Home ଓଡ଼ିଶା ୧୯ ଦିନରେ ପ୍ରାୟ ୪୫ ଲକ୍ଷ ହିତାଧିକାରୀଙ୍କ କୋଭିଡ-୧୯ ଟିକାକରଣ ହୋଇପାରିଛି

୧୯ ଦିନରେ ପ୍ରାୟ ୪୫ ଲକ୍ଷ ହିତାଧିକାରୀଙ୍କ କୋଭିଡ-୧୯ ଟିକାକରଣ ହୋଇପାରିଛି

33

ମାତ୍ର ୧୮ ଦିନରେ ୪ ନିୟୁତ ହିତାଧିକାରୀଙ୍କ ଟିକାକରଣ କ୍ଷେତ୍ରରେ ବିଶ୍ୱରେ ଭାରତ ଦ୍ରୁତତମ ଦେଶ

କ୍ରମାଗତ ହ୍ରାସ ପାଇ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧.୫୫ ଲକ୍ଷ ହୋଇଛି

ବୈଶ୍ୱିକ ମହାମାରୀ ବିରୋଧରେ ଲଢ଼େଇ କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇପାରିଛି।

ମାତ୍ର ୧୯ ଦିନ ମଧ୍ୟରେ ଦେଶରେ ପ୍ରାୟ ୪.୫ ନିୟୁତ (୪୪, ୪୯, ୫୫୨) ହିତାଧିକାରୀଙ୍କ କୋଭିଡ-୧୯ ଟିକାକରଣ ହୋଇପାରିଛି।

ମାତ୍ର ୧୮ ଦିନରେ ତ୍ୱରିତ ପ୍ରକ୍ରିୟାରେ ୪ ନିୟୁତ ଲୋକଙ୍କ ଟିକାକରଣ କରିବା କ୍ଷେତ୍ର୍ରରେ ବିଶ୍ୱରେ ଭାରତ ସର୍ବାଗ୍ରେ ରହିଛି। ଅନ୍ୟ କେତେକ ଦେଶ ଏଥିପାଇଁ ୬୫ ଦିନ ସମୟ ନେଇଛନ୍ତି। ଭାରତରେ ଦେଶବ୍ୟାପୀ କୋଭିଡ-୧୯ ଟିକାକରଣ ୨୦୨୧ ଜାନୁଆରୀ ୧୬ ତାରିଖରେ ଆରମ୍ଭ ହୋଇଥିଲା।

ପ୍ରତିଦିନ ଟିକାକରଣ ହେଉଥିବା ହିତାଧିକାରୀଙ୍କ ସଂଖ୍ୟା ଏଥିରେ ଅଗ୍ରଗତି ହେଉଥିବା ଦର୍ଶାଉଛି।

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮, ୦୪୧ ସେନନ୍ରେ ୩, ୧୦, ୬୦୪ ଜଣଙ୍କ ଟିକାକରଣ ହୋଇଛି। ଏ ପର୍ଯ୍ୟନ୍ତ ମୋଟ ୮୪, ୬୧୭ ସେସନ୍ ହୋଇଛି।

