Home କେନ୍ଦୁଝର ଓରାଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର

ଓରାଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର

50

ହାଟଡ଼ିହି, ୧୩ । ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଓରାଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର୍ରକୁ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୦/୨୧ଆର୍ôଥକ ବର୍ଷ ନିମନ୍ତେ ଗତ ଡିସେମ୍ବର ମାସରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ପରିଦର୍ଶନ କରାଯାଇ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତ ମାନର ରୋଗୀସେବା, ସ୍ୱଚ୍ଛତା, ବର୍ଯ୍ୟବସ୍ତୁର ସଠିକ ପରିଚାଳନା, ଉତ୍ତମ ପରିବେଶ ଓ ବ୍ୟବହାର, ଆଦିକୁ ତର୍ଜମା କରାଯାଇ ମୁଲ୍ୟାୟନ କରାଯାଇଥିଲା । ଏହି କ୍ରମରେ ଓରାଳି ପ୍ରାଥମିକ ସ୍ୱାସ୍ତ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ପାଇଁ ଚୟନ କରାଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଡାକ୍ତର, କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ କର୍ତ୍ତବ୍ୟନିଷ୍ଠା, ଉତ୍ସର୍ଗୀକୃତ ସେବା ମନୋବୃତ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ ପ୍ରକାଶ କରିବା ସହିତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.