Home Top News ପାକିସ୍ତାନରେ ଇରାନର ସର୍ଜିକାଲ୍ ଷ୍ଚ୍ରାଇକ୍‌, ଉଠାଇ ଆଣିଲା ନିଜର ୨ ଅପହୃତ ସୈନିକଙ୍କୁ

ପାକିସ୍ତାନରେ ଇରାନର ସର୍ଜିକାଲ୍ ଷ୍ଚ୍ରାଇକ୍‌, ଉଠାଇ ଆଣିଲା ନିଜର ୨ ଅପହୃତ ସୈନିକଙ୍କୁ

118

ନୂଆଦିଲ୍ଲୀ ୪-୨ (ଓଡ଼ିଆ ପୁଅ) : ପାକିସ୍ତାନରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଛି। ଏଥର ଆମେରୀକା କି ଭାରତ ନୁହେଁ। ଇରାନ ପାକିସ୍ତାନ ଉପରେ ଆକ୍ରମଣ କରିଛି। ସୂଚନାନୁସାରେ, ଇରାନ ପାକିସ୍ତାନ ଉପରେ ଆକ୍ରମଣ କରି ନିଜର ଦୁଇ ସୈନିକଙ୍କୁ ଉଦ୍ଧାର କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ ମଙ୍ଗଳବାର ରାତିରେ ପାକିସ୍ତାନରେ ପ୍ରବେଶ କରି ଏହାର ସୈନିକମାନଙ୍କୁ ଉଦ୍ଧାର କରି ବହୁ ଆତଙ୍କବାଦୀଙ୍କୁ ହତ୍ୟା କରିଛି ବୋଲି ଜଣାପଡ଼ିଛି। ଇରାନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଅପରେସନରେ ପାକିସ୍ତାନର କିଛି ସୁରକ୍ଷା ବାହିନୀଙ୍କୁ ମୃତ୍ୟୁ ହୋଇଛି।

ଇରାନ ରିଭୋଲ୍ୟୁସନାରୀ ଗାର୍ଡ ଏକ ବିବୃତ୍ତିରେ କହିଛି ଯେ, ମଙ୍ଗଳବାର ରାତିରେ ଏକ ସଫଳ ଗୁପ୍ତଚର ଅପରେସନରେ ଦୁଇ ଇରାନ ସୈନିକଙ୍କୁ ମୁକ୍ତ କରାଯାଇଛି। ଏହି ବିବୃତ୍ତିରେ ଆହୁରି କୁହାଯାଇଛି ଯେ ଦୁଇ ବର୍ଷ ପୂର୍ବେ ପାକିସ୍ତାନର ଜୈଶ ଅଲ-ଆଦଲ ଆତଙ୍କବାଦୀ ସଂଗଠନ ଦୁଇ ଇରାନ ସୈନିକଙ୍କୁ ଅପହରଣ କରି ନେଇଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇରାନ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିବା ପାଇଁ ଗୁପ୍ତଚର ଏବଂ ସୈନିକଙ୍କ ସାହାଯ୍ୟ ଲୋଡିଥିଲା ​​ଏବଂ ଇରାନ ସୈନିକମାନଙ୍କୁ ନିଜ ଅଧୀନରେ ରଖିଥିବା ଆତଙ୍କବାଦୀଙ୍କ ବିଷୟରେ ଜାଣିଥିଲା।

ତେବେ ସର୍ଜିକାଲ ଷ୍ଟ୍ରାଇକ ପାକିସ୍ତାନପାଇଁ କିଛି ନୂଆ କଥା ନୁହେଁ। ଏହାପୂର୍ବରୁ ଆମେରିକା ଏବଂ ଭାରତ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ କରି ଆତଙ୍କବାଦୀଙ୍କୁ ନିପାତ୍‌ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.