Home Top News ସୂର୍ଯ୍ୟକୁମାରଙ୍କ ବିଷ୍ପୋରକ ବ୍ୟାଟିଂ ମୁମ୍ବାଇ ଇଣ୍ଡିଆନ୍ସ – ୧୫ ଓଭର ପରେ ୧୧୪/୩

ସୂର୍ଯ୍ୟକୁମାରଙ୍କ ବିଷ୍ପୋରକ ବ୍ୟାଟିଂ ମୁମ୍ବାଇ ଇଣ୍ଡିଆନ୍ସ – ୧୫ ଓଭର ପରେ ୧୧୪/୩

111

ଚେନ୍ନାଇ ୧୩-୪ (ଓଡ଼ିଆ ପୁଅ) ଆଜିର ମ୍ୟାଚ୍ ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍, ଚେନ୍ନାଇରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। କୋଲକାତା ଅଧିନାୟକ ଇଏନ୍ ମୋର୍ଗାନ୍ ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଜିର ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରୁଛି। ମୁମ୍ବାଇର ପ୍ରଥମ ୱିକେଟ୍ ର ପତନ ଘଟିଛି। କ୍ୱିଣ୍ଟନ୍ ଡି କକ୍ କ୍ରିସ୍ ଲିନ୍‌ଙ୍କ ସ୍ଥାନରେ ଡେବ୍ୟୁ କରିବାରେ ବିଫଳ ହୋଇଥିଲେ। ବରୁଣ ଚକ୍ରବର୍ତ୍ତୀଙ୍କ ବଲ୍‌ରେ ସେ ୬ଟି ବଲ ଖେଳି ଦୁଇ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ।

ପ୍ଲେଇଙ୍ଗ ଇଲେଭେନ୍‌
ମୁମ୍ବାଇ ଇଣ୍ଡିଆନ୍ସ :
ରୋହିତ ଶର୍ମା, କ୍ୱିଣ୍ଟନ୍ ଡେକକ୍, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, କାଇରାନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ମାର୍କୋ ୟାନସନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମ୍ରା

କୋଲକାତା ନାଇଟ୍ ରାଇଡର୍ସ:
ଇଏନ୍ ମୋର୍ଗାନ୍, ନୀତୀଶ ରାଣା, ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ, ଶାକିବ ଅଲ ହାସନ, ଆଣ୍ଡ୍ରେ ରସେଲ, ପ୍ୟାଟ କମିନ୍ସ, ହରଭଜନ ସିଂ, ପ୍ରସିଦ୍ଧ କୃଷ୍ଣ, ବରୁଣ ଚକ୍ରବର୍ତ୍ତୀ

ଡିକୋକ ଆଉଟ୍‌ ହେବା ପରେ ପରେ ବ୍ୟାଟିଂ କରିବାକୁ ଆସିଥିବା ସୂର୍ଯ୍ୟକୁମାର ପହଞ୍ଚି ଏକ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ। ସୂର୍ଯ୍ୟକୁମାର ଯାଦବ ୩୬ ଟି ବଲ୍‌ ଖେଳି ୫୬ ରନ୍‌ ସଂଗ୍ରହ କରିଛନ୍ତି। ସେ ୧୫୫.୫୫ ,ଅଟ୍ରାଇକ୍‌ ରେଟ୍‌ରେ ୭ ଟି ଚୋକା ଏବଂ ୨ଟି ଛକ୍କା ମାରିଥିଲେ। ଶାକିବ ଅଲ ହାସନ ଙ୍କ ବଲ୍‌ରେ ସୂର୍ଯ୍ୟକୁମାର ଶୁଭମାନ ଗିଲଙ୍କ ହାତକୁ କ୍ୟାଚ୍‌ ଟେକି ଦେଇଥିଲେ। ତାଙ୍କ ପରେ ଇଶାନ କିଶନ ଖେଳିବାକୁ ଆସିଛନ୍ତି।

ମୋର୍ଗାନଙ୍କ ରଣନୀତି:

