା କିସିଂଡ଼ା ପୋଲିସ ଥାନାରେ ଥିବା ଓଏସଏପି ବ୍ୟାରେକରେ ଆଜି ଅମୀର କୁମାର ସାହୁ (୩୭) ନାମକ ଜଣେ ଜବାନ ନିଜ ସାର୍ଭିସ ଇନସାସ ରାଇଫଲରୁ ଗୁଲି ଚଲାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବ୍ୟାରେକର ଉପର ଛାତରେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ଦେଖିବା ପରେ ସହକର୍ମୀ ମାନେ ପାଖ ହାସପାତାଲକୁ ନେଇଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅଂଚଳର ବାସୀନ୍ଦା ଅମୀରଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ହେଲେ ତାଙ୍କ ମୁହଁ ଓ ମୁଂଡ଼ରେ ତିନୋଟି ଗୁଳି ବାଜିଛି। ସେ ଏହି ସମୟରେ ସେଂଟ୍ରି ଦାୟୀତ୍ୱରେ ଥିଲେ। ବୁର୍ଲ୍ଲା ବଡ଼ ମେଡ଼ିକାଲରେ ବ୍ୟବଛେଦ ପରେ ଅମୀରଙ୍କ ମରଶରୀରକୁ ତାଙ୍କ ପରିବାରକୁ ହସ୍ତାନ୍ତର କରି ପୋଲିସ ଅଧିକ ଛାନବିନ ଚଲାଇଛି। ସେ ଏସଏସ ବାଟାଲିୟନର ଏସଓଜି ରେ କାର୍ଯ୍ୟରତ ଥିଲେ। ସେ ଗତ ସାବିତ୍ରୀ ବ୍ରତ ଦିନ ଘରକୁ ଯାଇଥିଲେ। ସୂଚନା ଯୋଗ୍ୟ ଯେ, କିଛିଦିନ ଆଗରୁ ଜିଲ୍ଲାର ଜୁଜୁମୁରା ଥାନା ବ୍ୟାରେକ ରେ ସିଆରପିଏଫ ଜବାନ ମଧ୍ୟ ନିଜ ସର୍ଭିସ ରାଇଫଲରୁ ଗୁଲି କରି ଆତ୍ମହତ୍ୟା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.