S.No. State/UT Beneficiaries Vaccinated

୧ A & N Islands ୨, ୭୭୨

୨ Andhra Pradesh ୨, ୧୫, ୧୭୧

୩ Arunachal Pradesh ୯, ୮୪୬

୪ Assam ୪୩, ୬୦୭
୫ Bihar ୨, ୬୪, ୦୯୭

୬ Chandigarh ୪, ୩୯୯

୭ Chhattisgarh ୧, ୦୧, ୫୬୪

୮ Dadra & Nagar Haveli ୯୨୬

୯ Daman & Diu ୫୬୧

୧୦ Delhi ୮୧, ୪୩୩

୧୧ Goa ୬, ୩୨୬

୧୨ Gujarat ୩, ୧୧, ୨୫୧

୧୩ Haryana ୧, ୨୯, ୮୬୬

୧୪ Himachal Pradesh ୪୩, ୯୨୬

୧୫ Jammu & Kashmir ୨୬, ୬୩୪

୧୬ Jharkhand ୬୭, ୯୭୦

୧୭ Karnataka ୩, ୧୬, ୬୩୮

୧୮ Kerala ୨, ୪୬, ୦୪୩

୧୯ Ladakh ୧, ୫୧୧

୨୦ Lakshadweep ୮୦୭

୨୧ Madhya Pradesh ୩, ୩୦, ୭୨୨

୨୨ Maharashtra ୩, ୫୪, ୬୩୩

୨୩ Manipur ୫, ୮୭୨

୨୪ Meghalaya ୪, ୮୦୬

୨୫ Mizoram ୯, ୯୯୫

୨୬ Nagaland ୪, ୨୪୪

୨୭ Odisha ୨, ୧୧, ୩୪୬

୨୮ Puducherry ୩, ୨୨୨

୨୯ Punjab ୬୩, ୬୬୩

୩୦ Rajasthan ୩, ୬୩, ୫୨୧

୩୧ Sikkim ୩, ୪୨୫

୩୨ Tamil Nadu ୧, ୩୩, ୪୩୪

୩୩ Telangana ୧, ୭୬, ୭୩୨

୩୪ Tripura ୩୨, ୩୪୦

୩୫ Uttar Pradesh ୪, ୬୩, ୭୯୩

୩୬ Uttarakhand ୫୪, ୧୫୩

୩୭ West Bengal ୩, ୦୧, ୦୯୧

୩୮ Miscellaneous ୫୭, ୨୧୨

Total ୪୪, ୪୯, ୫୫୨

ଏ ପର୍ଯ୍ୟନ୍ତ କୋଭିଡ-୧୯ ଟିକାକରଣ ହୋଇଥିବା ମୋଟ ହିତାଧିକାରୀଙ୍କ ମଧ୍ୟରୁ ୫୪.୮୭% ଟିକାକରଣ ୭ ରାଜ୍ୟରେ ହୋଇଛନ୍ତି।

ଭାରତର ମୋଟ ସକ୍ରିୟ କରୋନା ମାମଲା ଆଜି ୧.୫୫ ଲକ୍ଷ (୧, ୫୫, ୦୨୫)କୁ ହ୍ରାସ ପାଇଛି।

ଭାରତର ମୋଟ କରୋନା ମାମଲାର ମାତ୍ର ୧.୪୪% ରହିଛି ସକ୍ରିୟ କରୋନା ମାମଲା।

ବିଗତ ଦିନ ମାନଙ୍କରେ ଦୈନିକ ସକ୍ରିୟ କରୋନା ମାମଲାର ସଂଖ୍ୟାରେ ହେଉଥିବା ପରିବର୍ତ୍ତନ କରୋନା ସକ୍ରିୟ ମାମଲାରେ ହେଉଥିବା ହ୍ରାସକୁ ଦର୍ଶାଉଛି।

ଆଜି ଭାରତରେ ଦୈନିକ ପଜିଟିଭ ହାର ରହିଛି ୧.୮୨%। ବିଗତ କେଇ ସପ୍ତାହ (୧୯ ଦିନ) ଧରି ଦୈନିକ ପଜିଟିଭ୍ ହାର ୨%ରୁ ତଳେ ରହିଛି।

ଦେଶରେ ଏବେ ମୋଟ ସୁସ୍ଥଙ୍କ ସଂଖ୍ୟା ୧, ୦୪, ୮୦, ୪୫୫ ହୋଇଛି।

ଦୈନିକ ନୂଆ ସୁସ୍ଥଙ୍କ ସଖ୍ୟା ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ଅତିକ୍ରମ କରୁଥିବାରୁ ସୁସ୍ଥତା ହାର ୯୭.୧୩%କୁ ବୃଦ୍ଧି ପାଇଛି। ମୋଟ ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ମାମଲା ତୁଳନାରେ ୬୭.୬ ଗୁଣ ଅଧିକ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୮୬.୦୪% ଆସିଛନ୍ତି ୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ।

ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ଗୋଟିଏ ଦିନରେ ସର୍ବାଧିକ ୭୦୩୦ ଜଣ ସୁସ୍ଥ ହୋଇଥିବା ବେଳେ କେରଳରେ ୬୩୮୦ ଏବଂ ତାମିଲନାଡ଼ୁରେ ୫୩୩ ଜଣ ସୁସ୍ଥ ହୋଇଛନ୍ତି।

ନୂଆ କରୋନା ମାମଲା ମଧ୍ୟରୁ ୮୪.୬୭% ଆସିଛନ୍ତି ୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ। ଗୋଟିଏ ଦିନରେ କେରଳରେ ସର୍ବାଧିକ ୬୩୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୯୯୨ ଏବଂ ତାମିଲନାଡ଼ୁରେ ୫୧୪ ଜଣ ଚିହ୍ନଟ ହୋଇଛନ୍ତି।

ନୂଆ କରୋନା ମୃତ୍ୟୁ ମଧ୍ୟରୁ ୭୧.୦୩ % ମୃତ୍ୟୁ ହୋଇଛି ୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ। ମହାରାଷ୍ଟ୍ରରେ ସର୍ବାଧିକ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ୭ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.