କୋଲକାତା ଅଧିନାୟକ ଇଏନ୍ ମୋର୍ଗାନ୍ ସମ୍ପୂର୍ଣ୍ଣ ଭିନ୍ନ ରଣନୀତି ସହିତ ଏହି ମ୍ୟାଚ୍ ରେ ଓହ୍ଲାଇ ଛନ୍ତି। କେକେଆର ସେମାନଙ୍କ ସ୍ପିନରଙ୍କ ସହ ବୋଲିଂ ଆରମ୍ଭ କରିଥିଲା। ତିନିଜଣ ସ୍ପିନର ପ୍ରଥମ ପାଞ୍ଚ ଓଭରରେ ବୋଲିଂ କରିଥିଲେ।

ଆଇପିଏଲ୍ ଇତିହାସରେ ଏହା କେବଳ ଚତୁର୍ଥ ଥର ଯେତେବେଳେ ତିନି ଜଣ ସ୍ପିନର ଏକ ଇନିଂସରେ ବୋଲିଂ ଆରମ୍ଭ କରିଛନ୍ତି। ଏହି ମ୍ୟାଚରେ ହରଭଜନ ସିଂ, ଶାକିବ ଅଲ ହାସନ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ସହ କେକେଆର ପ୍ରଥମ ପାଞ୍ଚ ଓଭର ବୋଲିଂ କରିଛି।

ମୁମ୍ବାଇ ଇଣ୍ଡିଆନ୍ସ ଇନିଂସ୍ (ରନ୍‌ ରେଟ୍‌ : ୭.୪୭)

ବ୍ୟାଟ୍ସମ୍ୟାନ୍ ରନ୍‌ ବଲ୍ SR ଚୌକା ଛକ୍କା

ରୋହିତ ଶର୍ମା ୨୮ ୨୩ ୧୨୧.୭୩ ୨ ୦ ଖେଳୁଛନ୍ତି
କ୍ୱିଣ୍ଟନ୍ ଡି କକ୍ c ରାହୁଲ ତ୍ରିପାଠୀ b ବରୁଣ ଚକ୍ରବର୍ତ୍ତୀ ୨ ୬ ୩୩.୩୩ ୦ ୦
ସୂର୍ଯ୍ୟକୁମାର ଯାଦବ c ଶୁଭମାନ ଗିଲ b ଶାକିବ ଅଲ ହାସନ ୫୬ ୩୬ ୧୫୫.୫୫ ୭ ୨
ଇଶାନ୍ କିଶାନ୍ c ପ୍ରସିଦ୍ଧ କୃଷ୍ଣ b ପ୍ୟାଟ୍ କମିନ୍ସ ୧ ୩ ୩୩.୩୩ ୦ ୦
ହାର୍ଦ୍ଦିକ ପାଣ୍ଡ୍ୟା ୨ ୫ ୪୦.୦୦ ୦ ୦ ଖେଳୁଛନ୍ତି
EXTRAS (NB ୦, W ୨, B ୦,LB ୦) ୨

ମୋଟ (୩ ୱିକେଟ୍; ୧୨.୧ ଓଭର) ୯୧

ବ୍ୟାଟିଂ କରିବାକୁ ବାକି ଅଛନ୍ତି
– କିରନ୍ ପୋଲାର୍ଡ,
– କ୍ରୁନାଲ ପାଣ୍ଡ୍ୟା,
– ମାର୍କୋ ଜାନସେନ୍,
– ରାହୁଲ ଚହର,
– ଜସପ୍ରୀତ ବୁମ୍ରା,
– ଟ୍ରେଣ୍ଟ ବୋଲ୍ଟ।

ବୋଲର O R W ଇକନ୍ ଡଟ୍ସ
ହରଭଜନ ସିଂ ୨ ୧୭ ୦ ୮.୫୦ ୬
ବରୁଣ ଚକ୍ରବର୍ତ୍ତୀ ୨.୧ ୧୬ ୧ ୭.୩୮ ୫
ଶାକିବ ଅଲ ହାସନ ୪ ୨୩ ୧ ୫.୭୫ ୪
ପ୍ୟାଟ୍ କମିନ୍ସ ୩ ୧୯ ୧ ୬.୩୩ ୮
ପ୍ରସିଦ୍ଧ କୃଷ୍ଣ ୧ ୧୬ ୦ ୧୬.୦୦ ୧

ୱିକେଟ୍ ର ପତନ
– ୧-୧୦ (ଡି କକ୍, ୧.୬ ଓଭର),
– ୨-୮୬ (ଯାଦବ, ୧୦.୩ ଓଭର),
– ୩-୮୮ (କିଶାନ୍, ୧୧.୧ ଓଭର)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.