Home କୋରାପୁଟ ଡୋଲିଆମ୍ବ ଗ୍ରାମରେ ଜନସଚେତନତା ବୈଠକ ଓ ମାସ୍କ ପ୍ରଦାନ

ଡୋଲିଆମ୍ବ ଗ୍ରାମରେ ଜନସଚେତନତା ବୈଠକ ଓ ମାସ୍କ ପ୍ରଦାନ

12

କୋରାପୁଟ ୧୩-୦୪(ଓଡିଆ ପୁଅ /ରଂଜନ ଦାସ)କୋଟିଆ ଗ୍ରାମ ପଂଚାୟତର ଡୋଲିଆମ୍ଭ ଗ୍ରାମକୁ କୋରାପୁଟ ଜିଲ୍ଲା ଜଳବିଭାଜିକା ତଥା ମୂର୍ତିକା ସଂରକ୍ଷଣ ବିଭାଗ ତରଫରୁ ପୋଷ୍ୟ ଗ୍ରାମ ଭାବେ ଚୟନ କରାଯାଇଛି । ପଟ୍ଟାଙ୍ଗୀ  ମୂର୍ତିକା  ସଂରକ୍ଷଣ ବିଭାଗ ତରଫରୁ ଗ୍ରାମରେ ଏକ ଜନସଚେତନତା ବୈଠକ ଆୟୋଜନ କରାଯାଇ ଲୋକମାନଙ୍କୁ ମାସ୍କ ଓ ସାନିଟାଇଜର ନିମନ୍ତେ ସାବୁନ ପ୍ରଦାନ କରାଯାଇଥିଲା ।କୋରାପୁଟ ଜଳବିଭାଜିକା କାର୍ଯ୍ୟାଳୟର ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ  ଅଶୋକ କୁମାର ସେନାପତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଗ୍ରାମରେ କାର୍ଯ୍ୟାଳୟ ତରଫରୁ ନିଆଯାଇଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।ପଟ୍ଟାଙ୍ଗୀ ମୂର୍ତିକା ସଂରକ୍ଷଣ ଅଧିକାରୀ ପାର୍ଥ ସାରଥି , ଡବ୍ଲୁଏମଟି ମଞୁଲତା ପଟନାୟକ , ସମାଜସେବୀ ରଂଜିତ ପାଙ୍ଗୀ ଉପସ୍ଥିତ ଥିଲେ ।ଡୋଲିଆମ୍ଭ ଗ୍ରାମର ଚିରସ୍ଥାୟୀ ବିକାଶ ନିମନ୍ତେ ଜଳବିଭାଜିକା ଓ ମୂର୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟ କରୁଥିବା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ ସୂଚନା ଦେଇଛନ୍ତି ।ଝରଣା ଉତ୍ସକୁ ସଂରକ୍ଷଣ କରାଯାଇ ପୋଖରୀ ନିର୍ମାଣ କରାଯାଇଥିବା ବେଳେ ଆଗାମୀ ଦିନରେ ଚେକଡ୍ୟାମ ନିର୍ମାଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।ମୂର୍ତିକା ସଂରକ୍ଷଣ ବିଭାଗ ତରଫରୁ ୩୧ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି ଓ ଗ୍ରାମ୍ୟ ସ୍ତରରେ ଯୋଜନା ପ୍ରସ୍ତୁତ କରାଯାଇ କାର୍ଯ୍ୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ଜୀବନଜୀବିକା ନିମନ୍ତେ ଗ୍ରାମବାସୀମାନଙ୍କ ସହ ଆଲୋଚନା କରାଯାଇଛି ।ଲୋକମାନେ ଛେଳିଚାଷ ,କୁକୁଡା ଚାଷ ଓ ପନିପରିବା ଚାଷ କରିପାରିବେ ।ତେଣୁ ସମନ୍ନିତ କୃଷି ପଦ୍ଧତିରେ ଗ୍ରାମବାସୀ ସହାୟତା ପ୍ରଦାନ କରାଯିବ ଏବଂ ଓଡିଶା ଗ୍ରାମବାସୀ ସ୍ୱାଭିବାନ ସହିତ ରୋଜଗାର ପାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।ମାଣ୍ଡିଆ ପ୍ରକ୍ରୀୟା କରଣ ୟୁନିଟ ସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ପ୍ରଣୀ ସଂପଦ ବିଭାଗ ତରଫରୁ ନିକଟସ୍ଥ ମାଡକାର ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ନେଇଛନ୍ତି ।ପ୍ରଣୀ ସଂପଦ ବିଭାଗକୁ ଆମ୍ଭେ ସହଯୋଗ କରିବା ସହିତ ସେମାନଙ୍କର ସହଯୋଗ ଆମ୍ଭକୁ ମିଳିବ ଏବଂ ଉଭୟ ଗ୍ରାମବାସୀ ନିଶ୍ଚୁିତଭାବେ ରୋଜଗାର ପାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.