Home ଓଡ଼ିଶା ଫୁଟବଲ କିମ୍ବଦନ୍ତୀ ଚୁନି ଗୋସ୍ବାମୀଙ୍କ ୮୨ ବର୍ଷ ବୟସରେ ପରଲୋକ

ଫୁଟବଲ କିମ୍ବଦନ୍ତୀ ଚୁନି ଗୋସ୍ବାମୀଙ୍କ ୮୨ ବର୍ଷ ବୟସରେ ପରଲୋକ

911

କୋଲକାତା ୧-୫ (ଓଡ଼ିଆ ପୁଅ) ଫୁଟବଲ କିମ୍ବଦନ୍ତୀ ଚୁନି ଗୋସ୍ବାମୀଙ୍କ ୮୨ ବର୍ଷ ବୟସରେ ନିଧନ ହୋଇଛି। କୋଲ୍‌କାତା ସ୍ଥିତ ତାଙ୍କ ବାସଭବନରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। କିଛି ମାସ ଧରି ଗୋସ୍ୱାମୀ ସ୍ନାୟୁ ଓ ପ୍ରୋଷ୍ଟ୍ରେଟ୍‌ ରୋଗ ସହ ମଧୂମେହ ରୋଗରେ ପୀଡିତ ଥିଲେ। ଗୁରୁବାରଦିନ ଚୁନୀ ଗୋସ୍ବାମୀ ଗୁରୁତର ଅସୁସ୍ଥ ହେବାରୁ ଚିକିତ୍ସା ଲାଗି ନିକଟସ୍ଥ ସିଟି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଅପରାହ୍ଣ ୫ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
– ଚୁନିଙ୍କ ଅଧିନାୟକତ୍ବ​‌​‌ରେ ଭାରତୀୟ ଫୁଟବଲ ଦଳ ୧୯୬୨ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା।
– ୧୯୬୪ ଏସିଆନ କପରେ ମଧ୍ୟ ଭାରତ ଚୁନିଙ୍କ ନେତୃତ୍ବରେ ରନର୍ସଅପ ହୋଇଥିଲା।
– ୧୯୫୭ରୁ ଅନ୍ତର୍ଜାତୀୟ ଖେଳାଳୀ ଭାବେ କ୍ୟାରିୟର ଆରମ୍ଭ କରିଥିବା ଗୋସ୍ୱାମୀ ୧୯୬୪ ମସିହାରେ ଅନ୍ତର୍ଜାତୀୟ ଖେଳରୁ ସନ୍ନ୍ୟାସ ନେଇଥିଲେ ।
– ୩୨ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୯ଟି ଗୋଲ ସ୍କୋର କରିଥିଲେ।
– ତାଙ୍କର କ୍ରିକେଟ ପ୍ରତି ମଧ୍ୟ ଦୁର୍ବଳତା ଥିଲା। ବଙ୍ଗଳା କ୍ରିକେଟ ଦଳ ପକ୍ଷରୁ ୧୯୬୬ରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଜଣେ ଅଲରାଉଣ୍ଡର ଭାବେ ଇନ୍ଦୋରରେ କେନ୍ଦ୍ରୀୟ ଓ ପୂର୍ବାଞ୍ଚଳ ଜୋନାଲ ମ୍ୟାଚରେ ୮ଟି ୱିକେଟ ନେଇଥିଲେ। ଗୋସ୍ବାମୀ ୧୯୭୧-୭୨ରେ ବେଙ୍ଗଲ ରଣଜୀ ଦଳର ଅଧିନାୟକ ଦାୟିତ୍ବ ତୁଲାଇବା ସହିତ ଦଳକୁ ଫାଇନାଲରେ ପହଞ୍ଚାଇଥିଲେ।
ତାଙ୍କର ପରଲୋକରେ ଭାରତୀୟ ଫୁଟବଲ ଜଣେ ଦକ୍ଷ ଷ୍ଟ୍ରାଇକରଙ୍କୁ ହରାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.