Home ଓଡ଼ିଶା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ସବୁଜିକରଣ ଓ ସୈାର୍ନ୍ଦଯୀକରଣ ଯୋଜନା ବାଟବଣା

ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ସବୁଜିକରଣ ଓ ସୈାର୍ନ୍ଦଯୀକରଣ ଯୋଜନା ବାଟବଣା

54

ନୟାଗଡ/୪/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟରେ ସହରାଞ୍ଚଳ ଓ ବିଜ୍ଞାପିତ ଅଂଚଳ ପରିଷଦ ଗୁଡିକ କୁ ସବୁଜିକରଣ ଓ ସୈାର୍ନ୍ଦଯୀକରଣ କରିବା ପାଇଁ  ସରକାର ଯୋଜନା କରି ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ କରୁଛନ୍ତି । ସେହି ଯୋଜନାରେ ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କୁ ସବୁଜିକରଣ ଓ ସୈାର୍ନ୍ଦଯୀକରଣ କାର୍ଯ୍ୟକରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଗଲା । ସୈାର୍ନ୍ଦଯୀକରଣ କାର୍ଯ୍ୟ ଠିକ୍ ଭାବରେ ଚାଲିଥିବା ବେଳେ ସବୁଜିକରଣ କାର୍ଯ୍ୟ ଦିଗହାର ହୋଇଥିବା ଅଭିଯୋଗ ହେଉଛି । ରାସ୍ତାକଡ ଓ ପୁଷ୍କରିଣୀ ହୁଡା ସବୁଜିକରଣ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଚାରା କିଣା ଯାଇଥିଲା । କିନ୍ତୁ ଚାରା ରୋପଣରେ ବିଳମ୍ବ ଯୋଗୁଁ ସାଗର ପୁଷ୍କରିଣୀ ଓ ମଣିନାଗ ରାସ୍ତା ରେ ରୋପା ଯାଇଥିବା ଚାରା ଭିତରୁ ଅନେକ ଚାରା ମରିଗଲାଣି ଆଉ କେତକ ଚାରା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ପରିସର ରେ ରହି ଚାରା ଗୁଡିକ ମରିବାକୁ ଲାଗିଲାଣି । ସାଧାରଣତଃ ବର୍ଷା ଦିନେ ଚାରା ରୋପଣ କରାଯାଇଥାଏ । ଫେବୃୟାରୀ ମାସରେ ଶୀତ ଶେଷହୋଇ ମାର୍ଚ୍ଚ ମାସରେ ଖରା ଆରମ୍ଭ ହୋଇଥାଏ ।

ତେଣୁ ଏହି ସମୟରେ ଚାରା ରୋପଣ କଲେ ବର୍ଷା କମ୍ ଯୋଗୁଁ ଚାରା ଗୁଡିକ ବଞ୍ଚିବାର ସମ୍ଭାବନା କମ୍‌  । ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଚାରା ରୋପଣ ବିଳମ୍ବ ସର୍ମ୍ପକରେ କାର୍ଯ୍ୟନିର୍ବାହୀ ଅଧିକାରୀ ତାପଶ ବିଶି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ରଣପୁର ବଧି ପୁଷ୍କରିଣୀ ହୁଡାରେ ଚାରା ରୋପଣ ପାଇଁ ଚାରା ଆସିଥିଲା । କିନ୍ତୁ ବଧି ପୁଷ୍କରିଣୀ ହୁଡାରେ ବିଦ୍ୟୁତ୍ ଖୁଣ୍ଟ ପଡିଥିବାରୁ ଚାରା ରୋପଣରେ ବିଳମ୍ବ ହୋଇଅଛି । ବିଦ୍ୟୁତ୍ ବିଭାଗ କୁ ବିଦ୍ୟୁତ୍ ଖୁଣ୍ଟ ଅପସାରଣ ପାଇଁ କୁହାଯାଇଅଛି । ଖୁଣ୍ଟ ଅପସାରଣ ପରେ ଚାରା ରୋପଣ କରାଯିବ ଓ ଚାରା ଗୁଡିକ ରେ ଏକ ମାସ ପର୍ଯ୍ୟନ୍ତ ଜଳ ଦେବା ପାଇଁ ବ୍ୟବସ୍ଥା ହୋଇଅଛି । ଜନସାଧାରଣ ରେ ପ୍ରଶ୍ନ ସରକାରୀ କା ମାଲ୍ ଦରିଆ ମେ ଢାଲ୍ ଦୃଷ୍ଟିରେ ରଣପୁର ଏନ୍‌.ଏ.ସି. ରେ ସବୁଜିକରଣ ଯୋଜନା ଦିଗହରା ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.